ପଶ୍ଚିମବଙ୍ଗ ପୋଲିସର ଦାଦାଗିରି, ଓଡିଶା ଉଦୟପୁର ବେଳାଭୂମିରୁ ଓଡିଆ ବ୍ୟବସାୟୀଙ୍କୁ ଟେକିନେଲେ

Published By : Prameya-News7 Bureau | August 22, 2019 IST

ଜଳେଶ୍ବର ୨୨|୮:  ପଶ୍ଚିମବଙ୍ଗ ପୁଲିସର ଦାଦାଗିରି । ଓଡିଶା ସୀମାରେ ଥିବା ଉଦୟପୁର ବେଳାଭୂମିରେ ଜଣେ ସ୍ଥାନୀୟ ବ୍ୟବସାୟୀଙ୍କୁ  ପଶ୍ଚିମବଙ୍ଗ ପୁଲିସ କିଛି କାରଣ ନଥାଇ ଉଠାଇ ନେବା ସହ ତାଙ୍କର ସମସ୍ତ ସାମଗ୍ରୀ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

{"id":147500}

ଓଡିଶା-ପଶ୍ଚିମବଙ୍ଗ ସୀମାରେ ଥିବା ଉଦୟପୁର ବେଳାଭୂମିରେ ବୁଧବାର ଅପରାହ୍ନରେ  ପୁଣି ପଶ୍ଚିମବଙ୍ଗ ପୁଲିସ ପ୍ରଶାସନର ଦାଦାଗିରି ଦେଖିବାକୁ ମିଳିଛି । ଯାହା ଫଳରେ ବେଳାଭୂମିରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଓଡ଼ିଶା ସୀମାରେ ଥିବା ବେଳାଭୂମିରେ ବ୍ୟବସାୟ କରୁଥିବା  ଓଡିଆ ବ୍ୟବସାୟୀଙ୍କୁ ପଶ୍ଚିମବଙ୍ଗ ପୁଲିସ ଅଧତ୍କାରୀ ମାନେ ଅଚାନକ ଟେକି ନେଇଥଲେ । ସେମାନେ ବ୍ୟବସାୟୀ ମାନଙ୍କ ଦୋକାନର ଜିନିଷ ପତ୍ରକୁ ମଧ୍ୟ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି ।

{"id":147501}

ଏହି ଘଟଣା ବିଷୟରେ ସେଠାରେ ଥିବା  ସାମୁଦ୍ରିକ ଥାନା ଅଧିକାରୀ କିମ୍ବା କର୍ମଚାରୀ  କୌଣସି ସୂଚନା ପାଇ ନଥିବା କଥା କହିଛନ୍ତି  । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦୟପୁର ବେଳାଭୂମିକୁ ଆସିବାର କାର୍ଯ୍ୟକ୍ରମ  ଥିଲା ।

{"id":147502}

ଏହି ଘଟଣା ପରେ ଏସଡିପିଓଙ୍କ ନିର୍ଦ୍ଦଶରେ ସାମୁଦ୍ରିକ ଥାନାରୁ ଏଏସଆଇ ହେମ’ ପାତ୍ର ଆସି ଘଟଣା ବୁଝି ପଶ୍ଚିମବଙ୍ଗ ପୁଲିସକୁ ଥାନାକୁ ଡାକି ନେଇଥଲେ  । ପରେ ପଶ୍ଚିମବଙ୍ଗ ପୁଲିସ ଭୁଲ୍‌ ମାଗିବା ସହ ବ୍ୟବସାୟୀଙ୍କୁ କାନ୍ଥିରେ ଥାନାରେ ଅଟକ ରଖାଯାଇଛି ଓ ଖୁବଶୀଘ୍ର ତାଙ୍କୁ ମୁକ୍ତ କରାଯିବ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.