ନିର୍ବଚନ ପରେ ପଶ୍ଚିମବଙ୍ଗରେ ଲାଗିଲା ଲକଡାଉନ୍‌ ଭଳି କଟକଣା, ମଲ୍‌ ଠାରୁ ବାର-ଜିମ୍‌ ସବୁ ବନ୍ଦ

Published By : Prameya-News7 Bureau | April 30, 2021 IST

କୋଲକାତା ୩୦/୪:  କରୋନା ଭୂତାଣୁ ସଂକ୍ରମଣ ବୃଦ୍ଧିକୁ ନଜରରେ ରଖି ପଶ୍ଚିମବଙ୍ଗ ସରକାର ଶୁକ୍ରବାର କଟକଣା ଆହୁରି ଶକ୍ତ କରିଛନ୍ତି। ବେଙ୍ଗଲ ସରକାର ଶପିଂ କମ୍‌ପ୍ଲେକ୍ସ , ମଲ୍‌, ବ୍ୟୁଟି ପାର୍ଲର, ସିନେମା ହଲ୍‌, ରେଷ୍ଟୁରାଣ୍ଟ, ବାର, ଜିମ୍‌ ଏବଂ ସ୍ପୋର୍ଟସ୍‌ କମ୍‌ପ୍ଲେକ୍ସ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେପଟେ ସକାଳ ୭-୧୦ ଏବଂ ଅପରାହ୍ଣ ୩-୫ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ ଔଷଧ ଦୋକାନ, ଗ୍ରୋସରି ଦୋକାନକୁ କଟକଣା ମୁକ୍ତ କରାଯାଇଛ। ଏହା ସହ ହୋମ ଡେଲିଭରିକୁ ଅନୁମତି ରହିଛି।

ସରକାରଙ୍କ ପରବର୍ତ୍ତୀ ନିର୍ଦେଶ ଯାଏଁ ରାଜ୍ୟର ସସମ୍ତ ସାମାଜିକ, ସାଂସ୍କୃତିକ, ଶୈକ୍ଷିଣିକ ଏବଂ ମନୋରଞ୍ଜନ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଉପରେ ରୋକ ବଳବତ୍ତର ରହିବ।  ପଶ୍ଚିମବଙ୍ଗରେ ଗୁରୁବାର କରୋନା ଭୂତାଣୁ ସର୍ବାଧିକ ୮୯ ଜଣଙ୍କ ଜୀବନ ନେଇଛି।  ଏହା ସହ ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୭୪୦୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.