ପଶ୍ଚିମ ଓଡିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ପ୍ରସଙ୍ଗ

Published By : Prameya-News7 Bureau | August 06, 2018 IST

ଆଜି ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛି ସମ୍ବଲପୁର ବାର୍ ଆସୋସିଏସନ୍ । ପଶ୍ଚିମ ଓଡିଶାରେ ହାଇକୋର୍ଟଙ୍କ ବେଞ୍ଚ ପ୍ରତିଷ୍ଠା ପାଇଁ ଦାବି ଜଣାଇଛନ୍ତି ପ୍ରତିନିଧିମାନେ । ତେବେ ହାଉକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ କେନ୍ଦ୍ର ଟାଳଟୁଳ ନୀତି ନ କରନ୍ତୁ ବୋଲି ମିଳିତ କ୍ରିୟାନୁଷ୍ଠାନ କମିଟି କହିଛି । ରାଜ୍ୟର ଏକ ଆଇନ ବିଶାରଦଙ୍କ ଟିମ୍ କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଭେଟନ୍ତୁ । ଏଦିଗରେ ରାଜ୍ୟ ସରକାର ସକାରାତ୍ମକ ପଦକ୍ଷେପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.