କର୍ମଚାରୀଙ୍କ ଲାଗି ସିଫ୍ଟ ଘୋଷଣା କଲେ ପଶ୍ଚିମବଙ୍ଗ ସରକାର, ମୁଖ୍ୟମନ୍ତ୍ରୀ ମମତାଙ୍କ ଅନୁରୋଧ- ଘରୋଇ ସ୍କୁଲ ବଢାନ୍ତୁ ନାହିଁ ସ୍କୁଲ ଫି

Published By : Prameya-News7 Bureau | June 10, 2020 IST

କୋଲକାତା ୧୦।୦୬: ପଶ୍ଚିମବଙ୍ଗ ସରକାର ବୁଧବାର ସରକାରୀ କାର୍ଯ୍ୟାଳୟରେ ଗହଳି କମ୍ କରିବା, ତରବରିଆ ଭାବେ ଅଫିସ ନ ଆସିବା ଏବଂ କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି କର୍ମଚାରୀଙ୍କ ଲାଗି ସିଫ୍ଟ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଉପସଚିବ ସ୍ତରର ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତି ଚକିତ କରିବା ଭଳି ହେବ। ସେ କହିଛନ୍ତି ପ୍ରଥମ ସିଫ୍ଟ ସକାଳ ୯ଟା ୩୦ରୁ ଅପରାହ୍ନ ୨ଟା ୩୦ ପର୍ଯ୍ୟନ୍ତ ରହିବ। ଦ୍ଵିତୀୟ ସିଫ୍ଟ ମଧ୍ୟାହ୍ନ ୧୨ଟା ୩୦ରୁ ସନ୍ଧ୍ୟା ୫ଟା ୩୦ ଯାଏ ରହିବ।

ଯେଉଁଭଳି ଭାବେ କରୋନା ସଂକ୍ରମଣ ବ୍ୟାପିବାରେ ଲାଗିଛି ତାହା ଚିନ୍ତାର ବିଷୟ। ମୁଁ ରାଜ୍ୟବାସୀଙ୍କୁ ସାମାଜିକ ଦୂରତା ପାଳନ କରିବାକୁ ଅପିଲ୍ କରୁଛି। ଲୋକେ ବିଳମ୍ବରେ କାମକୁ ଆସିଲେ ମଧ୍ୟ ଆମେ ତାହା ବିଚାର କରିବୁ। କାର୍ଯ୍ୟାଳୟରେ କର୍ମଚାରୀଙ୍କ ସୁବିଧା ଏବଂ କରୋନା ମହାମାରୀକୁ ଦୃଷ୍ଟିରେ ସିଫ୍ଟ ବ୍ୟବସ୍ଥା କରାଯାଇଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି।

ଉପ ସଚିବରୁ ଉପର ଅଧିକାରୀ ଯେଉଁମାନେ ସରକାରୀ ଗାଡିର ବ୍ୟବହାର କରୁଛନ୍ତି ସେମାନଙ୍କ ଲାଗି କାମ କରିବାରେ କୌଣସି ସମୟ ସୀମା ନାହିଁ। ଏହି ଆଦେଶ ଗୁରୁବାରଠୁ ଲାଗୁ ହେବ। କୋଭିଡ୍-୧୯ ପରି ସଙ୍କଟଜନକ ସମୟରେ ଆର୍ଥିକ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଫି ବୃଦ୍ଧି ନକରିବାକୁ ମୁଖ୍ୟମନ୍ତ୍ରୀ ବାନାର୍ଜୀ ଘରୋଇ ସ୍କୁଲଗୁଡିକୁ ଅପିଲ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି ଘରୋଇ ସ୍କୁଲଗଡିକୁ ମୁଁ ଅନୁରୋଧ କରୁଛି ଯେ, ଚଳିତ ବର୍ଷ ସେମାନ ସ୍କୁ ଫି ବୃଦ୍ଧି କରନ୍ତୁ ନାହିଁ। କାରଣ କରୋନା ଭାଇରସ୍‌  ଲକ୍‌ଡାଉନ୍ କାରଣରୁ ଲୋକଙ୍କ ପାଖରେ ଅର୍ଥାଭାବ ରହିଛି। ଲୋକଙ୍କୁ ଅନେକ ପ୍ରକାରର ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି। ରାଜ୍ୟରେ ସ୍କୁଲ ଜୁନ ୩୦ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ବାନାର୍ଜୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.