ମାଛ କରିଦେଲା ଲକ୍ଷପତି: ୫୨ କିଲୋ ଓଜନର ମାଛ ବିକି ବୃଦ୍ଧା ମହିଳାଙ୍କ ଖୋଲିଗଲା ଭାଗ୍ୟ

Published By : Prameya-News7 Bureau | October 01, 2020 IST

କୋଲକାତା ୦୧/୧୦ : କଥା ଅଛି ଭଗବାନ ଯେତେବେଳେ ଦିଅନ୍ତୁ ପୁରା ଛପର ଫାଡ଼ି ଦିଅନ୍ତି । ଏହିଭଳି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗରେ । ପଶ୍ଚିମବଙ୍ଗର ଜଣେ ଗରିବ ବୃଦ୍ଧା ମହିଳାଙ୍କ ସହ ଏହିଭଳି ଏକ ଘଟଣା ଘଟିଛି । ମହିଳାଙ୍କ ହାତରେ ଏମିତି ଏକ ଖଜାନା ଲାଗିଲା ଯାହା ତାଙ୍କୁ ରାତାରାତି ଲକ୍ଷପତି କରିଦେଲା । ମହିଳା ଜଣକ ଭୋଲା ପ୍ରଜାତିର ମାଛ ଧରିଥିଲେ । ମାଛରର ଓଜନ ୫୨ କିଲୋ । ଏହି ମାଛକୁ ଧରିବା ପରେ ମହିଳା ଜଣକ ଲକ୍ଷପତି ହୋଇଗଲେ ।

{"id":336974,"sizeSlug":"large"}

ବୃଦ୍ଧା ମହିଳାଙ୍କ ନାଁ ପୁଷ୍ପା । ସେ ପଶ୍ଚିମବଙ୍ଗ ଦକ୍ଷିଣ ସାଗର ଦ୍ବୀପର ଚକପୁତଡୁବି ଗାଁରେ ରୁହନ୍ତି । ମଙ୍ଗଳବାର ଦିନ ସେ ୫୨ କିଲୋ ଓଜନର ଏକ ବଡ ମାଛ ଧରିଥିଲେ । ମାଛକୁ ବିକି ମହିଳାଙ୍କୁ ୩ ଲକ୍ଷ ଟଙ୍କା ମିଳିଲା । ମାଛ ବିକି ୩ ଲକ୍ଷ ଟଙ୍କା ପାଇବା ପରେ ମହିଳା କହିଲେ ସେ କେବେ ଜୀବନରେ ଏତେ ଟଙ୍କା ଦେଖିନଥିଲେ । ବଜାରରେ ଏହି ମାଛକୁ କିଲୋ ପ୍ରତି ୬ ହଜାର ୨୦୦ ଟଙ୍କାରେ ବିକି ବୃଦ୍ଧା ୩ ଲକ୍ଷ ଟଙ୍କା ରୋଜଗାର କଲେ ।

{"id":336975,"sizeSlug":"large"}

ପୁଷ୍ପା କହିଛନ୍ତି ମଙ୍ଗଳବାର ଦିନ ସେ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ । ସେଠାରେ ତାଙ୍କୁ ଏକ ବିରାଟ ମାଛ ମିଳିଥିଲା । ଏହା ପୂର୍ବରୁ ସେ କେବେ ଏଡ଼େ ବଡ ମାଛ ଦେଖିନଥିଲେ । ଏହି ମାଛକୁ ପଶ୍ଚିମବଙ୍ଗରେ ଭୋଲା ମାଛ କୁହାଯାଏ । ମାଛ ଧରିବା ପରେ ଗ୍ରାମବାସୀ କହିଥିଲେ ଯେ ମାଛ ବହୁତ ମହଙ୍ଗା । ମାଛକୁ ବଜାର ଯାଏଁ ନେବା ପାଇଁ ଗ୍ରାମବାସୀ ପୁଷ୍ପାଙ୍କୁ ସାହାଯ୍ୟ କରିଥିଲେ । ତେବେ ମାଛଟି ମରି ଯାଇଥିଲା । ଜଣେ ଗ୍ରାମବାସୀ କହିଲେ ମାଛ ଯଦି ମରି ନଥାନ୍ତା ତାହେଲେ ଆହୁରି ଅଧିକ ଟଙ୍କାରେ ବିକ୍ରି ହୋଇଥାନ୍ତା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.