Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ରାଜ୍ୟପାଳଙ୍କୁ ଗେଟ୍ ବନ୍ଦ- ପୁଣି ପଶ୍ଚିମବଙ୍ଗରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବିବାଦ

5/12/2019 at 10:06 PM

କୋଲକାତା ୦୫।୧୨– ପଶ୍ଚିମବଙ୍ଗ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବାରମ୍ବାର ଅନେକ ପ୍ରସଙ୍ଗରୁ ନେଇ ବାଦ ବିବାଦ ଲାଗି ରହିଛି । କିନ୍ତୁ ଆଜି ଏମିତି ସ୍ଥିତି ଉପୁଜିଛି ରାଜ୍ୟପାଳଙ୍କୁ ହଟ୍ଟହଟ୍ଟା ହେବାକୁ ପଡିଛି ।  ବିଧାନସଭା ସଚିବାଳୟକୁ ଯିବାକୁ ଚାହିଁ ଥିବା ରାଜ୍ୟପାଳଙ୍କ ପାଇଁ ଉଦ୍ଧିଷ୍ଟ ୩ ନମ୍ବର ଗେଟ୍ ବନ୍ଦ କରି ଦିଆଯଆଇଥିଲା । ବାଧ୍ୟ ହୋଇ ସେ ୪ନମ୍ବର ଗେଟ୍ ଦେଇ ବିଧାନସଭା ପରିସରକୁ ଯାଇଥିଲେ ।

ରାଜ୍ୟପାଳ ବନାମ ସରକାର। ଏହି ବିବାଦ ଧିରେ ଧିରେ ଉଗ୍ରରୂପ ନେଉଛି।  ଆଜିର ଘଟଣା ଆଉ ଏକ ଏପିସୋଡ ଯୋଡ଼ିଛି । ଗେଟରେ ତାଲା ପଡ଼ିଛି ରାଜ୍ୟପାଳ ବାହାରେ ଠିଆ ହୋଇଛନ୍ତି।  ରାଜ୍ୟପାଳ ଜଗଦୀପ ଧନକଡ଼ଙ୍କୁ ମଧ୍ୟାହ୍ନ ଭୋଜର ପାଇଁ ନିମନ୍ତ୍ରଣ ଦେଇଥିଲେ ବାଚସ୍ପତି। ହେଲେ ବିଧାନସଭା ସେକ୍ରେଟାରୀଏଟକୁ ଯିବାକୁ ରାଜ୍ୟପାଳଙ୍କ ପାଇଁ ଉର୍ଦ୍ଧିଷ୍ଟ ୩ନମ୍ବର ଗେଟ୍କୁ ଜାଣିଶୁଣି ବନ୍ଦ ରଖାଯାଇଥିଲା । ବାଧ୍ୟ ହୋଇ ରାଜ୍ୟପାଳ ଜଗଦୀପ ଧନକଡ଼ ସାମ୍ବାଦିକଙ୍କ ପାଇଁ ଉର୍ଦ୍ଧିଷ୍ଟ ୪ନମ୍ବର ଗେଟ୍ ଦେଇ ବିଧାସସଭା ସଚିବାଳୟ ଭିତରକୁ ଯାଇଥିଲେ । ତେବେ ଏହି ଐତିହାସିକ କୋଠା, ପାଠାଗାର ବୁଲିବାକୁ ମୁଁ ଆସିଥିଲି ଏବଂ ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟ କେବଳ ମୋତେ ନୁହେଁ, ପୂରା ଗଣତନ୍ତ୍ରକୁ ଅପମାନ ବୋଲି ରାଜ୍ୟପାଳ ଜଗଦୀପ ଧନକଡ଼ କହିଛନ୍ତି

ବୁଧବାର କୋଲକାତା ବିଶ୍ବବିଦ୍ୟାଳୟ ପରିଦର୍ଶନରେ ଯାଇଥିବା କୁଳାଧିପତି ରାଜ୍ୟାପଳଙ୍କୁ ମଧ୍ୟ ସମାନ ସ୍ଥିତି ଭୋଗିବାକୁ ପଡିଥିଲା । ବିଶ୍ବବିଦ୍ୟାଳୟର କୁଳାଧିପତିଙ୍କୁ ଅଭ୍ୟର୍ଥନା ଦେବାକୁ ନା ବିଶ୍ବବିଦ୍ୟାଳୟ କୁଳପତି ନା ଉଚ୍ଚଅଧିକାରୀ କେହିବି ଉପସ୍ଥିତ ନଥିଲେ  । ବାଧ୍ୟହୋଇ ସେ ବିଶ୍ବବିଦ୍ୟାଳୟ କର୍ମଚାରୀଙ୍କ କ୍ବାର୍ଟରେ ବସି ସେଠାରୁ ଫେରିଥିଲେ । ରାଜ୍ୟପାଳଙ୍କୁ ପଶ୍ଚିମବଙ୍ଗ ସରକରା ଏଭଳି ଜାଣିଶୁଣି ହଟ୍ଟହଟ୍ଟା କରୁଥିବା ବାରମ୍ବାର ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବ୍ୟକ୍ତିଗତ ରୋଷଥିବାରୁ ରାଜ୍ୟପାଳଙ୍କୁ ଟାର୍ଗେଟ କରାଯାଉଥିବା କୁହାଯାଉଛି।

ପୂର୍ବରୁ ଅନେକ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି  ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ହୋଇଛି । ଯାହାକି ରାଜନୀତିର ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିବାରେ ଲାଗିଛି

   Related Posts