Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ମମତାଙ୍କୁ ଝଟକା: ଟିକେଟ୍ ମିଳିବା ସତ୍ତ୍ୱେ ଟିଏମସି ଛାଡିଲେ ସରଳା ମୁର୍ମୁ, ଆଜି ବିଜେପିରେ ହେବେ ସାମିଲ

8/03/2021 at 1:04 PM

କୋଲକାତା ୦୮/୦୩ : ରାଜନୀତି କିଏ କାହାର ନିଜର ନୁହନ୍ତି। ରାଜନୀତିରେ ଭାଇ ବି ଭଗାରୀ ହୋଇଯାଏ। ରାଜନୀତିରେ କେବେ କଣ ହେବ କେହି ଜାଣିନାହାନ୍ତି। ଏହାର ଏକ ତାଜା ଉଦାହରଣ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଛି। ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ଝଟକା ଲାଗିଛି। ସରଳା ମୁର୍ମୁ ଟିଏମସି ଛାଡି ଦେଇଛନ୍ତି। ମମତା ତାଙ୍କୁ ହବିବପୁର ନିର୍ବାଚନ କ୍ଷେତ୍ରରୁ ଟିକେଟ ବି ଦେଇଥିଲେ। ତା ସତ୍ତ୍ୱେ ସେ ଟିଏମସି ଛାଡି ଦେଇଛନ୍ତି।

ସରଳା ମୁର୍ମୁ ହବିବପୁର ନିର୍ବାଚନ କ୍ଷେତ୍ରରୁ ଟିକେଟ୍ ପାଇଥିଲେ କିନ୍ତୁ ତା ସତ୍ତ୍ୱେ ବି ଟିଏମସି ଛାଡି ଦେଇଛନ୍ତି। ଟିଏମସି ବୟାନ ଜାରି କହିଛି ଯେ ହବିବପୁର ବିଧାନସଭା ଆସନରୁ ନିଜ ପ୍ରାର୍ଥୀ ବଦଳାଉଛନ୍ତି। କାରଣ ସରଳା ମୁର୍ମୁଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ। ଟିକେଟ୍ ମିଳିବା ପରେ ଦଳ ଛାଡିବା ଟିଏମସିର ଏହା ପ୍ରଥମ ମାମଲା।

ହବିବପୁର ଆସନରୁ ଟିଏମସି ପ୍ରଦୀପ ବସକିଙ୍କୁ ପ୍ରାର୍ଥୀ କରିଛି। ମାଲଦା ଜିଲ୍ଲାରେ ଏପ୍ରିଲ ୨୬ ଓ ୨୯ ତାରିଖରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବ। ମାଲଦା ଜିଲ୍ଲାରେ ୧୨ ବିଧାନସଭା ଆସନ ଅଛି। ୨୦୧୬ ନିର୍ବାଚନରେ ଏହି ଜିଲ୍ଲାରେ ତୃଣମୂଳ କଂଗ୍ରେସ ସଫା ହୋଇଯାଇଥିଲା ଓ ବିଜେପି ଖାତାକୁ ୨ ଆସନ ଆସିଥିଲା। କଂଗ୍ରେସ ସବୁଠାରୁ ଅଧିକ ୮ ଆସନ ଜିତିଥିଲେ। ଆସନ ମାମଲାରେ ବିଜେପି ଦ୍ୱିତୀୟ ସ୍ଥାନରେ ଥିଲା। ମାକପା ଓ ନୀରଦଳୀୟ ଗୋଟିଏ ଲେଖାଏଁ ଆସନ ଜିତିଥିଲେ।

ଚାଳିତ ନିର୍ବାଚନରେ ଟିଏମସି ପ୍ରସିଦ୍ଧ ହସ୍ତୀ, ମହିଳା ଓ ଯୁବ ଗୋଷ୍ଠୀଙ୍କୁ ପ୍ରାଥମିକତା ଦେଇଛି। ଦଳ ୨୯୪ ଆସନରୁ ୨୯୧ ଆସନ ପାଇଁ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଅନ୍ୟ ୩ ଆସନ ନିଜ ସହଯୋଗୀ ଦଳକୁ ଦେଇଛି।

ପ୍ରଥମ ପର୍ଯ୍ୟାୟରେ ପଶ୍ଚିମବଙ୍ଗରେ ୨୯୪ ଆସନରୁ ୩୦ ଆସନ ପାଇଁ ମାର୍ଚ୍ଚ ୨୭ ତାରିଖରେ ମତଦାନ ହେବ। ଦ୍ୱିତୀୟ ପର୍ଯ୍ୟାୟ ମତଦାନ ୩୦ ଆସନ ପାଇଁ ହେବ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଏପ୍ରିଲ ୬ ତାରିଖରେ ୩୧ ଆସନ ପାଇଁ ହେବ। ଏପ୍ରିଲ ୧୦ ତାରିଖରେ ୪୪ ଆସନ ପାଇଁ ଏବଂ ୧୭ ତାରିଖରେ ୪୫ ଆସନ, ୨୨ ତାରିଖରେ ଷଷ୍ଠ ପର୍ଯ୍ୟାୟରେ ୪୩ ଆସନ, ସପ୍ତମ ପର୍ଯ୍ୟାୟ ୨୬ ତାରିଖରେ ୩୬ ଆସନ, ୨୯ ତାରିଖରେ ୩୫ ଆସନ ପାଇଁ ଅଷ୍ଟମ ପର୍ଯ୍ୟାୟ ମତଦାନ ହେବ। ମେ’୨ ତାରିଖରେ ଫଳାଫଳ ଘୋଷଣା ହେବ।

   Related Posts