କ୍ରିସ୍ ଗେଲଙ୍କ ଦମଦାର ଅନ୍ଦାଜ୍ : କହିଲେ, ‘ମୁଁ ଆଇସିସିର ବସ୍ ନୁହେଁ, କ୍ରିକେଟର ବସ୍’

Published By : Prameya-News7 Bureau | July 14, 2021 IST

ନୂଆଦିଲ୍ଲୀ ୧୪/୦୭ : ଓ୍ବେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି-୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ରେ ୬୭ ରନର ଧମାକାଦାର ଇନିଂସ୍ ଖେଳିଥିଲେ । ଏନେଇ ମ୍ୟାଚ୍ ପରେ ଗେଲ ଏକ ସାକ୍ଷାତକାରରେ କହିଛନ୍ତି କି, ଟେକ୍ନିକାଲ ରୂପରେ ସେ କ୍ରିକେଟର ବସ୍ କିନ୍ତୁ ଆଇସିସିର ନୁହେଁ । ତେବେ ଗେଲଙ୍କର ଏହି ଇଣ୍ଟରଭ୍ୟୁ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗେଲ ନିଜକୁ ୟୁନିଭର୍ସ ବସ୍ ବୋଲି କହିବାରେ ପସନ୍ଦ କରନ୍ତି । ବଡ କଥା ହେଉଛି ୨୦୧୬ ପରେ ଗେଲ ଟି-୨୦ ଇଣ୍ଟରନ୍ୟାସନାଲରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ଅର୍ଦ୍ଧଶତକ ସ୍କୋର କରିବା ପରେ ନିଜର ବ୍ୟାଟକୁ ଇଙ୍ଗିତ କରିଥିଲେ କ୍ରିସ୍ ଗେଲ।

ତେବେ ସମଗ୍ର ବିଶ୍ବ କ୍ରିକେଟ୍ ଫ୍ୟାନ୍ସଙ୍କ ପାଇଁ ଗେଲଙ୍କ ଇଙ୍ଗିତ ନୁହେଁ କିନ୍ତୁ ଏଥର ତାଙ୍କ ବ୍ୟାଟରେ ଥିବା ଷ୍ଟିକରରେ ୟୁନିଭର୍ସ ଶବ୍ଦ ନଥିଲା। ଏକ ଇଣ୍ଟରଭ୍ୟୁରେ ଏହା ବିଷୟରେ ପଚରାଯିବାରୁ ସେ କହିଥିଲେ, 'ଆଇସିସି ଚାହୁଁ ନାହିଁ ଯେ ସେ ନିଜ ବ୍ୟାଟ୍ ପଛରେ ୟୁନିଭର୍ସ ବସ୍ ବ୍ୟବହାର କରନ୍ତୁ । ଏହା ସହ ଗେଲ ଟିକେ ମୁରୁକି ହସି କହିଥିଲେ କି, 'ବ୍ୟାଟରେ କେବଳ ବସ୍ ଲେଖା ହୋଇଛି। ଆପଣ ଜାଣିଛନ୍ତି କି ଏହା ୟୁନିଭର୍ସ ବସ୍, କିନ୍ତୁ ଆଇସିସି ଚାହେଁ ନାହିଁ ଯେ ମୁଁ ମୋ ବ୍ୟାଟ୍ ର ୟୁନିଭର୍ସ ବସ୍ ଷ୍ଟିକର୍ ଲଗାଏ , ତେଣୁ ମୁଁ ଏହାକୁ ଛୋଟ କରି ଦ ବସ୍ କରିଦେଲି। 

wp:embed {"url":"https://twitter.com/cricketcomau/status/1414845549556158467","type":"rich","providerNameSlug":"twitter","responsive":true,"className":""}
https://twitter.com/cricketcomau/status/1414845549556158467
/wp:embed

ଏନେଇ ଯେତେବେଳେ ଗେଲଙ୍କୁ ଏହା ପଚରାଗଲା ଯେ ଆଇସିସିର 'ୟୁନିଭର୍ସ ବସ୍'ରେ କପିରାଇଟ୍ ଅଛି କି ନାହିଁ, ଗେଲ୍ ହସିକି ମଜାଳିଆ ଉତ୍ତର ଦେଇଥିଲେ କି , ହଁ, ହଁ ମୋତେ ଏହା ଉପରେ କପିରାଇଟ୍ କରିବାକୁ ପଡିବ। ଏହା ପରେ, ଯେତେବେଳେ ରିପୋର୍ଟରମାନେ ଆହୁରି କହିଥିଲେ ଯେ ଆଇସିସି ଟେକ୍ନିକାଲ୍ ରୂପରେ କ୍ରିକେଟ୍ ର ବସ୍ ନା ନାହିଁ  ? ଏଥିପାଇଁ ଗେଲ ଉତ୍ତର ଦେଇଥିଲେ କି , 'ନା, ନା, ଆଇସିସି ନୁହେଁ। ମୁଁ କେବଲ ଟେକ୍ନିକାଲ୍ ରୂପରେ ବସ୍ ଅଟେ ।  ଗେଲ ବିଗତ କିଛି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ପାଇଁ ଶ୍ରେଷ୍ଠ ପ୍ରଦର୍ଶନ କରି ନାହାନ୍ତି । ଏହା ସହ ସେ କହିଛନ୍ତି ଯେ ତାଙ୍କ ନମ୍ବର ବଦଳରେ ଲୋକମାନେ ତାଙ୍କ ଖେଳକୁ ଉପଭୋଗ କରିବା ଉଚିତ୍।

ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଟି-୨୦ରେ ଗେଲ ୩୮ ବଲରେ ୬୭ ରନ୍ କରିଥିଲେ। କିନ୍ତୁ ତାଙ୍କ ଇନିଂସର ସହାୟତାରେ ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜରେ ଅଷ୍ଟ୍ରେଲିଆଠାରୁ ୬ ୱିକେଟର ଜିତିଥିଲା । ଏହା ସହିତ ଗେଲ ୧୪ଶହ ଟି -୨୦ର ରନ୍ ସ୍କୋର କରିଥିବା ପ୍ରଥମ ଖେଳାଳି ହୋଇଥିଲେ । ତାଙ୍କ ଏହି ଇନିଂସରେ ୭ ଛକା ଓ ଚାରି ଚୌକା ସାମିଲ ଥିଲା । ଏହା ପରେ ଗେଲ ନିଜ ଷ୍ଟାଇଲରେ ବ୍ୟାଟ୍ ଉଠାଇ ଦି ବସ୍ ର ଷ୍ଟିକର୍ ଦେଖାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.