Onlock-4ରେ ହଟିଲା ପଶ୍ଚିମବଙ୍ଗ ଲକଡାଉନ୍, ରାଜ୍ୟରେ NEET ଓ JEE ପରୀକ୍ଷାର୍ଥୀଙ୍କୁ ଆଶ୍ୱସ୍ତି

Published By : Prameya-News7 Bureau | August 29, 2020 IST

କୋଲକାତା ୨୯।୮:  ଭାରତ ସରକାର କରୋନା ଲକଡାଉନରେ ଶନିବାର ଅନଲକ-୪ ଘୋଷଣା କରିଛନ୍ତି। ଫଳରେ କୋଭିଡ ନିୟନ୍ତ୍ରଣ ଲାଗି ରାଜ୍ୟମାନେ ଲକଡାଉନ୍‌ ଜାରି ନିମନ୍ତେ ପାଇଥିବା ଅଧିକାରକୁ କେନ୍ଦ୍ର ସରକାର ସମାପ୍ତ କରିଦେଇଛନ୍ତି। ଏଣୁ ପଶ୍ଚିମବଙ୍ଗରେ ଜାରି ୨ ସପ୍ତାହ ଲକଡାଉନ୍‌ ଆପେ ଆପେ ସମାପ୍ତ ହୋଇଯାଇଥିବା ବେଳେ ରାଜ୍ୟର ଅଗଣିତ ଏନଇଇଟି ଓ ଜେଇଇ ପରୀକ୍ଷାର୍ଥୀ ଆଶ୍ୱସ୍ତ ହୋଇଛନ୍ତି।

{"id":322281,"sizeSlug":"large"}

ଉଲ୍ଲେଖଯୋଗ୍ୟ ଯେ ୧ରୁ ୬ ସେପ୍ଟେମ୍ବର ମଧ୍ୟରେ ଦେଶରେ ଜେଇଇ ପରୀକ୍ଷା ନିର୍ଦ୍ଧାରିତ ହୋଇଥିବା ବେଳେ ସେପ୍ଟେମ୍ବର ୧୩ ତାରିଖରେ ଏନଇଇଟି ପରୀକ୍ଷା ଲାଗି କାର୍ଯ୍ୟସୂଚୀ ଜାରି ହୋଇଛି। ତେବେ ରାଜ୍ୟରେ କରୋନା ଜନିତ ପରିସ୍ଥିତି ଓ ଏଥିଯୋଗୁ ଜାରି ଲକଡାଉନ୍‌ ନିମନ୍ତେ ମମତା ସରକାର ପରୀକ୍ଷା କାର୍ଯ୍ୟକ୍ରମରେ ପରିବର୍ତ୍ତନ ଲାଗି କେନ୍ଦ୍ରକୁ ଚିଠି ଲେଖିଛନ୍ତି।

{"id":322282,"sizeSlug":"large"}

ରାଜ୍ୟରେ ଏବେ ଦୁଇ ସପ୍ତାହ ଲକଡାଉନ୍‌ ଘୋଷଣା ବଳବତ୍ତର ରହିଛି। ଏଥିରେ ଜେଇଇ ଓ ଏନଇଇଟି ପରୀକ୍ଷା ଲାଗି ଛାତ୍ରଛାତ୍ରୀ ଚିନ୍ତିତ ଥିବା ବେଳେ ଶନିବାର କେନ୍ଦ୍ର ସରକାର ଅନଲକ-୪ ଘୋଷଣା କରିଥିବା ବେଳେ ରାଜ୍ୟମାନଙ୍କର ଲକଡାଉନ୍‌ ଓ ସଟଡାଉନ୍‌ କ୍ଷମତା ପ୍ରତ୍ୟାହାର କରିନେଇଛନ୍ତି। ଏଥିରୁ ପଶ୍ଚିମବଙ୍ଗରେ ମମତା ସରକାରଙ୍କ ଲକଡାଉନ୍‌ ଘୋଷଣାକୁ ଏବେ ଏକ ଚାଲ ବୋଲି ବୁଝା ଯାଉଛି।  ଯେଉଁଥିରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ସରକାରଙ୍କୁ ବିରୋଧ କରନ୍ତୁ ଚାହୁଁଥିଲେ ମମତା।

{"id":322283,"sizeSlug":"large"}

ରାଜ୍ୟରେ ୨ ଦିନ ଲକଡାଉନ ଓ ପରଦିନ ପରୀକ୍ଷା। ଏଣୁ ଛାତ୍ରଛାତ୍ରୀ ସଂକଟରେ ପଡିଥାନ୍ତେ। ତେବେ ଶନିବାର କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଛାତ୍ରଛାତ୍ରୀଙ୍କ ସମସ୍ୟା ସମାଧାନ କରିଦେଇଛି।  ଏଥିରେ କେନ୍ଦ୍ର ସରକାର ମମତାଙ୍କ ହାତ ବାନ୍ଧି ଦେଇଛନ୍ତି ସତ ହେଲେ ମମତା ଓ କେନ୍ଦ୍ର ପୁଣି ମୁହାଁ ମୁହିଁ ହେବାର ସମ୍ଭାବନା ଉପୁଜିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.