Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୬କୁ ବୃଦ୍ଧି
  • ||
  • ଭୁବନେଶ୍ବର : ୪ ଦିନିଆ ରିମାଣ୍ଡରେ ଯିବେ ୨ କଣ୍ଟ୍ରାକ୍ଟ କିଲର, ଏସଡିଜେଏମ୍ କୋର୍ଟ ଦେଲେ ଅନୁମତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୫ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୫ କରୋନା ସଂକ୍ରମିତ, ୧୦୫୦୭୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ସୁନ୍ଦରଗଡ : ସ୍ୱାମୀ ସାଜିଲା ସୈତାନ୍, କୁରାଢି ଚୋଟରେ ନେଇଗଲା ସ୍ତ୍ରୀର ଜୀବନ
  • ||
  • ୬ ଦିନିଆ ରିମାଣ୍ଡରେ ଆସିବ ଠକ ପ୍ରଜ୍ଞା, ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ଘୋଷଣା ହେଲା ଜ୍ଞାନପୀଠ ପୁରସ୍କାର : ୨୦୨୧ ପାଇଁ ନୀଳମଣି ଫୁକନ, ୨୦୨୨ ପାଇଁ କୌଙ୍କଣୀ ସାହିତ୍ୟିକ ଦାମୋଦେର ମୌଜଙ୍କୁ ସମ୍ମାନ
  • ||

ind vs wi: ଟିମ୍ଇଣ୍ଡିଆ ସହ ୱେଷ୍ଟଇଣ୍ଡିଜର ପଏଣ୍ଟ ବରାବର

8/12/2019 at 10:20 PM

ତିରୁଅନନ୍ତପୁରମ : ଭାରତ ବନାମ ୱେଷ୍ଟ ଇଣ୍ଡିଜ ଟି-୨୦ ସିରିଜରେ ଟିମ୍ ଇଣ୍ଡିଆ ସହ ପଏଣ୍ଟ ବରାବର କରିଛି ୱେଷ୍ଟଇଣ୍ଡିଜ୍। ପ୍ରଥମ ମ୍ୟାଚ୍ ଭାରତୀୟ ଟିମ୍ ନିଜ ନାମରେ କରିନେଇଥିବା ବେଳେ ରବିବାର ତିରୁଅନନ୍ତପୁରମରେ ଖେଳା ଯାଇଥିବା ସିରିଜର ଦ୍ୱିତୀୟ ଟି-୨୦ ମ୍ୟାଚ୍ କୁ ୱେଷ୍ଟଇଣ୍ଡିଜ୍ ୩ ରନ ଓ ୮ ୱିକେଟ୍‌ରେ ଜିତିନେଇଛି।

ରବିବାର ୱେଷ୍ଟଇଣ୍ଡିଜ୍ ଟିମ୍ ଅଧିନାୟକ କିରୋନ ପୋଲାର୍ଡ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ପ୍ରଥମେ ବ୍ୟାଟିଂ କରିବାକୁ ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ୭ ୱିକେଟ ବିନିମୟରେ କରିଥିଲା ୧୭୦ ରନ୍। ଏହାର ଜବାବରେ ୱେଷ୍ଟଇଣ୍ଡିଜ୍‌ର ଲେଣ୍ଡଲ ସିମନ୍ସ ୬୭, ଏବିନ ଲୁଇସ୍ ୪୦, ନିକୋଲସ୍ ପୁରଣ ୩୮ ଓ ସିମରନ ହେଟ୍‌ମାୟରଙ୍କ ୨୩ ରନ ବଳରେ ମ୍ୟାଚ୍ ଜିତିଯାଇଛି।

ଫଳରେ ପ୍ରଥମ ଟି-୨୦ ମ୍ୟାଚ୍‌ରେ ହାରିବାର କ୍ଷୋଭ ୱେଷ୍ଟଇଣ୍ଡିଜ ଦୂର କରିପାରିଥିବା ବେଳେ ପଏଣ୍ଟରେ ବରାବର ହୋଇପାରିଛି। ଏହି ସିରିଜର ତୃତୀୟ ତଥା ଚୂଡାନ୍ତ ମ୍ୟାଚ୍ ୧୧ ଡିସେମ୍ବର ବୁଧବାର ମୁମ୍ବାଇରେ ଅନୁଷ୍ଠିତ ହେବ।       

   Related Posts