ଭାରତ-ୱେଷ୍ଟଇଣ୍ଡିଜ ୨ୟ ଦିନିକିଆ : ଟସ୍ ଜିତି ୱେଷ୍ଟଇଣ୍ଡିଜ୍ର ବୋଲିଂ ନିଷ୍ପତ୍ତି
18/12/2019 at 12:43 PM

ବିଶାଖାପାଟଣା ୧୮।୧୨: ବୁଧବାର ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ସିରିଜ୍ର ଦ୍ବିତୀୟ ମ୍ୟାଚ୍ । ବିଶାଖାପାଟଣାର ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜର ଦ୍ବିତୀୟ ଦିନିକିଆ ମ୍ୟାଚ ଖେଳାଯିବ । ତେବେ ଦ୍ବିତୀୟ ମ୍ୟାଚରେ ଟସ୍ ଜିତି ୱେଷ୍ଟଇଣ୍ଡିଜ ବୋଲିଂ ନିଷ୍ପତ୍ତି ନେଇଛି । ତେବେ ଦ୍ବିତୀୟ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟି କରିବ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ପରାଜୟ ପରେ ଭାରତୀୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସ୍ଥିତିରେ ରହିଛି। ତେଣୁ ଏହି ମ୍ୟାଚକୁ କେହାଲି ବାହିନୀ ହାତେଇବାକୁ ପ୍ରୟାସ କରିବ । ଅନ୍ୟପକ୍ଷରେ ପ୍ରଥମ ମ୍ୟାଚକୁ ଜିତି ୧-୦ରେ ଆଗରେ ଥିବା ୱେଷ୍ଟଇଣ୍ଡିଜ ଏହି ମ୍ୟାଚ ଜିତି ସିରିଜ ହାତେଇବା ଲକ୍ଷ୍ୟରେ ରହିବ ।