Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ଲକ୍‌ଡାଉନ୍‌ କୋହଳ ନେଇ ମୁହାଁମୁହିଁ ମମତା ସରକାର ଓ ରାଜ୍ୟପାଳ

13/04/2020 at 9:13 PM

କୋଲକାତା ୧୩।୦୪: ପଶ୍ଚିମବଙ୍ଗରେ ରାଜ୍ୟପାଳ ଜଗଦୀପ ଧନଖର ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ଵାଧୀନ ସରକାରଙ୍କ ମଧ୍ୟରେ ମତଭେଦ ଥମିବାର ନାଁ ନେଉନାହିଁ। ଏବେ ଲକ୍‌ଡାଉନ୍‌ରେ ଆଂଶିକ କୋହଳ  ଦେବା ମମତା ସରକାରଙ୍କ ନିଷ୍ପତ୍ତି ଉପରେ ରାଜ୍ୟପାଲ ଧନଖର ସୋମବାର ଆପତ୍ତି ପ୍ରକାଶ କରିଛନ୍ତି। ରାଜ୍ୟପାଳ ସରକାରଙ୍କୁ ଲକ୍‌ଡାଉନ୍‌ରେ କ୍ରମାଗତ ଦେଉଥିବା କୋହଳ ବିରୋଧରେ କେନ୍ଦ୍ର ଦ୍ଵାରା ଦିଆଯାଇଥିବା ଚେତାବନୀ ଉପରେ ଧ୍ୟାନ ଦେବାକୁ ଅପିଲ୍ କରିଛନ୍ତି। ରାଜ୍ୟପାଳ କହିଛନ୍ତି, ଯଦି ଅଧିକାରୀଙ୍କ ଦ୍ଵାରା କୌଣସି ତ୍ରୁଟି ହେଉଛି ତେବେ ସେଥିପାଇଁ ସେମାନଙ୍କୁ ଉତ୍ତରଦାୟୀ କରାଯିବା ଉଚିତ୍।

ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗରେ ଲକ୍‌ଡାଉନ୍‌ରେ କ୍ରମାଗତ ପଶ୍ଚିମବଙ୍ଗ ସରକାର ପକ୍ଷରୁ ଦିଆଯାଉଥିବା କୋହଳ ଉପରେ ଚିନ୍ତା ପ୍ରକାଶ କରିଥିଲେ ଏବଂ ରାଜ୍ୟରେ ସାମାଜିକ ଦୂରତ୍ଵ କଡାକଡି ପାଳନ କରିବା ଦିଗରେ ଜରୁରୀ ପଦକ୍ଷେପ ନେବାକୁ ଅପିଲ୍ କରିଥିଲେ।

ଧନଖର ଟୁଇଟ୍ କରିଛନ୍ତି ଯେ, ମମତାଙ୍କୁ ରାଜଭବନ ସହିତ ମୁହାଁମୁହିଁ ପରିସ୍ଥିତି ସମାପ୍ତ କରିବାକୁ ଅପିଲ୍ କରୁଛି। ସଂପ୍ରତି ଆମେ କରୋନା ମହାମାରୀର ମୁକାବିଲା କରୁଛନ୍ତି। ତେଣୁ ରାଜ୍ୟର ହିତକୁ ଦୃଷ୍ଟିରେ ରଖି ଆମକୁ ଏକାଠି ମିଶି କାମ କରିବା ଉଚିତ୍। ଗୃହ ମନ୍ତ୍ରଣାଳୟର ଚେତାବନୀରେ ସୁଧାର ଦିଗରେ କାମ କରିବା ଉଚିତ୍। ଅଧିକାରୀଙ୍କୁ ସାମାଜିକ ଦୂରତ୍ଵ ଓ ଧାର୍ମିକ କାର୍ଯ୍ୟକ୍ରମକୁ  ଅନୁମତି ଦେବା ସମ୍ବନ୍ଧିତ ଭୁଲ୍ ପାଇଁ ଉତ୍ତରଦାୟୀ କରାଯିବା ଉଚିତ୍।

ରାଜ୍ୟପାଳ ଲେଖିଛନ୍ତି ଯେ, ଲକ୍‌ଡାଉନ୍‌ ପରି ସ୍ଥିତିରେ ବିସ୍ତାର ବ୍ୟାପକ ସତର୍କତାର ଆବଶ୍ୟକତା ରହିଛି। ସମସ୍ତଙ୍କୁ କରୋନା ମହାମାରୀ ଲଢେଇରେ ନିଜର ୧୦୦ ପ୍ରତିଶତ ଯୋଗଦାନ ଦେବା ଉଚିତ୍। ଗୃହ ମନ୍ତ୍ରଣାଳୟର ଚେତାବନୀକୁ ଗମ୍ଭୀରତାର ସହ ନେବା ଉଚିତ୍ ଓ ରାଜନୀତିକୁ ଅଣଦେଖା କରିବା ଉଚିତ୍।

ଏହା ପୂର୍ବରୁ ରାଜ୍ୟପାଳ ଟୁଇଟ୍ କରି କହିଥିଲେ ଯେ, ରାଜ୍ୟ ସରକାର କୋଭିଡ୍-୧୯ର ମୁକାବିଲା ପାଇଁ ନେଉଥିବା ପଦକ୍ଷେପ ବିଷୟରେ ମୋତେ କୌଣସି ସୂଚନା ଦେଉ ନାହାନ୍ତି। କରୋନା ଭାଇରସ୍‌ କାରଣରୁ ଲଗାଯାଇଥିବା ଲକ୍‌ଡାଉନ୍‌ ମଧ୍ୟରେ କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ  ବାକ୍‌ ଯୁଦ୍ଧ ଆରମ୍ଭ ହୋଇ ଯାଇଥିଲା।

   Related Posts