ୱେଷ୍ଟଇଣ୍ଡିଜ୍ କ୍ରିକେଟରଙ୍କୁ ଜାନୁୟାରୀରୁ ମିଳିନି ମ୍ୟାଚ୍ ଫି'

Published By : Prameya-News7 Bureau | April 23, 2020 IST

ବାରବାଡୋସ୍: ୱେଷ୍ଟଇଣ୍ଡିଜ୍‌ରେ କ୍ରିକେଟରଙ୍କୁ ଚଳିତବର୍ଷ ଜାନୁୟାରୀରୁ ମ୍ୟାଚ୍‌ ଫିସ୍‌ ମିଳିନାହିଁ। କରୋନା ଭାଇରସ୍ ସଂକ୍ରମଣ ଯୋଗୁ କ୍ରିକେଟ୍ ୱେଷ୍ଟ ଇଣ୍ଡିଜ୍( ସିଡବ୍ଲୁଆଇ) ଏବେ ଗୁରୁତର ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବାରୁ ଖେଳାଳିଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରାଦନରେ ବିଳମ୍ବ କରୁଛନ୍ତି। ଏଣୁ ଖେଳାଳିମାନେ ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜ୍ ଓ ଗତ ଫେବୃଆରୀ-ମାର୍ଚ୍ଚମାସରେ ଶ୍ରୀଲଙ୍କା ଟୁରର ମ୍ୟାଚ୍‌ ଫିସ୍  ପାଇନାହାଁନ୍ତି।  

{"id":259012,"width":580,"height":348,"sizeSlug":"large"}

କେବଳ ୱେଷ୍ଟଇଣ୍ଡିଜ୍ ପୁରୁଷ ଟିମ୍‌ ନୁହଁନ୍ତି ମହିଳା ଟିମ୍‌ଙ୍କୁ ମଧ୍ୟ ସେମାନଙ୍କର ପାଉଣା ମିଳିନାହିଁ। ଗତଫେବୃଆରୀ-ମାର୍ଚ୍ଚମାସରେ ୱେଷ୍ଟଇଣ୍ଡିଜ୍ ମହିଳା ଟିମ୍‌ ଅଷ୍ଟ୍ରେଲିଆରେ ଖେଳିଥିବା ଟି-୨୦ ୱାର୍ଲଡ କପ୍‌ର ୪ ମ୍ୟାଚ୍‌ ଫିସ୍ ପାଇ ନାହିଁ। ତେବେ କାର୍ଯ୍ୟକାରୀ ଅଧ୍ୟକ୍ଷ ଜନି ଗ୍ରେବ୍‌ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍‌ ଏବେ ଗୁରୁତର ସଙ୍କଟ ଦେଇ ଗତି କରୁଥିବାର କହିଛନ୍ତି। ଖେଳାଳିମାନଙ୍କୁ ସେମାନଙ୍କ ପ୍ରାପ୍ୟ ପୈଠ ଲାଗି ଆମେ ଉଦ୍ୟମ ଜାରି ରଖିଛୁ ବୋଲି ସେ କହିଛନ୍ତି। ଫଳରେ କିଛି ଖେଳାଳିଙ୍କୁ ପୁରସ୍କାର ରାଶି ଓ ମ୍ୟାଚ୍‌ ଫିସ୍‌ ଦେଇପାରିଛୁ ବୋଲି ଜନି କହିଛନ୍ତି।

{"id":259013,"sizeSlug":"large"}

ସିଡବ୍ଲୁଆଇ ସମସ୍ତ ଚୁକ୍ତିବଦ୍ଧ ଖେଳାଳିଙ୍କୁ ସେମାନଙ୍କର ନିୟମିତ ବେତନ ଓ ଭତ୍ତା ପ୍ରଦାନ କରୁଥିବା ଜନି କହିଛନ୍ତି। ତେବେ ଯେଉଁ ଖେଳାଳିମାନେ  ମ୍ୟାଚ୍‌ ଫିସ୍ ପାଇନାହାନ୍ତି ସେମାନଙ୍କୁ ପ୍ରାଥମିକତା ଭିତ୍ତିରେ ପୈଠ କରିବାକୁ ଉଦ୍ୟମ ଜାରି ରହିଛି। ତେବେ ଖେଳାଳିମାନଙ୍କୁ ମ୍ୟାଚ୍‌ ଫିସ୍ ବ୍ୟତୀତ ସେମାନଙ୍କ ରାଶି ମିଳିସାରିଥିବା ସଚିବ ବେନ୍ ଲୁଇସ୍ କହିଛନ୍ତି। ତେବେ ସମସ୍ୟା ହେଉଛି ପ୍ରଥମ ଶ୍ରେଣୀ କ୍ରିକେଟର ରିଟେନ ଖେଳାଳିଙ୍କୁ ୮ଟି ଗସ୍ତର ମ୍ୟାଚ୍ ଫିସ୍ ଦିଆଯାଇପାରିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.