Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଇସିସି ଟେଷ୍ଟ୍ ଚାମ୍ପିଅନ୍ ସିପ୍, ଭାରତର ପ୍ରଥମ ବିଜୟ : ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ହରାଇଲା ଭାରତ

26/08/2019 at 8:48 AM

ଆଣ୍ଟିଗୁଆ ୨୬/୮: ୱେଷ୍ଟଇଣ୍ଡିଜକୁ ୩୧୮ ରନରେ ହରାଇ ଭାରତ ଆଇସିସି ଟେଷ୍ଟ୍ ଚାମ୍ପିଅନସିପରେ ବିଜୟରୁ ଅଭିଯାନ ଆରମ୍ଭ କରିଛି । ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀଙ୍କ ଚମତ୍କାର ବ୍ୟାଟିଂ ପରେ ଯଶପ୍ରୀତ୍ ବୁମରାଙ୍କ ୫ ୱିକେଟ୍ ସଫଳତା ଭାରତକୁ ଚତୁର୍ଥ ଦିବସରେ ହିଁ ୱେଷ୍ଟଇଣ୍ଡିଜକୁ ହରାଇବାରେ ସହାୟକ ହୋଇଛି ।

ଘରୋଇ ଦଳ ସମ୍ମୁଖରେ ପ୍ରଥମ ଟେଷ୍ଟ ଜିତିବା ଲାଗି ଭାରତ ୪୧୯ ରନ୍ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଭାରତୀୟ ଦ୍ରୁତ ବୋଲରଙ୍କ ଆକ୍ରମଣରେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦୦ ରନ୍ ରେ ଅଲଆଉଟ୍ ହୋଇଯାଇଥିଲା । ଉଭୟ ପାଳିରେ ଚମତ୍କାର ବ୍ୟାଟିଂ କରିଥିବା ଅଜିଙ୍କ୍ୟ ରାହାଣେ ମ୍ୟାଚ୍ ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଦ୍ବିତୀୟ ପାଳିରେ ବୁମରା ଘାତକ ବୋଲିଂ କରି ଭାରତର ବିଜୟକୁ ନିଶ୍ଚିତ କରି ଦେଇଥିଲେ

   Related Posts