Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଦେଶରେ ବେଲଗାମ ତୈଳ ଦର, ପେଟ୍ରୋଲ-ଡିଜେଲ ଦାମ କମାଇଲେ ପଶ୍ଚିମବଙ୍ଗ ସରକାର

21/02/2021 at 5:29 PM

କୋଲକାତା ୨୧/୦୨: ଦେଶରେ ତେଲ ଦର ଆକାଶଛୁଆଁ। ବିଭିନ୍ନ ସ୍ଥାନରେ ଏବେ ତୈଳ ଦର ଶହେ ଟପିଛି। ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ହେଉଥିବା ବେଳେ କେନ୍ଦ୍ର ଓ ରାଜ୍ୟ ହାତ ଟେକି ଦେଇଛନ୍ତି। ଦର ବୃଦ୍ଧିକୁ ନେଇ ଚର୍ଚ୍ଚା ଆଳୋଚନା ଚାଲିଥିବା ବେଳେ ପଶ୍ଚିମବଙ୍ଗ ସରକାର ବଡ଼ ଘୋଷଣା କରିଛନ୍ତି। ମମତା ବାନାର୍ଜୀଙ୍କ ସରକାର ଆଜି ମଧ୍ୟରାତ୍ରିରୁ ପେଟ୍ରୋଲ-ଡିଜେଲ୍‌ ଦାମରେ ଟାଙ୍କାଏ ଲେଖାଏଁ କମ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଏଏନଆଇ ଅନୁସାରେ, ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର ତୈଳ ଦର କମ୍‌ ନେଇ ରବିବାର ସୂଚନା ଦେଇଛନ୍ତି। ରାଜଧାନୀ କୋଲକାତାରେ ରବିବାର ପେଟ୍ରୋଲ  ଲିଟର ୯୧.୭୮ ଟଙ୍କା ରହିଛି। ଡିଜେଲ ଲିଟର ୮୪.୫୬ ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ରବିବାର ପେଟ୍ରୋଲ ୯୦.୫୮ ଟଙ୍କା ପ୍ରତି ଲିଟର ରହିଛି। ପଶ୍ଚିବଙ୍ଗରେ ଚଳିତ ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ସରକାରଙ୍କ ନିଷ୍ପତ୍ତି ପ୍ରଭାବ ପକାଇବ ବୋଲି ଚର୍ଚ୍ଚା ହେଉଛି।

ଏହା ପୂର୍ବରୁ ତୈଳ ଦର ବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ନିର୍ବାଚନର କିଛି ଦିନ ପୂର୍ବରୁ ସରକାର ତେଲ ଦର କମ କରିବେ। କେନ୍ଦ୍ର ସବୁ ବେଳେ ପେଟ୍ରୋଲ, ଡିଜେଲ, ଗ୍ୟାସ ଦାମ ବଢ଼ାଉଛି। ଏହା ଚିନ୍ତାର ବିଷୟ। ନିର୍ବାଚନର ହେବାର କିଛି ଦିନ ପୂର୍ବରୁ କେନ୍ଦ୍ର ସରକାର ଦାମ କମାଇଦେବେ​‌ ବୋଲି ଗତ ସୋମବାର ମମତା ବାନାର୍ଜୀ କହିଥିଲେ।

   Related Posts