ପଶ୍ଚିମବଙ୍ଗ ଡାକ୍ତର ଆନ୍ଦୋଳନ: ମମତାଙ୍କ ସହ ଜୁନିୟର ଡାକ୍ତରଙ୍କ ଜଏଣ୍ଟ ଫୋରମର ଆଲୋଚନା ସଫଳ

Published By : Prameya-News7 Bureau | June 17, 2019 IST

କୋଲକାତା ୧୭।୬:  ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ପରିସ୍ଥିତି ଏବେ ଦୂର ହେବ ବୋଲି ଏବେ ଆଶା କରାଯାଉଛି। ସୋମବାର ଗଣମାଧ୍ୟମ ଉପସ୍ଥିତିରେ ଜୁନିୟର ଡାକ୍ତରଙ୍କ ଜଏଣ୍ଟ ଫୋରମ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଆଲୋଚନା କରିଛି। ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏହି ଆଲୋଚନାରେ ଡାକ୍ତମାନେ ହସ୍ପିଟାଲରେ ରୋଗୀ ସେବା ଯୋଗାଇଦେବାବେଳେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା  ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତେବେ ସରକାର ଖୁବ ଶିଘ୍ର ଡାକ୍ତରଙ୍କ ଚିନ୍ତା ଦୂର କରିବାକୁ ପଦକ୍ଷେପ ନେଉଥିବା ମମତା ଡାକ୍ତରଙ୍କୁ ଆଶ୍ୱସ୍ତ କରିଥିଲେ।

{"id":124157}

ମୁଖ୍ୟମନ୍ତ୍ରୀଙ୍କ ସହ ଜଏଣ୍ଟ ଫୋରମର ୩୧ ଜଣ ଡାକ୍ତର ଆଲୋଚନା କରିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। ତେବେ ଡାକ୍ତରମାନେ ଗଣମାଧ୍ୟମ ସମ୍ମୁଖରେ ଆଲୋଚନା ନିମନ୍ତେ ରଖିଥିବା ସର୍ତ୍ତ ଅନୁସାରେ ସରକାର କେବଳ ରାଜ୍ୟର ୨ଟି ନ୍ୟୁଜ୍ ଚାନେଲକୁ ଆଲୋଚନାରେ ଉପସ୍ଥିତ ରହିବାକୁ ଅନୁମତି ଦେଇଥିଲେ। ଆଲୋଚନାରେ ରାଜ୍ୟରେ ଚିକିତ୍ସା ସେବା ଯୋଗାଇ ଦେବାକୁ ଭୟ ଲାଗୁଥିବା ଡାକ୍ତରମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ଜବାବରେ ଡାକ୍ତରଙ୍କ ସୁରକ୍ଷା ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଡାକ୍ତରଙ୍କୁ ଜଣାଇବା ସହ ଆନ୍ଦୋଳନ ପ୍ରତ୍ୟାହାର ପାଇଁ ନିବେଦନ କରିଥିଲେ। ତେବେ ଏ ନେଇ ସାଥୀ ଡାକ୍ତରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ଖୁବ୍ ଶୀଘ୍ର ରାଜ୍ୟ ସରକାରଙ୍କୁ ଜଣାଇ ଦିଆଯିବ ବୋଲି ଫୋରମ ମୁଖ୍ୟମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିବା ବେଳେ ଏନଆରଏସ୍ କଲେଜ ଓ ହସ୍ପିଟାଲରେ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହର କରିନେଇଥିବା ଘୋଷଣା କରିଛନ୍ତି ।

{"id":124158}

ଆଲୋଚନା ମୁତାବକ ଏବେ ପଶ୍ଚିମବଙ୍ଗର ସମସ୍ତ ହସ୍ପିଟାଲରେ ଅଭିଯୋଗ ସମାଧାନ ନିମନ୍ତେ ବର୍ଗ ଗଠନ କରାଯିବ। ସେହିପରି ଏନଆରଏସ୍ ହସ୍ପିଟାଲ ଓ ମେଡିକାଲ କଲେଜରେ ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିବା ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ମୁଖ୍ୟମନ୍ତ୍ରୀ ଆକ୍ରମଣରେ ଗୁରୁତର ଆହତ ଡାକ୍ତରଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ଆନ୍ଦୋଳନ ପାଇଁ ରାଜ୍ୟ ସରକାର କୌଣସି ଠାରେ ଡାକ୍ତରଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି କି ଆଗକୁ କରିବେ ନାହିଁ ବୋଲି କହିଛନ୍ତି। ତେବେ ଡାକ୍ତରମାନେ ଯଥାଶୀଘ୍ର କାର୍ଯ୍ୟକୁ ଫେରିଆସନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ବୈଠକରେ ନିବେଦନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.