ତେଜିଲା ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବି ; ୧୨ ଘଣ୍ଟିଆ ପଶ୍ଚିମ ଓଡିଶା ବନ୍ଦ
17/12/2018 at 9:11 AM

ସ୍ବତନ୍ତ୍ର କୋଶଳ ରାଜ୍ୟ ଦାବିରେ ଆଜି ବନ୍ଦ ପାଳନ କରାଯାଉଛି । ସୁନ୍ଦରଗଡ଼, ଦେବଗଡ଼, ଝାରସୁଗୁଡ଼ା,ବରଗଡ଼, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା ଓ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଉପଖଣ୍ଡରେ ଏହି ବନ୍ଦ ପାଳନ କରାଯାଉଛି । ସକାଳ ୬ ଟାରୁ ସଂଧ୍ୟା ୬ ଟା ଯାଏଁ ଏହି ବନ୍ଦ ପାଳନ କରାଯାଉଛି । ବନ୍ଦ ଫଳରେ ସ୍କୁଲ-କଲେଜ, ଦୋକାନ-ବଜାର, ସରକାରୀ ବେସରକାରୀ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିଛି। ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି ନେଇ ଆଜି ଆଠମଲ୍ଲିକରେ ବନ୍ଦ ପାଳନ କରାଯାଉଛି । ପଶ୍ଚିମ ଓଡିଶାରୁ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ ହେଉଥିବା ବେଳେ ଏହାର ୧୦ ଭାଗ ବି ପଶ୍ଚିମ ଓଡିଶାର ବିକାଶରେ ଖର୍ଚ୍ଚ କରାଯାଉନାହିଁ । ଯାହା ଫଳରେ ପଶ୍ଚିମ ଓଡ଼ିଶାର ବିକାଶ ହୋଇପାରୁନାହିଁ । ଏ ଦୃଷ୍ଟିରୁ ସ୍ବତନ୍ତ୍ର କୋଶଳ ରାଜ୍ୟ ଗଠନ କରାଗଲେ ବିକାଶ ହୋଇପାରିବ ବୋଲି କୋଶଳ ସମନ୍ବୟ ସମିତି ଦାବି କରୁଛି ।