Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ନାରଦା ଘୋଟାଲା : ମମତା ସରକାରର ମନ୍ତ୍ରୀ ତଥା ବିଧାୟକଙ୍କ ଘରେ ସିବିଆଇ ରେଡ୍

17/05/2021 at 10:43 AM

ପଶ୍ଚିମବଙ୍ଗ ୧୭/୫ : ପଶ୍ଚିମବଙ୍ଗରେ ତ୍ରୁଣମୂଳ (ଟିଏମସି) ସରକାର ଗଠନ ହେବା ମାତ୍ରେ ନାରଦା ସ୍କାମର ତଦନ୍ତ ପୁଣି ଆରମ୍ଭ ହୋଇଛି । ଏହି ଦୁର୍ନୀତି ଅଭିଯୋଗ ନେଇ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ବିଜେପି ନେତା ସୋୱାନ ଚାଟାର୍ଜୀଙ୍କ ଘରେ ରେଡ କରିଛି ସିବିଆଇ । ରେଡ୍ ପରେ ଏହି ଚାରିଜଣଙ୍କୁ ସିବିଆଇ କାର୍ଯ୍ୟାଳୟକୁ ଅଣାଯାଇଛି ।

ସୋମବାର ସକାଳେ ପରିବହନ ମନ୍ତ୍ରୀ ତଥା କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ସଭାପତି ଫିରହାଦ୍ ହାକିମଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଥିଲା । କିଛି ସମୟ ପରେ ସିବିଆଇ ଫିରହାଦ୍ ହାକିମଙ୍କୁ ସାଙ୍ଗରେ ନେଇ ଯାଇଥିଲା । ଏହି ସମୟରେ ଫିରହାଦ୍ ହାକିମ କହିଛନ୍ତି ଯେ ମୋତେ ନାରଦା ସ୍କାମରେ ଗିରଫ କରାଯାଉଛି । ସମର୍ଥକମାନେ ଫିରହାଦଙ୍କ ଘରେ ପହଞ୍ଚି ପ୍ରଦର୍ଶନ କରିଛନ୍ତି ।

ସିବିଆଇ ଟିମ୍ ସୁବ୍ରତ ମୁଖାର୍ଜୀ ଏବଂ ମଦନ ମିତ୍ରଙ୍କ ସହ ସିବିଆଇ କାର୍ଯ୍ୟାଳୟରେ ଆଣି ପଚରା ଉଚରା କରୁଛି । ଏହା ବ୍ୟତୀତ ସିବିଆଇ ଟିମ୍ ପୂର୍ବତନ ବିଜେପି ନେତା ସୋୱାନ ଚାଟାର୍ଜୀଙ୍କ ଘରେ ମଧ୍ୟ ଚଢାଉ କରିଥିଲା । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ସୋୱାନ ଚାଟାର୍ଜୀ ବିଜେପିରେ ଯୋଗ ଦେଇଥିଲେ । କିନ୍ତୁ ଟିକେଟ୍ ନ ପାଇବା ପରେ ସେ ମଧ୍ୟ ବିଜେପି ଛାଡିଥିଲେ ।

   Related Posts