କୋଲକାତାର ଟିକ୍ ଟକ୍ ଷ୍ଟାର ଦିଲ୍ଲୀରେ ନିଖୋଜ, ସ୍ବାମୀ କହିଲେ ଟିକ୍ ଟକ୍ ପାଇଁ ସର୍ବନାଶ !

Published By : Prameya-News7 Bureau | January 15, 2020 IST

ହୁଗୁଳି ୧୫।୧: ଟିକ୍ ଟକ୍ ଚକ୍କରରେ ପଡି ଜଣେ ବିବାହିତା ମହିଳା ନିଖୋଜ ହୋଇଯାଇଥିବା ତାଙ୍କ ସ୍ବାମୀ ଅଭିଯୋଗ କରିଛନ୍ତି । ନିଖୋଜ ପଛରେ ଥିବା କାହାଣୀ ଶୁଣି ପୋଲିସ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏଭଳି ଏକ ଘଟଣା ପଶ୍ଚିମବଙ୍ଗ ହୁଗୁଳିରେ ଘଟିଛି ।

{"id":211506,"sizeSlug":"large"}

ସୂଚନାଯୋଗ୍ୟ ଯେ, ହୁଗୁଳି ଚୁଞ୍ଚୁଡା ଅଞ୍ଚଳରେ ରହୁଥିବା ପ୍ରସନ୍ନଜିତ୍ ମଣ୍ଡଳଙ୍କ ପତ୍ନୀ ପ୍ରତିମା ମଣ୍ଡଳ ଟିକ୍ ଟକ୍ ଭିଡିଓ କରୁଥିଲେ । ଭିଡିଓରେ ତାଙ୍କ ନାଁ ଥିଲା ଜସ୍ମିନ । ୯ମାସ ମଧ୍ୟରେ ତାଙ୍କର ୪ ଲକ୍ଷ ୨୮ ହଜାର ଫଲୋଅର୍ସ ହୋଇଯାଇଥିଲେ ।

{"id":211507,"sizeSlug":"large"}

କମ୍ ସମୟ ମଧ୍ୟରେ ତାଙ୍କର ଖ୍ୟାତି ବହୁତ ବେଶୀ ବଢିଯାଇଥିଲା । ପାଟଣା, ଦିଲ୍ଲୀ ସହ ବିଭିନ୍ନ ସ୍ଥାନରେ ତାଙ୍କର ଚାହିଦା ବଢିଯାଇଥିଲା । କେତେବେଳେ ସେ ତାଙ୍କ ସ୍ବାମୀଙ୍କ ସହ ତ କେତେବେଳେ ଏକା ବିମାନ ଯୋଗେ ବିଭିନ୍ନ ସ୍ଥାନକୁ ଯାତ୍ରା କରୁଥିଲେ ।

{"id":211508,"sizeSlug":"large"}

ଭିନ୍ନ ଭିନ୍ନ ଗୀତର ତାଳେ ତାଳେ ସେ ଭିଡିଓ କରୁଥିଲେ । ଯୁବକମାନେ ତାଙ୍କୁ ବେଶୀ ପସନ୍ଦ କରୁଥିଲେ । ଭିଡିଓ ମାଧ୍ୟମରେ ସେ ଟଙ୍କା ମଧ୍ୟ ରୋଜଗାର କରୁଥିଲେ । ଏହାକୁନେଇ ତାଙ୍କ ସ୍ବାମୀଙ୍କର କୌଣସି ଆପତ୍ତି ନଥିଲା । ବରଂ ତାଙ୍କ ସ୍ବାମୀ ତାଙ୍କୁ ଏହି କାମରେ ଅଧିକ ଉତ୍ସାହିତ କରୁଥିଲେ । ପ୍ରତିମା ଦୁଇ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ କିଣିଥିଲେ ।

{"id":211509,"sizeSlug":"large"}

ପ୍ରତିମା ତାଙ୍କ ସ୍ବାମୀଙ୍କୁ କହିଥିଲେ ଯେ, ସେ ୩୧ ଡିସେମ୍ବରରେ ଦିଲ୍ଲୀ ଯିବେ ଏବଂ ଜାନୁଆରୀ ୪ ତାରିଖରେ ଫେରି ଆସିବେ । ଏହାପରେ ସେ ହାଓ୍ବଡାରୁ ଟ୍ରେନ୍ ରେ ଚଢିବା ପରେ ତାଙ୍କ ଫୋନ୍ ବନ୍ଦ ହୋଇଯାଇଥିଲା । ମଝିରେ ଗୋଟିଏ ଦିନ ଫୋନ୍ ଲାଗିବାରୁ ସେ ନୂଆଦିଲ୍ଲୀରେ ଥିବା କହିଥିଲେ । ସେଠାରେ ସେ ର୍ୟାମ୍ପ୍ ସୋ କରିବେ ବୋଲି ମଧ୍ୟ କହିଥିଲେ । ଜଣେ ଅଜଣା ବ୍ୟକ୍ତି ତାଙ୍କର ର୍ୟାମ୍ପ୍ ଶୋ କରିବା ପାଇଁ କହିଥିବା ସେ ତାଙ୍କ ସ୍ବାମୀଙ୍କୁ ଜଣାଇଥିଲେ । ଏହାପରେ ତାଙ୍କ ସ୍ବାମୀଙ୍କର ଆଉ ତାଙ୍କ ସହ ସଂପର୍କ ହୋଇନଥିଲା । ସେହି ଅଜଣା ବ୍ୟକ୍ତିଙ୍କ ଫୋନ୍ ମଧ୍ୟ ବନ୍ଦ ହୋଇଯାଇଥିଲା ।

{"id":211510,"sizeSlug":"large"}

ମହିଳାଙ୍କ ନିଖୋଜ ନେଇ ପ୍ରସନ୍ନଜିତ୍ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ଟିକ୍ ଟକ୍ ଯୋଗୁଁ ତାଙ୍କ ପରିବାରର ସର୍ବନାଶ ହୋଇଯାଇଥିବା ମହିଳାଙ୍କ ସ୍ବାମୀ ପ୍ରସନ୍ନଜିତ୍ ଅଭିଯୋଗ ଆଣିଛନ୍ତି । ସ୍ତ୍ରୀ ନିଖୋଜ ହେବା ପରେ ପ୍ରସନ୍ନଜିତ୍ ତାଙ୍କର ୫ବର୍ଷର ଝିଅକୁ ନେଇ ଏବେ ଚିନ୍ତାରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.