Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଇଣ୍ଡିଆ ବନାମ ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ କବଜା କଲା ଭାରତ

4/08/2019 at 11:10 PM

ଲଉଡେରହିଲ: ଟିମ ଇଣ୍ଡିଆର ୱେଷ୍ଟଇଣ୍ଡିଜ୍ ଟୁର ଆମେରିକାର ଫ୍ଲୋରିଡାରୁ ଶନିବାର ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନ ମ୍ୟାଚରେ ବି ୱେଷ୍ଟଇଣ୍ଡିଜ୍ ନୈରାଶ୍ୟଜନକ ପ୍ରଦର୍ଶନ କରିଛି। ଲଡେରହିଲରେ ଟି-୨୦ ସିରିଜର ରବିବାର ଦ୍ୱିତୀୟ ଦିନ ଟିମ ଇଣ୍ଡିଆ ଟସ୍ ଜିତିଥିବା ବେଳେ  କ୍ୟାପ୍ଟେନ ପ୍ରଥମ ବ୍ୟାଟିଂ ନିଷ୍ପତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭର ସୁଧା ଭାରତ ୫ ୱିକେଟ୍ ବିନିମୟରେ ୧୬୭ ରନ କରିଥିବା ବେଳେ ୱେଷ୍ଟଇଣ୍ଡିଜ୍ କୁ ୧୬୮ ରନର ବିଜୟ ଲକ୍ଷ ଦେଇଥିଲା। ତେବେ ୱେଷ୍ଟଇଣ୍ଡିଜ୍ ୧୫ଓଭର ୩ଟି ବଲ ଖେଳି ୪ଟି ୱିକେଟ୍ ବିନିମୟରେ ମାତ୍ର ୯୮ ରନ କରିଥିବା ବେଳେ ଘଡଘଡି ବର୍ଷା ପରବର୍ତ୍ତି ମ୍ୟାଚ୍ ରେ ବାଧକ ପାଲଟିଥିଲା। ଫଳରେ ଖେଳ ଅଧାରେ ଅଟକି ଯାଇଥିବା ବେଳେ ଭାରତ ଟି-୨୦ ସିରିଜ ହାତେଇ ନେଇଛି।

ଟିମ୍ ଇଣ୍ଡିଆ ଓପ୍ନର ଯୋଜି ରୋହିତ ଶର୍ମା ଓ ଶିଖର ଧାୱନ ସର୍ବାଧିକ ୯୦ ରନ ସଂଗ୍ରହ କରିଥିଲେ। ଏଥିରେ ରୋହିତ ୫୧ଟି ବଲ ଖେଳି ୬୭ ରନ କରିଥିବା ବେଳେ ୧୬ଟି ବଲରୁ ୨୩ ରନ କରି ଖେଳୁଥିବା ଶିଖର ଧାୱନ ପଲଙ୍କ ବଲରେ ବୋଲ୍ଡ ହୋଇଥିଲେ । ପଛକୁ କ୍ୟାପ୍ଟେନ କୋହଲିଙ୍କ ୨୮ ରନ କରିଥିବା ବେଳେ ଋଷଭ ପନ୍ଥଙ୍କ ୪, ପାଣ୍ଡେ ୬, ପାଣ୍ଡ୍ୟା ଓ ଜାଡେଜାଙ୍କ ଅପରାଜେୟ ୨୯ ରନ ବଳରେ ଟିମ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ କରିଥିଲା ୧୬୭ ରନ।

ଏହାର ଜବାବରେ ବ୍ୟାଟିଂ କରିବାକୁ ଷ୍ଟାଡିୟମ କୁ ଓହ୍ଲାଇଥିବା କାରବିୟ ଟିମ୍ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା। ଟିମର ସ୍କୋର ୧ ହୋଇଥିବା ବେଳେ ଲାଗ ଲାଗ ୨ଟି ଓଭରରେ ୨ଟି ୱିକେଟ୍ ହରାଇଥିଲା ୱେଷ୍ଟଇଣ୍ଡିଜ୍ ଟିମ୍। ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଲୁଇସ୍ ଙ୍କୁ ପ୍ୟାଭଲିୟନକୁ ପଠାଇଥିବା ବେଳେ ଦ୍ୱିତୀୟ ଓଭରରେ ୱାସିଂଟନ ସୁନ୍ଦରଙ୍କ ବଲକୁ ହୁକ୍ କରିବାକୁ ଯାଇ ଏସ.ପି ନରିନ ଆଉଟ୍ ହୋଇଥିଲେ। ତେବେ ପୋରାନ ଓ ପାୱେଲ ଦଳର ସ୍ଥତି ସମ୍ଭାଳିଥିଲେ।    ୧୩ ଓଭର ବେଳକୁ ଟିମର ସ୍କୋର ୮୪ ହୋଇଥିବା ବେଳେ ୩୪ ବଲରୁ ୧୯ ରନ କରି ଖେଳୁଥିବା ଏନ.ପୁରନ ପାଣ୍ଡ୍ୟାଙ୍କ ବଲରେ ମନିଷ ପାଣ୍ଡେଙ୍କ ହାତରେ ବାଉଣ୍ଡରୀରେ ଧରାପଡି ଆଉଟ୍ ହୋଇଥିଲେ।

ପରେ ୩୪ ରନରୁ ୫୪ ରନ କରି କ୍ରିଜରେ ଥିବା ଆର.ପାୱେଲ ପାଣ୍ଡ୍ୟାଙ୍କ ବଲରେ ଏଲବିଡବ୍ଲୁ ହେବା ଟିମର ସ୍ଥିତିକୁ ଦୋହଲାଇ ଦେଇଥିଲା। ତେବେ ପରେ ପୋଲାର୍ଡ ଓ ହେଟମେର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ । ହେଲେ ବର୍ଷା ସାଙ୍ଗକୁ ବଜ୍ରପାତ ଯୋଗୁ ଖେଳ ଅଧାରେ ଅଟକି ଯାଇଥିବା ବେଳେ ସିରିଜ କବ୍ଜା କରିଛି ଟିମ୍ ଇଣ୍ଡିଆ।

   Related Posts