କୋଭିଡ୍-୧୯ ମୁକାବିଲାରେ ମମତା ସରକାର ବିଫଳ, ସତ ଲୁଚାଇବାକୁ ଚେଷ୍ଟା କରୁଛନ୍ତି ଟିଏମସି ନେତା: ରାଜ୍ୟପାଳ

Published By : Prameya-News7 Bureau | April 28, 2020 IST

ନୂଆଦିଲ୍ଲୀ ୨୮।୦୪: କୋଭିଡ୍-୧୯ ପରି ମହାମାରୀର ସଙ୍କଟ ସମୟରେ କେନ୍ଦ୍ର ସରକାର ଓ ପଶ୍ଚିମବଙ୍ଗ ରାଜ୍ୟ ସରକାର ମଧ୍ୟରେ ରାଜନୀତ ଜୋର ଧରିଛି। ଗତକାଲି ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିବା ବେଳେ ଆଜି ରାଜ୍ୟପାଳ ଜଗଦୀପ ଧନଖର କରୋନା ଭାଇରସ୍‌ର ମୁକାବିଲା ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟଶୈଳୀଙ୍କୁ ସମାଲୋଚନା କରିଛନ୍ତି। ରାଜ୍ୟପାଳ ସେରାମ୍ପୋରରୁ ତୃଣମୂଳ କଂଗ୍ରେସର ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଚିଠିର ଜବାବ ମଧ୍ୟ ରଖିଛନ୍ତି। ରାଜ୍ୟପାଳ କହିଛନ୍ତି  କଲ୍ୟାଣ ବାନାର୍ଜୀଙ୍କ ଏହି ଚିଠିରେ କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବିଫଳତାକୁ ଲୁଚାଇବାର ପ୍ରୟାସ କରାଯାଇଛି।

ରାଜ୍ୟପାଳ ଜଗଦୀପ ଧନଖର ରାଜ୍ୟସଭା ସାଂସଦ ଡେରେକ ଓ ବ୍ରାୟନଙ୍କ କେନ୍ଦ୍ର ସରକାର ପକ୍ଷରୁ କରୋନା ଭାଇରସ୍‌ର ମୁକାବିଲାରେ ପଶ୍ଚିମବଙ୍ଗର ସହାୟତା ପାଇଁ ପଠାଇଥିବା କେନ୍ଦ୍ରୀୟ ଟିମ୍‌ର ଥଟ୍ଟ ପରିହାସ ଉପରେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ତୃଣମୂଳ କଂଗ୍ରେସର ନେତା କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ବିଫଳତାକୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି।

wp:core-embed/twitter {"url":"https://twitter.com/jdhankhar1/status/1255083511045779456?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255083511045779456\u0026ref_url=https%3A%2F%2Fhindi.news18.com%2Fnews%2Fnation%2Fwest-bengal-governor-said-tmc-leader-trying-to-hide-failure-on-covid-19-3060814.html","type":"rich","providerNameSlug":"twitter","className":""}
https://twitter.com/jdhankhar1/status/1255083511045779456?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1255083511045779456&ref_url=https%3A%2F%2Fhindi.news18.com%2Fnews%2Fnation%2Fwest-bengal-governor-said-tmc-leader-trying-to-hide-failure-on-covid-19-3060814.html
/wp:core-embed/twitter

ଉଲ୍ଲେଖଯୋଗ୍ୟ, ଆଇସିଏମଟି ବିଷୟରେ ତୃଣମୂଳ କଂଗ୍ରେସ ନେତା ଡେରେକ ଓ ବ୍ରାୟନ କେନ୍ଦ୍ର ସରକାରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଥିଲେ। ଡେରେକ ଓ ବ୍ରାୟନ କହିଥିଲେ, ଯେମିତି ଆମେ ଭାବିଥିଲୁ ଆଇସିଏଏମଟି ଟିମ୍‌ର ପଶ୍ଚିମବଙ୍ଗ ଗସ୍ତ ସେମିତି ରହିଲା। ଯେଉଁ ଅଞ୍ଚଳରେ କିଛି ହଟ୍‌ସ୍ପଟ୍‌ ନାହିଁ ସେହି ଅଞ୍ଚଳ ଗସ୍ତ କଲେ। କେନ୍ଦ୍ରୀୟ ଟିମ୍ କେବଳ  ରାଜନୈତିକ ଭାଇରସ୍ ସଂକ୍ରମିତ କରିବାକୁ ଆସିଥିବା ବ୍ରାୟନ କହିଥିଲେ।

ଉଲ୍ଲେଖନୀୟ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ତିକ୍ତତା ଜାରି ରହିଛି। ଅନେକ ସମୟରେ ଉଭୟ ମୁହାଁମୁହିଁ ହୋଇଛନ୍ତି। ନିକଟରେ ରାଜ୍ୟପାଳ ପଶ୍ଚିମବଙ୍ଗ ସରକାରଙ୍କ କୋଭିଡ-୧୯ ମହାମାରୀର ମୁକାବିଲାର ଶୈଳୀ ଓ ବାସ୍ତବିକ ତଥ୍ୟ ଲୁଚାଇବା  ନେଇ ପ୍ରଶ୍ନ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.