Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବତନ ବିଧାୟକ ଅରୁଣ ଦେ’ ଙ୍କ ପରଲୋକ, କରୋନାରେ ଆକ୍ରାନ୍ତ ପରେ ଚାଲିଥିଲା ଚିକିତ୍ସା
  • ||
  • ସାଗର ହତ୍ୟାକାଣ୍ଡରେ ଦିଲ୍ଲୀ କ୍ରାଇମ ବ୍ରାଞ୍ଚର ୧୭୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ସୁଶୀଲ କୁମାର ମୁଖ୍ୟ ଅଭିଯୁକ୍ତ
  • ||
  • ଅନୁଗୋଳ : କାଲି ଜଣଙ୍କର, ଆଜି ଆଉ ଜଣଙ୍କର ମିଳିଲା ମୃତଦେହ : ଏବେବି ଜଣେ ନିଖୋଜ
  • ||
  • ଭୁବନେଶ୍ବର : ଓଡିଶାରେ କମ୍ ରହିଛି ଆର୍ ଭାଲ୍ୟୁ, ୧ ଉପରେ ରହିଲେ ବଢିବ ସଂକ୍ରମଣ : ଡିଏମଇଟି
  • ||
  • ସୋର : ଭୋଜି କରିବାକୁ ଯାଇ ଫେରିଲେନି ଯୁବକ, ମେଡିକାଲରେ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ଯାଜପୁର : ଆସନ୍ତା ୪ରୁ ଖୋଲିବ ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର, ଅନୁମତି ଦେଲେ ଜିଲ୍ଲାପାଳ
  • ||
  • ଖଲ୍ଲିକୋଟ : ଖୋଲିଲା ତମ୍ପରା ହ୍ରଦ, ବୋଟିଂର ମଜା ନେଉଛନ୍ତି ପର୍ଯ୍ୟଟକ
  • ||
  • ଚାନ୍ଦବାଲି : ବିଦ୍ୟାଳୟ ବରଣ୍ଡାରେ ପଡିଛି ଅଚିହ୍ନା ବୃଦ୍ଧଙ୍କ ମୃତଦେହ, ତଦନ୍ତ ଆରମ୍ଭ କଲା ପୋଲିସ
  • ||
  • ରାଉରକେଲା : ଆସନ୍ତା ୭ରେ ୧୨ ଘଣ୍ଟିଆ ସୁନ୍ଦରଗଡ ବନ୍ଦ, ଦ୍ବିତୀୟ ଏମ୍ସ ପ୍ରତିଷ୍ଠା ଦାବିରେ ବନ୍ଦ ଡାକରା
  • ||
  • ଚାନ୍ଦବାଲି : ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି କଟକଣା ଜାରି, ଭକ୍ତଶୂନ୍ୟ ମନ୍ଦିର ପରିସର
  • ||

ତେଜିଲା ରାଜନୈତିକ ହିଂସା, ବିଜେପି ନେତାଙ୍କୁ ହତ୍ୟା : ଆଉ ଜଣେ ଗୁରୁତର

10/12/2018 at 12:40 PM

ଦୁର୍ଗାପୁର୧୦/୧୨: ପଶ୍ଚିମବଙ୍ଗରେ ପୁଣି ଥରେ ରାଜନୈତିକ ହିଂସାର ଖବରସାମନାକୁ ଆସିଛି। ଦୁର୍ଗାପୁରର ଜଣେ ବିଜେପି ନେତାଙ୍କ ହତ୍ୟା ହୋଇଛି। ଏହି ହତ୍ୟାକାଣ୍ଡର କ୍ଷମତାସୀନତୃଣମୂଳ କଂଗ୍ରେସ କର୍ମୀ କରିଥିବା ଅଭିଯୋଗ ହୋଇଛି । ଦୁର୍ଗାପୁରର କାଂସା ସରସ୍ବତୀଗଞ୍ଜ ଅଞ୍ଚଳରେସନ୍ଦୀପ ଘୋଷ ନାମକ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ଏହି ଆକ୍ରମଣରେ ଜୟଦୀପ ବାନାର୍ଜୀ ନାମକ ଅନ୍ୟ ଜଣେ ବିଜେପି କର୍ମକର୍ତ୍ତାମଧ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ବର୍ତ୍ତମାନ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଅନୁସାରେ ସରସ୍ବତୀଗଞ୍ଜର  ବିଜେପି ବୁଥ କାର୍ଯ୍ୟାଳୟରୁବାହାରିବାବେଳେ ସନ୍ଦୀପଙ୍କୁ ଗୁଳି ହୋଇଥିଲା।

 

ଦୁର୍ଗାପୁରର  ବିଜେପିଜିଲ୍ଲା ଅଧ୍ୟକ୍ଷ ଏହି ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବି କରିଛନ୍ତି। ସୂଚନା ମିଳିଛି ଯେ ଆଜି ପଶ୍ଚିମବଙ୍ଗରବିଜେପି ସାଂସଦ ଏବଂ କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ସହିତ ଅନ୍ୟ ବିଜେପି ନେତାମାନେ ମଧ୍ୟହସ୍ପିଟାଲକୁ ଯାଇପାରନ୍ତି।

   ଡିସେମ୍ବର ୬ତାରିଖ ଦିନ ମଧ୍ୟ ପଶ୍ଚିମବଙ୍ଗର ବିଜେପି ଗୋଷ୍ଠୀଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଗାଡ଼ି ଉପରକୁ କୁଚବିହାର ଜିଲ୍ଲାର ଶୀତଲକୁଚି ଅଞ୍ଚଳରେ ଅଜଣା ଲୋକମାନେଆକ୍ରମଣ କରିଥିଲେ। ଦିଲ୍ଲୀପ ଘୋଷ ବିଜେପିର ‘ରଥଯାତ୍ରା’ରେ ଯୋଗ ଦେବାକୁ ଯାଇଥିଲେ। ସେ ମଠଭଙ୍ଗାକୁଯାଉଥିବାବେଳେ ତାଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଥିଲା।

ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ରବୀନ୍ଦ୍ର ନାଥ ଘୋଷ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ଅମୂଳକ  ବୋଲି କହି ଏହି ଆକ୍ରମଣକୁ ବିଜେପିର ପାରସ୍ପରିକ କଳହର ଫଳବୋଲି କହିଛନ୍ତି । ପୋଲିସ୍ ପ୍ରଶାସନ ଏହି ମାମଲାର ତଦନ୍ତ କରୁଅଛି।

   Related Posts