Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଶେଷରେ ଡାକ୍ତରଙ୍କ ସମସ୍ତ ଦାବି ମାନିଲେ ମମତା, କହିଲେ ଆଗ କାର୍ଯ୍ୟରେ ଯୋଗ ଦିଅନ୍ତୁ

15/06/2019 at 9:50 PM

କୋଲକାତା ୧୫।୬:  ଶେଷରେ ଡାକ୍ତରଙ୍କ ଆନ୍ଦୋଳନ ଆଗରେ ମୁଣ୍ଡ ନୁଆଁଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଶନିବାର ସନ୍ଧ୍ୟାରେ ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ଶୁଶ୍ରୀ ବାନାର୍ଜୀ ଏନଆରଏସ ହସ୍ପିଟାଲରେ ଘଟିଥିବା ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ଡାକ୍ତରମାନଙ୍କର ସମସ୍ତ ୬ଟି ଜାକ ଦାବିକୁ ସ୍ୱୀକାର କରୁଥିବା ଘୋଷଣା କରିଛନ୍ତି। ମନ୍ତ୍ରୀ ଓ ସଚିବମାନଙ୍କୁ ଆନ୍ଦୋଳନରତ ଡାକ୍ତରଙ୍କୁ ଭେଟିବା ପାଇଁ ପଠାଇଥିବା ସାମ୍ବାଦିକମାନଙ୍କୁ ମମତା କହିଥିବା ବେଳେ ଡାକ୍ତର ଆନ୍ଦୋଳନରୁ ଓହରିବେ କି ନା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।

ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମମତା ଡାକ୍ତରମାନଙ୍କ ସହ ଆଲୋଚନା ନିମନ୍ତେ ଅପରାହ୍ଣ ୫ ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ବୋଲି କହିଥିଲେ। ତେବେ ଡାକ୍ତରଙ୍କ ପ୍ରତିନିଧି ଦଳ ଆଲୋଚନାକୁ ନ ଆସିବାରୁ ଡାକ୍ତରମାନେ କରିଥିବା ସମସ୍ତ ଦାବିକୁ  ଜରୁରିକାଳୀନ ଭିତ୍ତିରେ ସରକାର ପୁରଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ମୃତ ରୋଗୀଙ୍କ ଆତ୍ମୀୟଙ୍କ ଆକ୍ରମଣରେ ଗୁରୁତର ଆହତ ଡାକ୍ତର ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ମମତା କହିଥିଲେ। ତାଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆନ୍ଦୋଳନରେ ସାମିଲ ଡାକ୍ତରମାନଙ୍କ ବିରୋଧରେ ରାଜ୍ୟ ସରକାର କୌଣସି କାର୍ଯ୍ୟାନୁଷ୍ଠାନ କରିବେ ନାହିଁ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।  ଏଣୁଡାକ୍ତରମାନେ ତୁରନ୍ତ ସେମାନଙ୍କ କାର୍ଯ୍ୟରେ ଯୋଗଦିଅନ୍ତୁ ବୋଲି ମମତା ନିବେଦନ କରିଛନ୍ତି । 

ଗତ ୧୦ ତାରିଖ ଦିନ ଚିକିତ୍ସାଧୀନ ଜନୈକ ରୋଗୀଙ୍କ ମୃତ୍ୟୁକୁ ନେଇ ତାଙ୍କ ସମ୍ପର୍କିୟମାନେ ଜଣେ କନିଷ୍ଠ ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ଡାକ୍ତର ଗୁରୁତର ଆହତ ହୋଇଥିବା ବେଳେ ଘଟଣାକୁ ନେଇ ପ୍ରଥମେ ସାରା ରାଜ୍ୟ ଓ ପରେ ସାରା ଦେଶରେ ଡାକ୍ତର ଆନ୍ଦୋଳନ ଦେଖାଦେଇଛି। ରାଜ୍ୟ ଆନ୍ଦୋଳନକୁ ସମର୍ଥନ ଜଣାଇ ଏପର୍ଯ୍ୟନ୍ତ ୩ଶହ ଡାକ୍ତର ଚାକିରୀରୁ ଇସ୍ତଫା ଦେଇଥିବା ବେଳେ ରାଜ୍ୟ ସରକାର ସେମାନଙ୍କ ଇସ୍ତଫା ମଞ୍ଜୁର ହେବ ନାହିଁ ବୋଲି କହିଛନ୍ତି।

   Related Posts