ପଶ୍ଚିମବଙ୍ଗ ନିର୍ବାଚନ, ଭୋଟ ପୂର୍ବରୁ ପରଲୋକରେ ବିଧାୟକ ପ୍ରାର୍ଥୀ

Published By : Prameya-News7 Bureau | April 16, 2021 IST

ବରହମ୍‌ପୋର, ୧୬/୦୪: ପଶ୍ଚିମବଙ୍ଗ ନିର୍ବାଚନ ଚାଲୁ ରହିଛି । ଏଥି ମଧ୍ୟରେ ରିଭୋଲ୍ୟୁସନାରୀ ସ୍ପେସିଆଲିଷ୍ଟ୍‌ ପାର୍ଟିର ଜଣେ ବିଧାୟକ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସେ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ ।

ସୂଚନା ମୁତାବକ, ରିଭୋଲ୍ୟୁସନାରୀ ସ୍ପେସିଆଲିଷ୍ଟ୍‌ ପାର୍ଟିର ବିଧାୟକ ପ୍ରଦୀପ କୁମାର ନନ୍ଦି ୪ ଦିନ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରିଯାଇଥିଲା । ହେଲେ ଶୁକ୍ରବାର ତାଙ୍କର ପରଲୋକ ଘଟିଥିବା ସ୍ୱାସ୍ଥ୍ୟ ବିଭାଗର ଆଧିାକାରୀକ ପକ୍ଷରୁ କୁହାଯାଇଛି ।

ମୁର୍ସିଦାବାଦ ଜିଲ୍ଲାର ଜଙ୍ଗିପୁର ବିଧାନସଭା ଆସନରୁ ସେ ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀ ହୋଇଥିଲେ । କୋଭିଡ୍‌ରେ ଆକ୍ରାନ୍ତ ହେବା ପରେ ସେ ଘରୋଇ ସଙ୍ଗରୋଧରେ ରହିଥିଲେ । ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଗୁରୁବାର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଆଜି ସନ୍ଧ୍ୟା ୬ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ବିଧାନସଭା ନିର୍ବାଚନ ସମୟରେ ଆଉ କିଛି ନେତା କୋଭିଡ୍‌ ପଜିଟିଭ୍ ହୋଇ ଘରୋଇ ସଙ୍ଗରୋଧରେ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.