Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଜର୍ମାନ କ୍ରେଫେଲ୍ଡ ଜୁରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୩୦ରୁ ଅଧିକ ପ୍ରାଣୀ

2/01/2020 at 3:47 PM

କ୍ରେଫେଲ୍ଡ ୨।୧: ପଶ୍ଚିମ ଜର୍ମାନୀ କ୍ରେଫେଲ୍ଡ ପ୍ରାଣୀ ଉଦ୍ୟାନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଫଳରେ ଉଦ୍ୟାନର ଅନ୍ତେବାସୀ ପ୍ରାୟ ୩୦ ଅଧିକ  ପ୍ରାଣୀଙ୍କ ମୃତ୍ୟୁ ହୋଇଛି। ମୃତ ପ୍ରାଣୀଙ୍କ ମଧ୍ୟରେ ବଣ ମଣିଷ, ଗରିଲା, ଗୋଲ୍ଡେନ ତମାରି ଓ ପିଗମୀ ମର୍ମାସେଟସ୍‌ ଭଳି କ୍ଷୁଦ୍ର ମାଙ୍କଡଙ୍କ ସମେତ ବାଦୁଡି ଓ କେତେକ ପ୍ରଜାତିର ପକ୍ଷୀ ମଧ୍ୟ ଅଛନ୍ତି।

ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡି ନାହିଁ। ତେବେ ନବବର୍ଷ ଉଲ୍ଲାସରେ ଲୋକେ ଉଡାଇଥିବା କାଗଜ ଲାଣ୍ଟର୍ଣ୍ଣ ପ୍ରାଣୀ ଉଦ୍ୟାନ କେଜ ଉପରେ ପଡିବା ଯୋଗୁ ନିଆଁ ବ୍ୟାପୀଥିବା ଆଶଙ୍କା କରାଯାଉଛି। ନବବର୍ଷ ସ୍ୱାଗତରେ ଲୋକେ ବିଭିନ୍ନ ସ୍ଥାନରେ କାଗଜ ତିଆରି ଲାଣ୍ଟର୍ଣ୍ଣରେ ନିଆଁ ଲଗାଇ ଉଡାଇଥିଲେ। ହୁଏତ ସେଥିରୁ ଗୋଟିଏ ପ୍ରାଣୀ ଉଦ୍ୟାନ ଆଡେ ଚାଲି ଆସିବା ଯୋଗୁ ଏପରି ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ଆଶଙ୍କା କରାଯାଉଛି।

କ୍ରେଫେଲ୍ଡ ଚିଡିଆଖାନା ଇତିହାସରେ ଏଭଳି ଅଗ୍ନିକାଣ୍ଡ ପ୍ରଥମ ଘଟଣା। ଏହା ପୂର୍ବରୁକେବେ ଏଠାରେ ଏତେବଡ ଦୁର୍ଘଟଣା ଘଟିନଥିଲା। ୩୧ଡିସେମ୍ବର ରାତି ପ୍ରାୟ ୧୨ଟା  ୩୮ ମିନିଟ୍‌ରେ ଚିଡିଆଖାନାରେ ନିଆଁ ଲାଗିଥିବା ନେଇ ଦମକଳ ଓ ସ୍ଥାନୀୟ ପୋଲିସ ସୂଚନା ପାଇଥିଲେ। ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ୫ଟି ଓରାଙ୍ଗଉଟାନ, ୨ଟି ଗରିଲା, ଗୋଟିଏ ସିମ୍ପାଞ୍ଜିଙ୍କ ସମେତ ଅନେକ ଗୁଡିଏ ମାଙ୍କଡ, ବାଦୁଡି ଓ ଅନ୍ୟ ଜୀବ ପୋଡି ହୋଇ ପ୍ରାଣ ହରାଇଥିଲେ।

   Related Posts