Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଣାଇ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଡୁଛି ତାଟିକବାଟ
  • ||
  • ଟେକ୍ସାସରେ ୪ ଜଣଙ୍କୁ ପଣବନ୍ଦୀ : ପାକିସ୍ତାନୀ ବୈଜ୍ଞାନିକଙ୍କୁ ମୁକ୍ତ କରିବାକୁ ଦାବି, ଘଟଣାସ୍ଥଳରେ ଏଫବିଆଇ ଓ ସ୍ୱାଟ୍ ଟିମ୍
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୧କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଡେଇଁଲା ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୧୭୭ କୋଭିଡ୍ ପଜିଟିଭ୍, ୧୧୩୩୯୧୨ରେ ପହଞ୍ଚିଲା ସଂଖ୍ୟା
  • ||
  • ନିଶାରେ ୩ ବାଇକକୁ ଧକ୍କା ଦେଲେ କାର୍ ଡ୍ରାଇଭର, ଓଲଟା ପୋଲିସକୁ କଲେ ଗାଳିଗୁଲଜ
  • ||
  • ଫାଟିଗଲା ମୋବାଇଲ ବ୍ୟାଟେରୀ, ନାବାଳକ ଗୁରୁତର : ପଥରରେ ଛେଚୁଥିବା ବେଳେ ଅଘଟଣ
  • ||
  • ରାଜ୍ୟର ୪ ବରିଷ୍ଠ ଆଇଏଏସଙ୍କୁ ପ୍ରମୋସନ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି
  • ||
  • କୋଟିଆରେ ହେବ ପଞ୍ଚାୟତ ନିର୍ବାଚନ, ୧୩ଟି ବୁଥରେ ମତଦାନ
  • ||

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋଦୀଙ୍କ ବିରଳ ପ୍ରଶଂସା, କହିଲେ- ଦିଦିଙ୍କ ନେତୃତ୍ଵରେ ରାଜ୍ୟ ବାତ୍ୟାର ଭଲ ମୁକାବିଲା କରିଛି

22/05/2020 at 8:54 PM

ନୂଆଦିଲ୍ଲୀ ୨୨।୦୫: ବାତ୍ୟା ଅମ୍ଫାନରେ ପଶ୍ଚିମବଙ୍ଗ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହା ପରେ ୧୦୦୦ କୋଟି ଟଙ୍କାର ରିଲିଫ୍ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ଏହା ସହିତ କହିଛନ୍ତି ଯେ, ରାଜ୍ୟରେ ତୃଣମୂଳ କଂଗ୍ରେସ ସରକାର ଏବଂ ରାଜ୍ୟବାସୀଙ୍କ କେନ୍ଦ୍ର ସରକାର ଅଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ବିରଳ ପ୍ରଶଂସା କରିଛନ୍ତି। ଉଲ୍ଲେଖନୀୟ ପ୍ରଧାନମନ୍ତ୍ରୀ ମୋଦୀ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପରସ୍ପର କ୍ରୁର ସମାଲୋଚକ।

ଏକ ଭିଡିଓ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, କରୋନା ପରି ସଙ୍କଟ ସମୟରେ ବାତ୍ୟା ଅମ୍ଫାନକୁ ନେଇ ପଶ୍ଚିମବଙ୍ଗ ଏକ କଠିନ ପରିସ୍ଥିତିର ସାମ୍ନା କରୁଛି। କୋଭିଡ୍-୧୯ ମୁକାବିଲା ପାଇଁ ସାମାଜିକ ଦୂରତା ଆବଶ୍ୟକ ଏବଂ ଲୋକଙ୍କୁ କୁହାଯାଉଛି ସେମାନେ ଯେଉଁଠି ଅଛନ୍ତି ସେଠାରେ ରୁହନ୍ତୁ। ମାତ୍ର ବାତ୍ୟା କାରଣରୁ ଲୋକଙ୍କୁ ନିଜ ଘର ଦ୍ଵାର ଛାଡି ସୁରକ୍ଷିତ ସ୍ଥାନକୁ ଯିବା ଦରକାର ଥିଲା। ଏମିତି ଘଡିସନ୍ଧି ସମୟରେ ମମତା ବାନାର୍ଜୀଙ୍କ ନେତୃତ୍ଵରେ ପଶ୍ଚିମବଙ୍ଗ ସରକାର ପ୍ରଶଂସନୀୟ ପ୍ରୟାସ କରିଛି।

ସବୁ ପ୍ରତିକୂଳ ପରିସ୍ଥିତି ପରେ ମଧ୍ୟ ପଶ୍ଚିମବଙ୍ଗ ଭଲ ଭାବେ ସ୍ଥିତିର ମୁକାବିଲା କରିଛି। ପ୍ରଧାନମନ୍ତ୍ରୀ ଏହି କଠିନ ସମୟରେ ପଶ୍ଚିମବଙ୍ଗବାସୀଙ୍କ ସହ କେନ୍ଦ୍ର ସରକାର ଛିଡା ହୋଇଥିବା କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଟୁଇଟ୍‌ କରାଯାଇଛି।

ଉଲ୍ଲେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତୀୟ ଜନତା ପାର୍ଟି ଓ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ତୃଣମୂଳ କଂଗ୍ରେସ ଦଶନ୍ଧି ଧରି କଡା ପ୍ରତିଦ୍ଵନ୍ଦ୍ଵୀ ରହି ଆସିଛନ୍ତି। ବିଶେଷ କରି ଗତ ବର୍ଷ ଲୋକସଭା ନିର୍ବାଚନରେ ବିଜେପି ଆକ୍ରମଣାତ୍ମକ ଅଭିଯାନ  କରି ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ୧୮ଟି ଆସନ କବ୍‌ଜା କରିଥିଲା। ଏହା ପରେ ରାଜ୍ୟରେ  ବିଜେପି ଓ ଟିଏମସି ମଧ୍ୟରେ ରାଜନୈତିକ ଶତ୍ରୁତା ଆରମ୍ଭ ହୋଇଥିଲା।

   Related Posts