ଟ୍ରେନରେ ଦିଲ୍ଲୀରୁ ମୁମ୍ବାଇ ଯାତ୍ରା ହେବ ସୁଗମ : ୧୬ ଘଣ୍ଟା ବଦଳରେ ୧୨ଘଣ୍ଟାରେ ପହଞ୍ଚାଇବାକୁ ରେଳବାଇର ଯୋଜନା

Published By : Prameya-News7 Bureau | June 15, 2021 IST

ନୂଆଦିଲ୍ଲୀ ୧୫/୬ : ରାଜଧାନୀ ଦିଲ୍ଲୀ ଏବଂ ଆର୍ଥିକ ରାଜଧାନୀ ମୁମ୍ବାଇ ମଧ୍ୟରେ କମିବ ଦୂରତା । ଏଣିକି ଆହୁରି ସୁଗମ ହେବ ଟ୍ରେନ୍ ଯାତ୍ରା । ଏଥିପାଇଁ ରେଳବାଇ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚଳାଇଛି । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଟ୍ରେନର ଗତି ବଢାଇବାକୁ ପଶ୍ଚିମ ରେଳପଥ ଏକ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛି । ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ପ୍ରାୟ ୧୬ ଘଣ୍ଟାର ଯାତ୍ରା ଏବେ ୧୨ ଘଣ୍ଟାରେ ଶେଷ ହେବ ।

ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଥିବା ରେଳବାଇ ବିରାର ଏବଂ ସୁରଟ ମଧ୍ୟରେ ୧୬୦ କିଲୋମିଟର ରେଳ ମାର୍ଗରେ ଏକ ସୀମା ନିର୍ମାଣ ପାଇଁ ପ୍ରସ୍ତୁତ ହେଉଛି । ଏହା ସହିତ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ଚାଲୁଥିବା ରାଜଧାନୀ ଏକ୍ସପ୍ରେସର ଗତି ବଢାଇବିକାୁ ନିଷ୍ପତ୍ତି ହୋଇଛି । ରିପୋର୍ଟ ଅନୁଯାୟୀ ପଶ୍ଚିମ ରେଳବାଇ ଏଥିପାଇଁ ଚୁକ୍ତି କରିଛି । ଏହି ୧୬୦ କିଲୋମିଟର ଲମ୍ବା ରେଳ ମାର୍ଗରେ ସୀମା ପ୍ରାଚୀର ନିର୍ମାଣ ପାଇଁ ୧୨୦ କୋଟିର ବଜେଟ୍ ରଖାଯାଇଛି ।

ଆଶା କରାଯାଏ ଯେ ମୌସୁମୀ ଶେଷ ହେବା ପରେ ଅଗଷ୍ଟ-ସେପ୍ଟେମ୍ବରରେ ଏହି କରିଡରରେ କାମ ଆରମ୍ଭ ହେବ । ଏହି ପ୍ରକଳ୍ପ ପାଇଁ ମାର୍ଚ୍ଚ ୨୦୨୪ର ସମୟସୀମା ରଖାଯାଇଛି । ରେଳ ବିଭାଗ କହିବା ଅନୁଯାୟୀ, ରେଳ ମାର୍ଗରେ ପଶୁ ଏବଂ ମଣିଷଙ୍କ ଗତିବିଧି ହେତୁ ଟ୍ରେନ୍ ଚଳାଚଳ ମନ୍ଥର ହୋଇଯାଏ । ସୀମା ନିର୍ମାଣ ହେତୁ ଟ୍ରେନର ଗତି ବଢିବ ଏବଂ କୌଣସି ବାଧା ବିନା କାର୍ଯ୍ୟ କରାଯାଇପାରିବ । |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.