Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଓଡିଶା ସୀମାରେ ଓଡିଆ ଭାଷାକୁ କେମିତି ବିକୃତ କରୁଛି ପଶ୍ଚିମବଂଗ ସରକାର, ଦେଖନ୍ତୁ

8/12/2018 at 5:28 PM

ଭୋଗରାଇ ୭|୧୨:ଓଡ଼ିଶା ସୀମା ଭିତରେ ନିଜ ବାହାଦୁରୀର ହୋର୍ଡିଂ ତ ଲଗାଇଲେ ପୁଣି ସେଥିରେ ଓଡ଼ିଆ ଭାଷାକୁ ବିକୃତକରି ଲେଖିଲେ । ଏମିତିକି ଓଡ଼ିଆ ଭାଷା ଆନ୍ଦୋଳନର ଅନ୍ୟତମ ବିନ୍ଧାଣୀ ଉତ୍କଳ ଗୌରବ ମଧୂସୁଦନ ଦାସଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଏହି ବିକୃତ ଓଡ଼ିଆ ଲେଖା ହୋର୍ଡିଂ ଲଗାଇଲେ । ଓଡ଼ିଶାର ପ୍ରମୁଖ ବେଳାଭୂମି ଉଦୟପୁରକୁ ହାତେଇବା ଉଦ୍ୟମ ବିଫଳ ହେବା ପରେ ଓଡ଼ିଆ ଭାଷା ପ୍ରତି ଏଭଳି ହୀନମନ୍ୟତା ଦେଖାଇଛନ୍ତି ଖୋଦ୍‌ ପଶ୍ଚିମବଙ୍ଗ ସରକାର । ଯାହାକୁ ନେଇ ସ୍ଥାନୀୟ ଓଡ଼ିଆଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି ।

ମାଡାମ ମମତାଉଦୟପୁର ଆସିଲେ । ଆଉ ତାଙ୍କ ସ୍ବାଗତରେ ପଶ୍ଚିମବଙ୍ଗ ପ୍ରଶାସନ ଓଡ଼ିଶା ସୀମାରେ ଥିବା ସାହାବାଜିପୁରଠାରୁ ଦୀଘା ପର୍ଯ୍ୟନ୍ତ ମମତା ସରକାରଙ୍କ ସଫଳତାର ଡିଣ୍ଡିମ ପିଟିବାକୁ ଯାଇ ଶହ ଶହ ହୋର୍ଡିଂ ଛାଇଦେଲା। ମୁଖ୍ୟମନ୍ତ୍ରୀ ଫଟୋ ସହ ସରକାରର ସମସ୍ତ ଯୋଜନାଗୁଡ଼ିକୁ ଓଡ଼ିଆରେ ଲେଖି ସୀମାନ୍ତ ଅଂଚଳର ଲୋକଙ୍କ ପାଖରେ ନିଜ ବାହାଦୁରି ଦେଖାଇବାକୁ ଚାହିଁଲେ ପଶ୍ଚିମବଙ୍ଗ ସରକାର । ହେଲେ ଲଗାଯାଇଥିବା ପ୍ରାୟ ୫ଶହରୁଅଧିକ ହୋର୍ଡିଂରେ ଓଡ଼ିଆ ଭାଷାକୁ ଏମିତି ବିକୃତ ଓ କଦର୍ଥ କରି ଲେଖାଯାଇଛି ଯେ ଯାହାକୁ ଦେଖିଲେ ପ୍ରତ୍ୟେକ ଓଡ଼ିଆଙ୍କ ମନକୁ କଷ୍ଟ ଦେବ । ଏଭଳି ଲେଖାକୁ ସ୍ଥାନୀୟ ଓଡ଼ିଆ ଲୋକେ ବିରୋଧ କରିଥିଲେ ମଧ୍ୟ ପଶ୍ଚିମବଙ୍ଗ ପ୍ରଶାସନ ଏହାକୁ ଖାତିର କରିନି । ଯାହାକୁ ନେଇ ଲୋକେ ଏବେ ଆନ୍ଦୋଳନ ପାଇଁସଜବାଜ ହେଲେଣି ।

ପ୍ରତି ହୋର୍ଡିଂତଳେ ଦେଖନ୍ତୁ । ଲେଖା ହୋଇଛି ପ୍ରଚାରକ- ଓଡ଼ିଶା ପ୍ରଦେଶ ତୃଣମୃଳ କଂଗ୍ରେସ । ଅବଶ୍ୟ ସେଇଟା ବିଠିକ୍‌ରେ ଲେଖାହୋଇନି । ତଥାପି ଓଡ଼ିଶାରେ ଯେଉଁମାନେ ତୃଣମୂଳ କଂଗ୍ରେସର ପ୍ରଚାରକ ଅଛନ୍ତି ସେମାନଙ୍କରତ ଅତିକମ୍‌ରେ ଓଡ଼ିଆ ଜ୍ଞାନ ରହିବା କଥା । ସେମାନେ ବି ହୋର୍ଡିଂରେ ଓଡ଼ିଆ ଭାଷାର ତ୍ରୁଟି ପୂର୍ଣ୍ଣଲେଖାକୁ ସଂଶୋଧନ କରିବାକୁ ଚେଷ୍ଟା କରିଥାନ୍ତେ । ହେଲେ ସେକଥା ନକରି ସେମାନେ ମଧ୍ୟ ଓଡ଼ିଶା ଏବଂ ଓଡ଼ିଆଙ୍କ ଭାଷା ପ୍ରିତିକୁ ଆଘାତ ଦେବାକୁ ପଛାଇନାହାନ୍ତି । ସେମାନେ ବୁଝି ରଖିବା ଉଚିତ୍‌ ଯେ, ପଶ୍ଚିମବଙ୍ଗ ସରକାର ତାଙ୍କ ରାଜ୍ୟରେ ଓଡ଼ିଆବିଦ୍ୟାଳୟଟିଏ ଖୋଲି ନାହାନ୍ତି, କାରଣ ସେ ଚାହାନ୍ତି ନାହିଁ ତାଙ୍କ ଅଂଚଳରେ କୌଣସି ଲୋକ ଓଡ଼ିଆ ପଢ଼ନ୍ତୁ । ଏଭଳି ହୀନମନ୍ୟତା ରଖୁଥିବା ପଶ୍ଚିମବଙ୍ଗ ସରକାରଙ୍କ ଠାରୁ ଆଉ କ’ଣ ଆଶା କରାଯାଇପାରେ ।

ଓଡ଼ିଶାରର ସଗୋଲାକୁ ନିଜର କହି ଆତ୍ମବଢ଼ିମା ଦେଖାଇବା ହେଉ କି ନିଜକୁ ଉଦୟପୁର ବେଳଭୂମିର ଆବିଷ୍କାରକ କହି ବାହାଦୁରି ଦେଖାଇବାହେଉ, ସବୁଠି ଓଡ଼ିଶା ପ୍ରତି ପଶ୍ଚିମବଙ୍ଗ ସରକାର ନିଜର ହୀନମନ୍ୟତାର ପରିଚୟ ଦେଇଆସିଛନ୍ତି। ଏମିତିରେ ପୁଣି ଓଡ଼ିଆ ଭାଷା ପ୍ରତି ମମତା ଦିଦିଙ୍କ ଏଭଳି ତାତ୍ସଲ୍ୟକୁ କେବେ ବି ବରଦାସ୍ତ କରାଯାଇପାରିବ ନାହିଁ ।

   Related Posts