ବାଘଙ୍କୁ ବୁଲାଇବାକୁ ନେଇ ଯାଇଥିଲେ, ବାଘୁଣୀ ହମଲାରେ ଅଙ୍କଲଙ୍କ ମୃତ୍ୟୁ

Published By : Prameya-News7 Bureau | August 28, 2020 IST

ଜୋହାନ୍ସବର୍ଗ ୨୮/୦୮ : ଦକ୍ଷିଣ ଆଫ୍ରିକାର ପରିବେଶ ସୁରକ୍ଷାବାଦୀଙ୍କ ମୃତ୍ୟୁ ହୋଇଛି | ବାଘଙ୍କୁ ବୁଲିବାକୁ ନେଉଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି | ପ୍ରସିଦ୍ଧ ସୁରକ୍ଷାବାଦୀ West Mathewson ଙ୍କୁ ଦୁଇ ଧଳା ବାଘ ହମଲା କରିଥିଲେ | ଫଳରେ ତାଙ୍କର ମୃତ୍ୟୁ ହୋଇଛି | ୱେଷ୍ଟଙ୍କ ପତ୍ନୀ କହିଛନ୍ତି ଯେ ସେ ନିଜ ପତି ଓ ବାଘଙ୍କ ପଛରେ କାରରେ ଆସୁଥିଲେ | ସେ ବାଘଙ୍କ ନଜର ହଟାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହୋଇଥିଲେ | ସେତେବେଳେ ବହୁତ ବିଳମ୍ବ ହୋଇସାରିଥିଲା | ୱେଷ୍ଟ ଦକ୍ଷିଣ ଆଫ୍ରିକାର ଲିମ୍ପୋପୋ ପ୍ରାନ୍ତରେ ଏକ ସଫାରୀ ଲଜ 'ଲାୟନ ଟ୍ରି ଟପ ଲଜ' ଚଳାଉଥିଲେ |

{"id":321472,"sizeSlug":"large"}

ଏହି ଘଟଣା ପରେ ବାଘୁଣୀକୁ ଅନ୍ୟ ଗେମ ଲଜକୁ ନିଆଯାଇଥିଲା | ପରେ ତାର ବ୍ୟବହାର ଦେଖି ତାକୁ ଜଙ୍ଗଲରେ ଛାଡିଦେବାକୁ ବିଚାର କରାଯାଉଛି | ବାଘୁଣୀ ପ୍ରଥମେ ଅନ୍ୟ ବାଘଙ୍କୁ ଦେଖି ଉଗ୍ର ହୋଇଯାଇଥିଲା ଏବଂ ହଠାତ ୱେଷ୍ଟଙ୍କୁ ହମଲା କରିଥିଲା | ଲୋକେ ୱେଷ୍ଟଙ୍କୁ ଅଙ୍କଲ ୱେଷ୍ଟ ଡାକନ୍ତି | ସେ ଅଙ୍କଲ ୱେଷ୍ଟ ଭାବେ ପରିଚିତ | ୱେଷ୍ଟଙ୍କ ସମ୍ପର୍କୀୟ କହିଛନ୍ତି, ବୁଧବାର ଦିନ ଏକ ଭୟଙ୍କର ଖେଳର ତାଙ୍କର ମୃତ୍ୟୁ ହୋଇଯାଇଛି | ଘଟଣା ପରେ ବାଘୁଣୀକୁ ଲୁପ୍ତ ପ୍ରାୟ ପ୍ରଜାତି କେନ୍ଦ୍ରକୁ ନିଆଯାଇଛି ଏବଂ ତାକୁ ଟ୍ରାଙ୍କୁଲାଇଜରରେ ରଖାଯାଇଛି |

{"id":321473,"sizeSlug":"large"}

ୱେଷ୍ଟ ବାଘ ବାଘୁଣୀଙ୍କୁ କେନଡ୍ ଶିକାରରୁ ବଞ୍ଚାଇଥିଲେ ବୋଲି କୁହାଯାଏ | କେନଡ୍ ଶିକାର ଅନ୍ତର୍ଗତ ବନ୍ୟଜନ୍ତୁଙ୍କୁ ଏକ ଆବଦ୍ଧ କ୍ଷେତ୍ରରେ ଶିକାର କରାଯାଏ | କିମ୍ବା କୌଣସି ସଂଲଗ୍ନ ଅଞ୍ଚଳରେ ଶିକାର କରାଯାଏ | ଏଥିପାଇଁ ଏମାନଙ୍କୁ ଲଜରେ ଏକ ଏନକ୍ଲୋଜରରେ ରଖାଯାଉଥିଲା | ୨୦୧୭ ମସିହାରେ ଏହି ବାଘୁଣୀ ୱେଷ୍ଟଙ୍କ ଲଜ ପାଖରେ ଥିବା ପ୍ରପର୍ଟିରେ କାମ କରୁଥିବା ଜଣେ ବ୍ୟକ୍ତିଙ୍କୁ ହମଲା କରି ତାଙ୍କୁ ହତ୍ୟା କରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.