ଟିଏମସି ନେତା ବିନୟ ମିଶ୍ରଙ୍କ ଘରେ ସିବିଆଇ ରେଡ୍‌, କୈଳାଶ ବିଜୟବର୍ଗୀୟ ଦେଲେ ଏମିତି ପ୍ରତିକ୍ରିୟା

Published By : Prameya-News7 Bureau | December 31, 2020 IST

କୋଲକାତା ୩୧/୧୨:  ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ମମତା ଦିଦିଙ୍କ ସରକାରରେ ଏବେ ସିବିଆଇ ଛନକା ଦେଖିବାକୁ ମିଳିଛି। ତୃଣମୂଳ ୟୁଥ କଂଗ୍ରେସର ସାଧାରଣ ସମ୍ପାଦକ ବିନୟ ମିଶ୍ରଙ୍କ ଘରେ ସିବିଆଇ ଚଢ଼ଉ କରିଥିବା ଜଣାପଡ଼ିଛି। ତେବେ ଏହି ରେଡ୍‌ ଗୋ ଚୋରାଚାଲାଣକୁ ନେଇ କରାଯାଇଛି।

ମିଳିଥିବା ସୂଚନା ଅନୁସାରେ ସିବିଆଇ ପକ୍ଷରୁ ବିନୟ ମିଶ୍ରଙ୍କୁ ଲଗାତର ନୋଟିସ୍‌ ପଠାଯାଇଥିଲେ ବି ସେ ଏହାକୁ ଅଣଦେଖା କରିଥିଲେ। ବିନୟ ମିଶ୍ର  ମମତା ବାନାର୍ଜୀଙ୍କ ପୁତୁରା  ଅଭିଷେକ ବାନାର୍ଜୀଙ୍କ ନିକଟତର ବୋଲି କୁହାଯାଉଛି। ଗୁରୁବାର ସିବିଆଇ ଟିମ୍‌ ବିନୟ ମିଶ୍ରଙ୍କ ଘରେ ପହଞ୍ଚି ଦୁଇଟି ସ୍ଥାନ​‌ରେ ଚଢ଼ଉ କରିଛି। ଗୋଟିଏ ସ୍ଥାନରେ ଗୋ ଚୋରାଚାଲଣ ଓ ଅନ୍ୟ ସ୍ଥାନରେ କୋଇଲା ଘୋଟାଲାକୁ ନେଇ ଚଢ଼ଉ ହୋଇଥିବା ଜଣାପଡ଼ିଛି।

ଏହା ବ୍ୟତୀତ ସବିବିଆଇ ଟିମ୍‌ ଆସାନସୋଲ ଜିଲ୍ଲାରେ କୋନନଗରରେ ଅମିତ ସିଂହ ଓ ନିରଜ ସିଂହ ଘରେ ବି ରେଡ କରିଛି। ରେଡ୍‌ ସମୟରେ ସିଂ ବ୍ରଦର୍ସ ଘରେ ନଥିବା ଜଣାପଡ଼ିଛି। ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ଘରେ ଥିବା କାଗଜପତ୍ର ଯାଞ୍ଚ କରିଥିଲା ସିବିଆଇ ଟିମ୍‌। ସିବିଆଇ ଟିମ୍‌ର ଚଢ଼ଉ ପରେ ବିଜେପି ନେତା କୈଳାଶ ବିଜୟବର୍ଗୀୟଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି।

ବିଜୟବର୍ଗୀୟ ଟ୍ବିଟ୍‌ କରି ଲେଖିଛନ୍ତି, ‘ ବିଜୟ ମିଶ୍ରଙ୍କ ଘରେ ସିବିଆଇ ଚଢ଼ଉ କରିବା ପରେ ପଶ୍ଚିମବଙ୍ଗରେ ଉଚ୍ଚ ଅଧିକାରୀଙ୍କ ଜରୁରିକାଳୀନ ବୈଠକ ଆରମ୍ଭ ହୋଇଛି। ମମତା ବାନାର୍ଜୀଙ୍କ ସରକାରରେ ହଲଚଲ ଦେଖାଦେଇଛି। ରାଜ୍ୟରେ ଏହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.