IND VS WI: କାମ ଦେଲାନି ଭାରତୀୟ ବୋଲରଙ୍କ ଚାଲ୍, ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜର ଧମାକାଦାର ବିଜୟ

Published By : Prameya-News7 Bureau | December 15, 2019 IST

ଚେନ୍ନାଇ ଏମ.ଏ.ଚିଦାମ୍ବରମ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଭାରତ ବନାମ ୱେଷ୍ଟଇଣ୍ଡିଜ୍  ସିରିଜର ପ୍ରଥମ ମ୍ୟାଚ୍‌କୁ ୱେଷ୍ଟଇଣ୍ଡିଜ୍ ହାତେଇ ନେଇଛି। ଶିରନ ହେଟମାୟରଙ୍କ ୧୩୯ ରନ ବଳରେ ୱେଷ୍ଟଇଣ୍ଡିଜ୍ ଏହି ବିଜୟ ପ୍ରାପ୍ତ କରିଥିବା ବେଳେ ଶାଇ ହୋପ ମଧ୍ୟ ଦୀର୍ଘ ଇନିଂସ ଖେଳି ତାଙ୍କର ଶତକ ହାସଲ କରିଛନ୍ତି। ଭାରତର ୨୮୮ ରନ ଟାର୍ଗେଟ୍ ନେଇ ଷ୍ଟାଡିୟମକୁ ଓହ୍ଲାଇଥିବା କର୍ବିଆନ୍ ଟିମ୍ ୨ ୱିକେଟ୍ ବିନିମୟରେ ୨୯୦ ରନ କରିଛି।  

{"id":198206,"sizeSlug":"large"}

ହେଟମେୟାର (୧୩୯) ଓ ହୋପ( ୧୦୨) ରନ ବଳରେ ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଅନ୍ତର୍ଜାତୀୟ ୱାନଡେ ମ୍ୟାଚ୍‌କୁ ୱେଷ୍ଟଇଣ୍ଡିଜ୍ ଅକ୍ଳେଶରେ ଜିତିଯାଇଛି। ଭାରତ ୮ ୱିକେଟ୍‌ରେ ପରାଜିତ ହୋଇଥିବା ବେଳେ ସିରିଜରେ ୱେଷ୍ଟଇଣ୍ଡିଜ୍‌ ୧-୦ରେ ଅଗ୍ରଣୀ ହୋଇଛି। ଦ୍ୱିତୀୟ ୱାନଡେ ୧୮ ଡିସେମ୍ବର ବୁଧବାର ବିଶାଖାପାଟଣାରେ ଖେଳାଯିବ। ହେଟମେୟର ୧୦୬ ବଲ୍‌ରୁ  ୧୩୯ ରନର ଇନିଂସ ଖେଳିଛନ୍ତି। ଯେଉଁଥିରେ ୧୧ଟି ଛକା ସାଙ୍ଗକୁ ୭ଟି ଚୌକା ରହିଛି।

{"id":198208,"sizeSlug":"large"}

ସେହିପରି ହୋପ୍ ୧୫୧ଟି ବଲ୍‌ ଖେଳି ୧୦୨ ରନ କରିଛନ୍ତି। ଏଥିରେ ସେ ୭ଟି ଚୌକା ଓ ଗୋଟିଏ ଛକା ଲଗାଇଛନ୍ତି। ପ୍ରଥମେ ବ୍ୟାଟିଂ ଲାଗି ଷ୍ଟାଡିୟମକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୮୭ ରନ୍ କରିଥିଲା। ବିଜୟ ଲାଗି ୱେଷ୍ଟଇଣ୍ଡିଜ୍ ନିକଟରେ ୨୮୮ ରନର ଲକ୍ଷ ଥିବା ବେଳେ ୨ ୱିକେଟ୍ ବିନିମୟରେ ୱେଷ୍ଟଇଣ୍ଡିଜ୍ ୨୯୧ ରନ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.