ମମତାଙ୍କ ଶକ୍ତି ବୃଦ୍ଧି: ତୃଣମୂଳ କଂଗ୍ରେସରେ ମିଶିଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ

Published By : Prameya-News7 Bureau | September 29, 2021 IST

କୋଲକାତା ୨୯।୦୯: ପଶ୍ଚିମବଙ୍ଗ ପରେ ତୃଣମୂଳ କଂଗ୍ରେସ ଗୋଆ ବିଧାନସଭା ନିର୍ବାଚନ ପ୍ରସ୍ତୁତିରେ ଜୁଟି ଯାଇଛି। ନିର୍ବାଚନ ପୂର୍ବରୁ ଟିଏମସି ନିଜ ଦଳରେ ବଡ ନେତାଙ୍କୁ ସାମିଲ୍ କରାଇଛି। ଗୋଆ ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ ଟିଏମସିରେ ଯୋଗ ଦେଇଛନ୍ତି। ଲୁଇଜିହ୍ନୋଙ୍କ ସହ ୧୦ ଜଣ ବୁଧବାର ଟିଏମସିର ସଦସ୍ୟତା ଗ୍ରହଣ କରିଛନ୍ତି। ଏହା ପୂର୍ବରୁ କଂଗ୍ରେସ ଛାଡିବା ସହ ଫୁଲେରିଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା କରିଥିଲେ।

ଫଲେରିଓ କହିଥିଲେ, ଏହି ସମୟରେ ମମତା ହିଁ ଏକମାତ୍ର ନେତା ଯିଏ କେନ୍ଦ୍ର ସରକାର ଏବଂ ବିଜେପିକୁ ଚ୍ୟାଲେଞ୍ଜ କରିବାର କ୍ଷମତା ରଖିଛନ୍ତି। ମମତା ଏକ ମାତ୍ର ନେତା ଯିଏ ସଡକକୁ ଓହ୍ଲାଇ ଲୋକଙ୍କ ପାଇଁ ଲଢେଇ କରୁଛନ୍ତି। ଏକାକୀ କେନ୍ଦ୍ର ସରକାରଙ୍କୁ ଟକ୍କର ଦେଉଛନ୍ତି ବୋଲି ଫୁଲେରିଓ କହିଥିଲେ।

ଏହା ପୂର୍ବରୁ ସେପ୍ଟେମ୍ବର ୨୭ରେ ବିଧାନସଭା ସଦସ୍ୟତା ସହ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ଲୁଇଜିହ୍ନୋ ଫଲେରିଓ। ସେ ନିଜର ଇସ୍ତଫା ପତ୍ର ଦଳର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀଙ୍କୁ ପଠାଇ ଦେଇଥିଲେ। ସେ ନିଜର ପତ୍ରରେ ଲେଖିଥିଲେ ଯେ, ବର୍ତ୍ତମାନ ସ୍ଥିତିକୁ ଦେଖିଲେ ମୋତେ ପାର୍ଟିରେ କୌଣସି ଭବିଷ୍ୟତ ନଜର ଆସୁନାହିଁ।

ସେ ଏହା ମଧ୍ୟ କହିଥିଲେ ଯେ, ୨୦୧୭ ବିଧାନସଭା ନିର୍ବାଚନରେ ଆମେ ୧୭ ଆସନ ଜିତିଲୁ। ଆମ ନିକଟରେ ସ୍ଵାଧୀନ ବିଧାୟକଙ୍କ ସମର୍ଥନ ମଧ୍ୟ ଥିଲା। କିନ୍ତୁ ଦଳୀୟ ମତଭେଦ କାରଣରୁ ବିଜେପି ବହୁମତ ସାବ୍ୟସ୍ତ କରିବାରେ ସଫଳ ହୋଇଥିଲା। ଆମେ ଜନତାଙ୍କୁ ନିରାଶ କଲୁ। ଏହି ସାଢେ ଚାରି ବର୍ଷରେ ମୁଁ ପାର୍ଟିକୁ ଯୋଡିବାର ପୂରା ପ୍ରୟାସ କଲି ମାତ୍ର ହାଇକମାଣ୍ଡଙ୍କ ଅଣଦେଖା ବାରମ୍ବାର ମୋ ଉପରେ ଭାରି ପଡିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.