କୋଲକାତା ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା, ଜାଣନ୍ତୁ କ'ଣ କହିଲେ ମୋଦି

Published By : Prameya-News7 Bureau | January 11, 2020 IST

କୋଲକାତା ୧୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦୁଇ ଦିନିଆ କୋଲକାତା ଗସ୍ତରେ ଆସି ପହଞ୍ଚିଛନ୍ତି। ଏହି ଅବସରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀଙ୍କୁ କୋଲକାତା ରାଜଭବନରେ ଭେଟିଥିଲେ। ସାକ୍ଷାତ ଆଲୋଚନାରେ ମମତା ପ୍ରଧାନମନ୍ତ୍ରୀଙ୍କ ସହ ସିଏଏ, ଏନଆରସି ଓ ଏନପିଆର ପ୍ରସଙ୍ଗରେ ଆଲୋଚନା କରିବାକୁ ଚାହିଁଥିଲେ। କେନ୍ଦ୍ର ସରକାରଙ୍କ ଏହି ସବୁ ନୂଆ ଆଇନକୁ ପଶ୍ଚିମବଙ୍ଗ ବିରୋଧ କରୁଥିବା ପ୍ରଧାନମନ୍ତ୍ରୀଙ୍କୁ ଜଣାଇଥିଲେ। ତେବେ ମୋଦି ଏବେ ଅନ୍ୟ କାର୍ଯ୍ୟକ୍ରମ ଲାଗି କୋଲକାତା ଗସ୍ତରେ ଆସିଥିବା ମମତାଙ୍କୁ କହିଥିଲେ। ଏଣୁ ଏହି ସବୁ ଆଇନ ସମ୍ପର୍କରେ ଆଲୋଚନା ଲାଗି ମମତାଙ୍କୁ ଦିଲ୍ଲୀ ଆମନ୍ତ୍ରଣ କରିଛନ୍ତି ମୋଦି।

{"id":209966,"sizeSlug":"large"}

ରାଜଭବନରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ମମତା ବାନାର୍ଜୀ ସିଏଏ ବିରୋଧରେ ଟିଏମସି ଛାତ୍ରମାନେ ଆୟୋଜନ କରିଥିବା ଆନ୍ଦୋଳନରେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀ ଗସ୍ତ କାଳରେ ଓଲ୍ଡ କରେନ୍ସୀ ବିଲ୍ଡିଂରେ ପ୍ରଦର୍ଶନୀ ଓ ଆର୍ଟ ଗ୍ୟାଲେରୀର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେହିପରି ମିଲେନିୟମ ପାର୍କରେ ହାୱଡା ବ୍ରିଜ ନାମରେ ପ୍ରସିଦ୍ଧ ରବିନ୍ଦ୍ର ସେତୁର ଇଣ୍ଟରାଆକ୍ଟିଭ ଲାଇଟ୍ ଏଣ୍ଡ ସାଉଣ୍ଡ ସୋର ଉଦଘାଟନ ମଧ୍ୟ କରିବେ।

{"id":209967,"sizeSlug":"large"}

ଏହି ଗସ୍ତ କାର୍ଯ୍ୟକ୍ରମ ଲାଗି ପ୍ରଧାନମନ୍ତ୍ରୀ ଶନିବାର ଅପରାହ୍ଣ ପ୍ରାୟ ସାଢେ ୩ଟା ବେଳେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଦମଦମ ବିମାନ ବନ୍ଦରରେ ଅବତରଣ କରିଥିଲେ। ଏଠାରୁ ହେସଲିକପ୍ଟର ଯୋଗେ ରେସ୍ କୋର୍ସ ପହଞ୍ଚିବା ପରେ ସେଠାରୁ ରାଜଭବନ ପହଞ୍ଚିଥିଲେ। ବିମାନବନ୍ଦରରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ଜଗଦ୍ଦୀପ ଧନଖଡଙ୍କ ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ନଗର ବିକାଶ ମନ୍ତ୍ରୀ ଫିରହାଦ ହକିମ ଓ ଅନ୍ୟ ଅଧିକାରୀମାନେ ସ୍ୱାଗତ କରିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.