Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାରବାଟୀ ଦିନିକିଆ : ଭାରତକୁ ୩୧୬ରନ୍‌ର ଟାର୍ଗେଟ

22/12/2019 at 4:58 PM

କଟକ ୨୨।୧୨: ଭାରତକୁ ୩୧୬ରନ୍‌ର ବିଜୟ ଲକ୍ଷ୍ୟ । କଟକ ବାରବାଟି ଷ୍ଟାଡିୟମରେ ଚାଲିଥିବା ତୃତୀୟ ତଥା ସିରିଜର ଶେଷ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୩୧୦ରନର ବିଜୟଲକ୍ଷ୍ୟ ରଖିଛି ଓ୍ବେଷ୍ଟଇଣ୍ଡିଜ ଟିମ୍ । ଟସ୍ ଜିତି ଭାରତ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା । ଓ୍ବେଷ୍ଟଇଣ୍ଡିଜ ଟିମ୍ ପ୍ରଥମେ ବ୍ୟାଟିଂ କରି ୫୦ଓଭରରେ ୩୧୫/୫ କରିବାକୁ ସାମର୍ଥ୍ୟ ହୋଇଥିଲା । ଭାରତ- ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜରେ ଏହା ଶେଷ ମ୍ୟାଚ୍ । ଉଭୟ ଦଳ ସିରିଜରେ ୧-୧ ମ୍ୟାଚ୍ ଜିତି ବରାବର ସ୍ଥିତିରେ ରହିଛନ୍ତି । ତେଣୁ ଆଜିର ମ୍ୟାଚ୍ ବିଜେତା ହିଁ ସିରିଜ ବିଜେତା ରୂପେ ଘୋଷଣା କରାଯିବ ।

ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆଭନ୍ ଲୁଇସ୍ ଓ ସାଇ ହୋପ୍ ଓପନିଂ କରିବା ପାଇଁ ପଡିଆ ମଧ୍ୟକୁ ଆସିଥିଲେ । ଦଳଗତ ସ୍କାେର ୫୭ରନ୍‌ରେ ଆଭନ୍ ଲୁଇସ୍ ଆଉଟ ହୋଇଥିଲେ । ଏହାପରେ ସାଇ ହୋପ ଦଳର ବ୍ୟାଟିଂ ଭାର ସମ୍ଭାଳିଥିଲେ। କିନ୍ତୁ ସେ ମଧ୍ୟ ୪୨ ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ଏହାପରେ ରୋଷ୍ଟନ୍ ଚେଜ୍ ୩୮ ରନର ପାଳି ଖେଳିଥିଲେ। ସେହିପରି ସିମରନ୍ ହେଟମାୟର ୩୭ ରନ୍ କରି ଆଉଟ୍ ହୋଇଥିଲେ। ତେବେ ନିକୋଲସ୍ ପୁରନ ଓ କିରଣ ପୋଲର୍ଡ ଦଳର ରନ୍ ରେଟକୁ ବଢାଇ ଚାଲିଥିଲେ। ଭଭୟ ପଞ୍ଚମ ଓ୍ୱିକେଟରେ ଶତକୀୟ ରନର ପାର୍ଟନରସିପ୍ କରିଥିଲେ। ଯାହା ଦଳକୁ ଏକ ସମ୍ମାନଜନକ ସ୍କୋର କରିବାରେ ସହାୟକ ହୋଇଥିଲା। ପୁରନ୍ ୮୯ ରନ୍ କରି ଆଉଟ ହୋଇଥିଲେ। ପୋଲାର୍ଡ୍ ଅପରାଜିତ ୭୪ ରନ୍ କରିଥିଲେ। ଫଳରେ ଦଳ ୩୧୫ରେ ପହଁଚି ଥିଲା। ସେପଟେ ଭାରତ ପକ୍ଷରୁ ନବଦୀପ ସାଇନୀ ସର୍ବାଧିକ ୨ଟି ଓ୍ୱିକେଟ୍ ନେଇଥିବା ବେଳେ ମହମ୍ମଦ ଶାମି, ଶର୍ଦ୍ଦୁଳ ଠାକୁର୍ ଓ ରବୀନ୍ଦ୍ର ଜାଡେଜା ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଛନ୍ତି।

   Related Posts