Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭାରତ ବିପକ୍ଷରେ ଘୋଷଣା ହେଲା ୱେଷ୍ଟଇଣ୍ଡିଜ ଦଳ: ବାଦ ପଡିଛନ୍ତି କ୍ରିସ ଗେଲ, ଟିମ ଇଣ୍ଡିଆ ପାଇଁ ସୁଯୋଗ…

23/07/2019 at 2:53 PM

ଫ୍ଲୋରିଡା୨୩|୭: ଅଗଷ୍ଟ ୩ ତାରିଖରେ ଓ୍ବେଷ୍ଟଇଣ୍ଡିଜରେ ଆରମ୍ଭ ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଓ୍ବେଷ୍ଟଇଣ୍ଡିଜ ଟିମ ଭାରତ ବିପକ୍ଷରେ ତାର ଖେଳାଳି ତାଲିକା ଘୋଷଣା କରିଛି। ତାଲିକାରେ ଦୁଇଜଣ ପୁରୁମା ଖେଳାଳି ଦଳକୁ ପେରିତିବା ଦେଖାଯାଇଛି । ଓ୍ବେଷ୍ଟଇଣ୍ଡିଜ ଆଗାମୀ ଟି-୨୦ ମ୍ୟାଚ ଭାରତ ବିପକ୍ଷରେ ଖେଳିବ। ଏନେଇ ଓ୍ବେଷ୍ଟଇଣ୍ଡିଜର ୧୪ ଜଣିଆ ଖେଳାଳି ତାଲିକାରେ ସୁନୀଲ ନରେନ୍ ଓ ଅଲରାଉଣ୍ଡର କିରୋନ ପୋଲାର୍ଡଙ୍କୁ ସାମିଲ କରିଛି।

ଟିମର ଅଲରାଉଣ୍ଡର ଆଣ୍ଡ୍ରେ ରସଲେଙ୍କୁ ମଧ୍ୟ ସାମିଲ କରାଯାଇଛି। ୨୦୧୯ ବିଶ୍ବକପରେ ଆଣ୍ଡ୍ରେ ରସଲେ ଆଘାତ କାରଣରୁ ଖେଳିପାରିନଥିଲେ। ଆଗାମୀ ଟି-୨୦ ମ୍ୟାଚ ପାଇଁ ଓ୍ବେଷ୍ଟଇଣ୍ଡିଜ ପୁଣି ତାଙ୍କୁ ଦଳରେ ସାମିଲ କରିଛି। ଓ୍ବେଷ୍ଟଇଣ୍ଡିଜ ଟିମର ସ୍ପିନର ସୁନୀଲ ନରେନ୍ ପ୍ରାୟ ୨ ବର୍ଷତଳେ ଇଂଲଣ୍ଡ ବିପକ୍ଷରେ ଶେଷ ଟି-୨୦ ସିରିଜ୍ ମ୍ୟାଚ ଖେଳିଥିଲେ। ଦୀର୍ଘ ୨ ବର୍ଷପରେ ପୁଣି ସୁନୀଲ ନରେନ ଟିମକୁ ଫେରିଛନ୍ତି। ବ୍ୟାଟ୍ସମ୍ୟାନ ଓ ଓ୍ବିକେଟକିପର ଭାବରେ ଆନ୍ଥୋନି ବ୍ରୁମଲେ କେବଳ ନୂଆ ମୁହଁ ଭାବେ ଓ୍ବେଷ୍ଟଇଣ୍ଡିଜ ଟିମରେ ସାମିଲ ହୋଇଛନ୍ତି। ଆନ୍ଥୋନୀ ୧୨ଟି ଟି-୨୦ ମ୍ୟାଚ ଓ ୪୬ଟି ଲିଷ୍ଟ-ଏ ମ୍ୟାଚ ଖେଳିଛନ୍ତି।

ଓ୍ବେଷ୍ଟଇଣ୍ଡିଜ ଟିମର ଅଭିଜ୍ଞ ଖେଳାଳି କ୍ରିସ୍ ଗେଲ କହିଛନ୍ତି, ଏହି ଟି-୨୦ ସିରିଜ୍ ରେ ସେ ଖେଳିବେ ନାହିଁ। ଗେଲ କାହିଁକି ଖେଳିବେ ନାହିଁ ଓ  ତାଙ୍କ ଅନୁପସ୍ଥିତିର କାରଣ ମଧ୍ୟ ସେ କହିଛନ୍ତି । ସେ କାନାଡ଼ା ଗ୍ଲୋବାଲ ଟି-୨୦ ମ୍ୟାଚରେ ଅଂଶଗ୍ରହଣ କରିବେ। ଅଗଷ୍ଟ ୩/୪ ତାରିଖରେ ଦୁଇଟି ଟି-୨୦ ମ୍ୟାଚ ଫ୍ଲୋରିଡାରେ ଖେଳାଯିବା ସହ ଅଗଷ୍ଟ ୬ ତାରିଖରେ ଗୁଏନାରେ ଏହି ସିରିଜର ଫାଇନାଲ ମ୍ୟାଚ ଖେଳାଯିବ। ଏହାପରେ ତିନୋଟି ଏକଦିବସୀୟ ମ୍ୟାଚ ଓ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯିବ ବୋଲି କ୍ରିସ୍ ଗେଲ କହିଛନ୍ତି।

ଭାରତ ବିପକ୍ଷରେ ଓ୍ବେଷ୍ଟଇଣ୍ଡିଜର ଏହି ଖେଳାଳିମାନେ ଟି-୨୦ରେ ଖେଳିବେ। ସେମାନେ ହେଲେ- ଜୋହନ କ୍ୟାମ୍ଫବେଲ, ଇଭାନ ଲୁଇସ୍, ଶିମରୋନ୍ ହାଟମ୍ୟାନ, ନିକୋଲାସ ପୋରନ୍, କିରୋନ୍ ପୋଲାର୍ଡ, ରୋଓ୍ବମ୍ୟାନ ପାଓ୍ବେଲ, କାର୍ଲୋସ ବ୍ରେଥଓ୍ବେଥ୍ (ଅଧିନାୟକ),କେମ୍ ପାଉଲ, ସୁନୀଲ ନାରେନ୍,ସେଲଡନ୍ କୋଟରେଲ୍, ଓସାନ ଥୋମାସ, ଆନ୍ଥୋନୀ ବ୍ରାମଲେ, ଆଣ୍ଡ୍ରେ ରସଲେ,ଓ ଖେରି ପିଇରେ

   Related Posts