Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||
  • ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ୧୨ ବିରୋଧି ଦଳ, ମାଗଣା ଟିକା ସହ ବେରୋଜଗାରୀଙ୍କୁ ଭତ୍ତା ଦେବାକୁ ରଖିଲେ ଦାବି
  • ||
  • ପଶ୍ଚିମ ଓଡିଶାରେ କରୋନା ପରିଚାଳନା ଦାୟିତ୍ୱ ନେବ ଡବ୍ଲ୍ୟୁଓଡିସି, ୧୦ ଜିଲ୍ଲାକୁ ଦେଲା ୨୫ କୋଟି ଟଙ୍କା
  • ||
  • ଅମାନିଆଙ୍କୁ ସାବାଡ୍ କରିବାକୁ ଯାଇଥିଲେ, ତହସିଲଦାରଙ୍କୁ ବାଟୁଳି ମାଡ କଲେ ଲୋକେ
  • ||
  • କବର ଦେବାକୁ ଘରେ ନଥିଲେ କେହି ପୁରୁଷ, ପିପିଇ କିଟ୍ ପିନ୍ଧି ମୁସଲିମ୍ ବୃଦ୍ଧଙ୍କ ଶେଷକୃତ୍ୟ ସମ୍ପନ୍ନ କଲେ ବିଡିଓ
  • ||
  • ପୃଥିବୀରେ ହେବ ଉଲକା ବର୍ଷା, ଏହି ଦିନ ଆକାଶରେ ଦେଖିବାକୁ ମିଳିବ ଦୁର୍ଲଭ ଦୃଶ୍ୟ…
  • ||

ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କଲେ ସାମୁଏଲ୍ସ, ଓ୍ୱେଷ୍ଟ ଇଣ୍ଡିଜକୁ ଦୁଇଥର କରିଥିଲେ ଟି୨୦ ଚାମ୍ପିଅନ

4/11/2020 at 3:43 PM

ନୂଆଦିଲ୍ଲୀ, ୦୪|୧୧: ଓ୍ୱେଷ୍ଟ ଇଣ୍ଡିଜର ବ୍ୟାଟସମ୍ୟାନ୍ ମାର୍ଲୋନ ସାମୁଏଲ୍ସ ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଓ୍ୱେଷ୍ଟ ଇଣ୍ଡିଜ ତରଫରୁ ଉଭୟ ଟି୨୦ ବିଶ୍ୱକପ(୨୦୧୨,୨୦୧୬)ର ବିଜୟୀ ଟିମରେ ଥିଲେ । ଏହାସହ ଫାଇନାଲରେ ସର୍ବାଧିକ ସ୍କୋର କରିଥିଲେ ।

ଇଏସପିଏନ କ୍ରିକେଟ୍ ଇନପୋର ରିପୋର୍ଟ ଅନୁସାରେ, ୩୯ ବର୍ଷୀୟ ସାମୁଏଲ୍ସ ଚଳିତ ବର୍ଷ ଜୁନରେ ନିଜ ଅବସର ବାବଦରେ କ୍ରିକେଟ ଓ୍ୱେଷ୍ଟଇଣ୍ଡିଜକୁ ସୂଚନା ଦେଇଥିଲେ । ସେ ଶେଷ ଥର ପାଇଁ ଡିସେମ୍ବର ୨୦୧୮ରେ ଦଳ ତରଫରୁ ଖେଳିଥିଲେ ।

ସାମୁଏଲ୍ସ ୨୦୧୨ ଟି୨୦ ବିଶ୍ୱକପର ଫାଇନାଲରେ ବିସ୍ଫୋରକ ଇନିଂସ ଖେଳି ଚର୍ଚ୍ଚାର ପରିଧିକୁ ଆସିଥିଲେ । ଶ୍ରୀଲଙ୍କା ବିପକ୍ଷ ଏହି ମ୍ୟାଚରେ ସେ ୫୬ ବଲରୁ ୭୮ ରନ୍ କରିଥିଲେ । ଏହାସହ ୪ ଓଭର ବୋଲିଂ କରି ୧୫ ରନ୍ ବିନିମୟରେ ଗୋଟିଏ ଓ୍ୱିକେଟ ନେଇଥିଲେ ।

ସେହିପରି କୋଲକାତାରେ ୨୦୧୬ ଟି୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ବିପକ୍ଷରେ ୬୬ ବଲରୁ ୮୫ ରନ୍ କରିଥିଲେ । ଏହି ମ୍ୟାଚକୁ ଇଣ୍ଡିଜ ୪ ଓ୍ୱିକେଟରେ ଜିତି ନେଇଥିଲା । ଏହି ଦୁଇଟି ଫାଇନାଲରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷିତ ହୋଇଥିଲେ ।

ସେ ନିଜ କ୍ୟାରିଅରରେ ଅନେକ ଟି୨୦ ମ୍ୟାଚରେ ପ୍ରତିନିଧିତ୍ୱ କରିଛନ୍ତି । ସେ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ଓ ପୁଣେ ଓ୍ୱାରିଅର୍ସ ତରଫରୁ ଖେଳୁଥିଲେ । ସାମୁଏଲ୍ସ ଇଣ୍ଡିଜ ପକ୍ଷରୁ ୭୧ଟି ଟେଷ୍ଟ୍,୨୦୭ଟି ଦିନିକିଆ ଓ ୬୭ଟି ଟି୨୦ ଖେଳିଛନ୍ତି । ସେ ସମସ୍ତ ଫର୍ମାଟରେ ୧୧,୩୧୪ ରନ୍ କରିଛନ୍ତି । ଏପରିକି ୧୫୨ଟି ଓ୍ୱିକେଟ୍ ମଧ୍ୟ ନେଇଛନ୍ତି ।  

   Related Posts