Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଲା କରୋନାର ରୌଦ୍ର ରୂପ, ଗୋଟିଏ ଦିନରେ ୬ ହଜାର ୭୬୯ ସଂକ୍ରମିତ ଚିହ୍ନଟ, ୨୨ ମୃତ

15/04/2021 at 10:43 PM

କୋଲକାତା ୧୫।୪:  ‘କରୋନା ଯାଉନି ନିର୍ବାଚନୀ ରାଜ୍ୟକୁ’, ‘ନେତାଙ୍କ ରାଲିକୁ ଡରୁଛି କରୋନା’ ଏମିତି କେତେ କ’ଣ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ହେଲେ ବାସ୍ତବତା କିନ୍ତୁ ଭିନ୍ନ। ପଶ୍ଚିମବଙ୍ଗରେ ଗୁରୁବାର ଗୋଟିଏ ଦିନରେ ୬ହଜାର ୭୬୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରୁ ରାଜ୍ୟରେ କୋଭିଡ କେଉଁସ୍ତରରେ ପହଞ୍ଚିଛି ତାହା ଏବେ ସହଜରେ ଅନୁମାନ କରାଯାଇ ପାରେ।

କେବଳ ଗୁରୁବାର ଗୋଟିଏ ଦିନ ନୁହେଁ ଏହା ପୂର୍ବ ଦିନ ମଧ୍ୟ ରାଜ୍ୟରେ କରୋନା ବିସ୍ଫୋରଣ ହୋଇଥିଲା। ୨୪ ଘଣ୍ଟାରେ ଏଠାରେ ୫ ହଜାର ୮୯୨ ଜଣଙ୍କୁ ସଂକ୍ରମିତ ଠାବ କରାଯାଇଥିବା ବେଳେ ମଙ୍ଗଳବାର ୪ହଜାର ୮୧୭ ଓ ସୋମବାର ୪ ହଜାର ୫୧୧ ଜଣ କରୋନା ପଜିଟିଭ ଟିହ୍ନଟ ହୋଇଥିଲେ। ରାଜ୍ୟରେ ଏବେ ବିଧାନସଭା ନିର୍ବାଚନ ହେଉଛି। ଏବେ ସମସ୍ତଙ୍କର ଧ୍ୟାନ ନିର୍ବାଚନ ଓ ଭୋଟ ଉପରେ କରୋନା ଉପରେ ଧ୍ୟାନ ଦିଆଯାଇ ନଥିବାରୁ ଏବେ ସେଠାରେ ବିସ୍ଫୋରକ ପରିସ୍ଥିତି ଉପୁଜିଛି।

ରାଜ୍ୟରେ ଏବେ ଆକ୍ଟିଭ କୋଭିଡ-୧୯ କେସ୍ ସଂଖ୍ୟା ୩୬ ହଜାର ୯୮୧ ଥିବା ବେଳେ କୋଭିଡ ସତର୍କତା ଜାରି କରିବାକୁ କି,  ଏ ସମ୍ପର୍କିତ କଟକଣା ପାଳନ ଲାଗି କେହି କହିବାକୁ ବି ନାହାନ୍ତି। ସେପଟେ ରାଜ୍ୟର ମୁଖ୍ୟମନ୍ତ୍ରୀ କରୋନା ଲାଗି ସରକାରୀ କଳକୁ କାମରେ ଲଗାଇବା ବଦଳେ କେବଳ ବାକି ବିଧାନସଭା ନିର୍ବାଚନ ପର୍ଯ୍ୟାୟରେ ନ କରି ଗୋଟିଏ ଦିନରେ ଶେଷ କରିବା ଚିନ୍ତାରେ ଅଛନ୍ତି। ଏଥିରୁ ରାଜ୍ୟରେ କରୋନା କେଉଁ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି ତାହା କେବଳ କଳ୍ପନା କରାଯାଇପାରେ।

ପଶ୍ଚିମବଙ୍ଗ ପୂର୍ବ ଭାରତର ବାଣିଜ୍ୟିକ କେନ୍ଦ୍ର ଓ ଯୋଗାଯୋଗର ଦ୍ୱାର ମଧ୍ୟ। ରାଜ୍ୟର ପରିସ୍ଥିତି ଯେ ମହାରାଷ୍ଟ୍ର ଓ ଦିଲ୍ଲୀକୁ ବଳେଇ ନ ଯିବ ତାହା ଏଠାରେ ଆକଳନ କରାଯାଇ ନପାରେ। ଗତବର୍ଷ ମାର୍ଚ୍ଚ ୧୭ ତାରିଖରେ ପଶ୍ଚିମବଙ୍ଗରେ ପ୍ରଥମ କୋଭିଡ ସଂକ୍ରମିତଙ୍କ ଚିହ୍ନଟ ହୋଇଥିଲା। ତା ପରଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ  ୬ଲକ୍ଷ ୬ ହଜାର ୪୫୫ ଜଣ ( ୯ ଏପ୍ରିଲ ୨୦୨୧ ସୁଧା) ସଂକ୍ରମିତ ହେଲେଣି।

ଏଥିରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱୀତା କରୁଥିବା କେତେକ ପ୍ରାର୍ଥୀ ମଧ୍ୟ ସଂକ୍ରମିତ ହୋଇଛନ୍ତି। ରାଜ୍ୟ କୁ ମହାରାଷ୍ଚ୍ର, ଦିଲ୍ଲୀ ଓ ଦେଶର ଅନ୍ୟ ସ୍ଥାନରୁ ଲୋକେ ବି ଆସୁଛନ୍ତି ଏଣୁ  କରୋନା ସଂକ୍ରମଣ ବଢୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ କରୋନା ନେଇ କିନ୍ତୁ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ଠୋସ୍ ପଦକ୍ଷେପ ନିଆଯାଇପାରିନି ନା ଟିକାକରଣ ବାବଦେ ରାଜ୍ୟ ପ୍ରଶାସନ ସେପରି କୌଣସି ବ୍ୟବସ୍ଥା କରିଛନ୍ତି। ଏଥିରେ କରୋନା ସଂକ୍ରମଣ ନିର୍ବାଚନ ଗ୍ରସିତ ରାଜ୍ୟର ଭାୟବହ ପରିସ୍ଥିତି ନ କରିବ ତାହା କହି ହେଉନି।

   Related Posts