କଙ୍ଗାରୁ ବାହିନୀ ହାତରୁ ଗଲା ମ୍ୟାଚ୍: ସୁପରମ୍ୟାନ୍ ଆଲେନଙ୍କ କ୍ୟାଚରେ ଚିତପଟାଙ୍ଗ ହେଲେ ଆରୋନ ଫିଞ୍ଚ, ଭିଡିଓ ଭାଇରାଲ

Published By : Prameya-News7 Bureau | July 17, 2021 IST

ନୂଆଦିଲ୍ଲୀ ୧୭।୦୭: କୁହାଯାଏ କ୍ରିକେଟ ଖେଳ ଅନିଶ୍ଚିତତା । ଅର୍ଥାତ୍ ଖେଳ ଶେଷ ନହେବା ଯାଏଁ କେତେବେଳେ କଣ ଯେ ଘଟିବ ତାହା କହିବା ମୁସ୍କିଲ । ଏବେ ଠିକେ ସେଇ ଘଟଣା ଦେଖିବାକୁ ମିଳିଛି । ଓ୍ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ତୃତୀୟ ଟି -20 ମ୍ୟାଚ ହାରିଛି ଅଷ୍ଟ୍ରେଲିଆ । ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜର ଶେଷ ମ୍ୟାଚ୍ କୁ ଜିତିବାରେ ସକ୍ଷମ ହୋଇଛି କାରବିୟାନ ଟିମ୍ । ଦଳ ଦୃଢ ପ୍ରଦର୍ଶନ କରି କଙ୍ଗାରୁ ଦଳକୁ ପିଚରେ ଧରାଶାୟୀ କରିଛି ।

ତେବେ ଏହି ମ୍ୟାଚ୍ ଜିତିବାରେ ଦଳକୁ ବେଶ ସହଯୋଗ କରିଥିଲେ ଇଭିନ୍ ଲୁଇସ୍ । ତାଙ୍କ ବ୍ୟାଟିଂ ବଳରେ ୱେଷ୍ଟଇଣ୍ଡିଜ୍ ନିଜ ଇନିଂସରେ ୮ ୱିକେଟ୍ ପାଇଁ ୧୯୯ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ପାଇଁ ୧୮୩ ରନ୍ ସଂଗ୍ରହ କରିଥିଲା । ୱେଷ୍ଟଇଣ୍ଡିଜ୍ ଦଳ ଏହି ଟି-20 ସିରିଜରେ କଙ୍ଗାରୁଙ୍କୁ ୪-୧ରେ ପରାସ୍ତ କରିବାରେ ସଫଳ ହୋଇଥିଲା ।

ସେଣ୍ଟ ଲୁସିଆରେ ଖେଳାଯାଇଥିବା ଏହି ଶେଷ ଟି -20 ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ବ୍ୟାଟିଂ କରିବାକୁ ମନୋନୀତ ହୋଇଥିଲା । ଇନିଂସ ଆରମ୍ଭ ହେଉ ହେଉ ୱିଣ୍ଡସ୍ ଓପନର୍ ଆଣ୍ଡ୍ରେ ଫ୍ଲେଟର୍ ଏବଂ ଇଭିନ୍ ଲୁଇସ୍ ଭଲ ଆରମ୍ଭ କରି ପ୍ରଥମ ୱିକେଟ୍ ପାଇଁ ୪୦ ରନ୍ ଯୋଡିଥିଲେ । ୧୨ ରନ୍ ସ୍କୋର କରିବା ପରେ ଖେଳାଳି ପାବିଲିୟନ ଫେରିଆସିଥିଲେ ।

wp:html /wp:html

ଏହା ପରେ ତିନି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା କ୍ରିସ୍ ଗେଲ୍ ୨୧ ରନ୍ ସ୍କୋର କରିବା ପରେ ସେ ଆଉଟ ହୋଇଯାଇଥିଲେ । ତାଙ୍କ ପରେ ପଡ଼ିଆକୁ ଆସିଥିବା ସିମନ୍ସ ମଧ୍ୟ ୨୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ । ସେହି ସମୟରେ ଯେତେବେଳେ ୱିଣ୍ଡିଜ୍ ଦଳର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନମାନେ ଗୋଟିଏ ପରେ ଗୋଟିଏ ଆଉଟ ହେବାରେ ଲାଗିଥିଲେ ।

ଏଭଳି ପରିସ୍ଥିତିରେ ଇଭିନ୍ ଲୁଇସ୍ ଗୋଟିଏ ପଟେ ରହି ଅଷ୍ଟ୍ରେଲୀୟ ବୋଲରଙ୍କୁ ଧରାଶାୟୀ କରିଥିଲେ । ପିଚରେ ଲାଗିଥିଲା ଛଡା ଚଉକାର ବର୍ଷା । ସେ ନିଜ ଇନିଂସରେ ଚମତ୍କାର ବ୍ୟାଟିଂ କରୁଥିବାବେଳେ ୩୪ ବଲରେ ୭୯ ରନ୍ ସଂଗ୍ରହ କରିଥିଲେ । ୨୦୦ ରନ୍‌ର ଟାର୍ଗେଟକୁ ଲକ୍ଷ କରି ଅଷ୍ଟ୍ରେଲିଆ ଦଳର ଆରମ୍ଭରୁ ଭଲ ପ୍ରଦର୍ଶନ କରିନଥିଲା । ଜୋସେ ଫିଲିପେ ଖାତା ନ ଖୋଲି ଶେଲଡନ କୋଟ୍ରେଲଙ୍କ ବଲରେ ପ୍ୟାଭିଲିୟନକୁ ଫେରିଥିଲେ ।

ଏହା ପରେ ଇନ-ଫର୍ମ ବ୍ୟାଟ୍ସମ୍ୟାନ୍ ମିଚେଲ ମାର୍ଶ, ଅଧିନାୟକ ଫିଞ୍ଚଙ୍କ ସହ ଦ୍ୱିତୀୟ ୱିକେଟ୍ ପାଇଁ ୩୭ ରନ୍ ଯୋଡିଥିଲେ । କିନ୍ତୁ ଆଣ୍ଡ୍ରେ ରସେଲ ମାର୍ଶଙ୍କୁ ବରଖାସ୍ତ କରି ୱେଷ୍ଟଇଣ୍ଡିଜକୁ ବଡ଼ ସଫଳତା ଦେଇଥିଲେ । ତେବେ ୨୧ ରନ୍‌ର ଭଲ ଇନିଂସ ଖେଳି ମ୍ୟାଚକୁ ବିଜୟ ଆଡକୁ ନେଇଯାଉଥିବା ମୋଇଜେସ ହେନରିକ୍ସଙ୍କୁ ଅତି ଦୁର୍ଭାଗ୍ୟଜନକ ଢଙ୍ଗରେ ଆଉଟ୍ କରାଇଥିଲେ । ଆଉ ଏହି କ୍ୟାଚଟି ଏବେ ସମସ୍ତଙ୍କ ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି । ସୋସିଆଲ ମିଡିଆରେ ଭାଇରାଲ ହେବାଲେ ଲାଗିଛି ଏହି ଭିଡିଓ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.