Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ବାରବାଟୀରେ ଶାଇ ହୋପ୍‌ଙ୍କ ରେକର୍ଡ,ଦିଗ୍ଗଜଙ୍କୁ ପଛରେ ପକାଇ ରନ ସଂଗ୍ରହରେ ରଚିଲେ ନୂଆ କିର୍ତ୍ତିମାନ

22/12/2019 at 7:05 PM

କଟକ ୨୨।୧୨: ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ୍ ତୃତୀୟ ଦିନିକିଆ ମ୍ୟାଚ୍‌ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି। ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ଓପ୍ନର ରୋହିତ ଶର୍ମା ଶ୍ରୀଲଙ୍କ କ୍ରିକେଟର ସନତ ଜୟ ସୂର୍ଯ୍ୟାଙ୍କ ରନ୍ ରେକର୍ଡ ଭାଙ୍ଗିଥିବା ବେଳେ ୱେଷ୍ଟଇଣ୍ଡିଜ୍ ୱିକେଟ୍‌ କିପର ତଥା ବ୍ୟାଟସ୍‌ମ୍ୟାନ ଶାଇ ହୋପ ଦୃତତମ ରନ ସଂଗ୍ରହରେ ନୂଆ କିର୍ତ୍ତିମାନ ସ୍ଥାପନା କରିଛନ୍ତି।

ରବିବାର ବାରବାଟୀରେ ଶାଇ ହୋପ୍ ତାଙ୍କର ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟର ୩ହଜାର ରନ୍ ପୂରଣ କରିଛନ୍ତି। ଏହା ସହ ସେ ଦ୍ରୁତତମ ରନ୍ ସଂଗ୍ରହକାରୀ ବ୍ୟାଟସ୍‌ମ୍ୟାନ ଭାବେ ୱେଷ୍ଟଇଣ୍ଡିଜ୍‌ର ପ୍ରଥମ ଓ ବିଶ୍ୱର ଦ୍ୱିତୀୟ ବ୍ୟାଟସ୍‌ମ୍ୟାନ ହେବାର ଗୌରବ ଅଧିକାରୀ ହୋଇଛନ୍ତି। ରନ୍‌ ସଂଗ୍ରହରେ ୱେଷ୍ଟଇଣ୍ଡିଜ୍ କ୍ରିକେଟର ଦିଗ୍ଗଜ ବ୍ୟାଟସ୍‌ମ୍ୟାନ ତଥା ପୂର୍ବତନ କ୍ୟାପ୍ଟେନ ଭିଭିଆନ ରିଚାର୍ଡସ୍‌ଙ୍କୁ ମଧ୍ୟ ସେ ପଛରେ ପକାଇଦେଇଛନ୍ତି ।  

ଏକ ଦିବସୀୟରେ ୩ ହଜାର ୱାନଡେ ରନ୍ କରିବାର କିର୍ତ୍ତିମାନ ପୂର୍ବରୁ ଦକ୍ଷିଣ ଆଫ୍ରିକୀୟ ବ୍ୟାଟସ୍‌ମ୍ୟାନ ଆସିମ ଅମଲାଙ୍କ ନାମରେ ଥିଲା। ସେ ୫୭ଟି ଇନିଂସ ଖେଳି ୩ ହଜାର ରନ୍‌ ସଂଗ୍ରହ କରିଥିଲେ। ତେବେ ହୋପ୍‌ଙ୍କୁ ଏଥିଲାଗି  ଅଧିକ ୧୦ଟି ଅର୍ଥାତ ୬୭ଟି ଇନିଂସ ଖେଳିବାକୁ ପଡିଛି। ଦ୍ରୁତ ରନ ସଂଗ୍ରହରେ ପାକ୍ ଖେଳାଳି ବାବର ଆଜମୀ ତୃତୀୟ ସ୍ଥାନରେ ଅଛନ୍ତି। ସେ ୬୮ଟି ଇନିଂସ ଖେଳି ୩ହଜାର ରନ୍ ସଂଗ୍ରହ କରିବାର ରେକର୍ଡ ସୃଷ୍ଟି କରିଥିଲେ।

   Related Posts