Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ରାହୁଲ, ମମତାଙ୍କ ପରେ ମୋଦୀ: ରାଲି କମ୍‌ କରିବାକୁ ନିଷ୍ପତ୍ତି, ୨ ନୁହେଁ ଗୋଟିଏ ଦିନ କରିବେ ନିର୍ବାଚନୀ ପ୍ରଚାର

19/04/2021 at 6:09 PM

ନୂଆଦିଲ୍ଲୀ ୧୯/୪: କରୋନାର ଦ୍ବିତୀୟ ଲହରରେ ଦେଶର ସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଏହାର ପ୍ରଭାବ ବେଙ୍ଗଲ ନିର୍ବାଚନରେ ପଡ଼ିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗରେ ୫ ପର୍ଯ୍ୟାୟ ନିର୍ବାଚନ ସରିଛି। ବାକି ୩ ଚରଣରେ ନିର୍ବାଚନ ହେବାକୁ ଥିବା ବେଳେ ଦଳଗୁଡ଼ିକ ନିଜ ନିଜର ପ୍ରଚାର ସମୟ କମ୍ କରିଛନ୍ତି । ରାହୁଲ ଗାନ୍ଧୀ ଏବଂ ମମତା ବାନର୍ଜୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ପ୍ରଚାର ଏବଂ ସଭା କମ୍‌ କରିଦିଆଯାଇଛି।

୨୨ ଏପ୍ରିଲରେ ମାଲଦା ଓ ମୁର୍ସିଦାବାଦ ଏବଂ ୨୪ ଏପ୍ରିଲ୍‌ରେ ଭବାନୀପୁର ଓ ବୀରଭୂମରେ ହେବାକୁ ଥିବା ରାଲି ଏବେ ୨୩ ଏପ୍ରିଲ୍‌ରେ ହେବ। ଏହି ୪ ରାଲି ଗୋଟିଏ ଦିନରେ ୨୩ ଏପ୍ରିଲ୍‌ରେ ହେବ। ଏହା ସହ ଭୋଟିଂର ୭୨ ଘଣ୍ଟା ପୂର୍ବରୁ ନିର୍ବାଚନ ପ୍ରଚାର ଉପରେ ରୋକ ଲଗାଯିବ। ୨୬ ଏପ୍ରିଲରେ ହେବାକୁ ଥିବା ନିର୍ବାଚନ ପାଇଁ ୨୩ ଏପ୍ରିଲ୍‌​‌ରେ ନିର୍ବାଚନ ପ୍ରଚାର ବନ୍ଦ ହେବ। ଏବେ ଭୋଟିଂର ୨୪ ଘଣ୍ଟା ପୂର୍ବରୁ ନିର୍ବାଚନୀ ପ୍ରଚାର ବନ୍ଦ କରିବାକୁ ନିର୍ବାଚନ ଆୟୋଗ ନିର୍ଦେଶ ଦେଇଛନ୍ତି।

ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କର ଆଗାମୀ ଏକ ସପ୍ତାହରେ ୧୭ ରାଲି ହେବାର ଥିଲା। କିନ୍ତୁ କୋଲକାତାରେ ହେବାକୁ ଥିବା ସମସ୍ତ ରାଲି ରଦ୍ଦ କରିଛନ୍ତି ମମତା। ବାକି ରାଲିରେ ସମୟ ମଧ୍ୟ କମ୍‌ କରିଦିଆଯାଇଛି। ଟିଏମସି ମୁଖପାତ୍ର ଏବଂ ସାଂସଦ ଡେରେକ ଓବ୍ରାୟନ୍‌ ଟ୍ବିଟ୍‌ କରିଛନ୍ତି ଯେ, ମମତା ବାନାର୍ଜୀ ଏବେ କୋଲକାତାରେ ନିର୍ବାଚନ ପ୍ରଚାର କରିବେ ନାହିଁ।

ସେପଟେ କରୋନାରେ ବିଗୁଡ଼ିଥିବା ସ୍ଥିତିକୁ ଦେଖି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରହୁଲ ଗାନ୍ଧୀ ପଶ୍ଚିମବଙ୍ଗ​ର ନିଜର ସମସ୍ତ ରାଲି ରଦ୍ଦ କରିଛନ୍ତି। ପଶ୍ଚିମବଙ୍ଗରେ ହେଉଥିବା ନିର୍ବାଚନ ପାଇଁ ରାହୁଲ କେବଳ ଗୋଟିଏ ରାଲିରେ ଯୋଗ ଦେଇଛନ୍ତି। ଏବେ ନିଜର ସମସ୍ତ କାର୍ଯ୍ୟକ୍ରମ ବନ୍ଦ କରିବା ସହ ଅନ୍ୟ ଦଳଗୁଡ଼ିକର ରାଲି ବନ୍ଦ କରିବାକୁ ଅପିଲ କରିଛନ୍ତି ରାହୁଲ ଗାନ୍ଧୀ।

   Related Posts