Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ପଶ୍ଚିମବଙ୍ଗ : ଆଜି ପଞ୍ଚମ ପର୍ଯ୍ୟାୟ ନିର୍ବାଚନ, ଭାଗ୍ୟ ନିର୍ଦ୍ଧାରଣ କରିବେ ୩୪୨ ପ୍ରାର୍ଥୀ

17/04/2021 at 8:20 AM

କୋଲକାତା ୧୭/୦୪: ପଶ୍ଚିମବଙ୍ଗରେ ଶନିବାର ହେଉଛି ପଞ୍ଚମ ପର୍ଯ୍ୟାୟ ମତଦାନ । ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବା ସହ ମନ ମୁତାବକ ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତି । କରୋନା ସଂକ୍ରମଣ ମଧ୍ୟରେ ୮ଟି ପର୍ଯ୍ୟାୟରେ ହେଉଥିବା ପଶ୍ଚିମବଙ୍ଗ ନିର୍ବାଚନର ୫ମ ପର୍ଯ୍ୟାୟ ଭୋଟିଂ ଆରମ୍ଭ ହୋଇସାରିଛି।

ରାଜ୍ୟରେ ୪୫ଟି ସିଟ୍ ପାଇଁ ଶନିବାର ମତଦାନ ହେବାକୁ ଥିବା ବେଳେ ଭୋଟରମାନେ ୩୪୨ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ । ଉତ୍ତର ୨୪ ପ୍ରଗଣା, ପୂର୍ବ ବର୍ଦ୍ଧମାନ, ନଦିଆ, ଜଲପାଇଗୁଡ଼ି, ଦାର୍ଜେିଲିଂ ଏବଂ କାଲିମପୋଙ୍ଗ ଆଦି ଜିଲ୍ଲାଗୁଡ଼ିକର ବିଭିନ୍ନ ଆସନ ପାଇଁ ପାଇଁ ମତଦାନ ଚାଲିଛି ।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୭ ତାରିଖରୁ ଆରମ୍ଭ ହୋଇଥିବା ନିର୍ବାଚନରେ ଏପର୍ଯ୍ୟନ୍ତ ୧୩୫ ନିର୍ବାଚନମଣ୍ଡଳୀ ପାଇଁ ମତଦାନ ସରିଛି। ବାକିଥିବା ୧୫୯ ସିଟ୍ ପାଇଁ ଭୋଟିଂ ହେବାର ଅଛି। ଏପ୍ରିଲ ୧୭ ତାରିଖରୁ ୨୯ ତାରିଖ ମଧ୍ୟରେ ଅନ୍ୟ ଆସନ ଗୁଡିକରେ ଭୋଟିଂ ହେବ।

ତେବେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଟିଏମ୍‌ସି ପାଇଁ ବେଶ୍ ଗରୁତ୍ୱପୂର୍ଣ୍ଣ । ଗତ ଥର ଏହି ୪୫ଟି ସିଟ୍‌ରୁ ୩୨ ସିଟ୍ ଜିତିଥିଲା ଶାସକ ଦଳ। କିନ୍ତୁ  ଏଥର ଟିଏମ୍‌ସିକୁ କଡ଼ା ଟକ୍କର ଦେଉଛି ବିଜେପି।  ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରିବା ପରେ ବିଧାନସଭା ନିର୍ବାଚନରେ ଦଳ ବିଜୟ ଲାଭ କରିବ ବୋଲି ଆଶା ରଖିଛି। ଏପରିକି ମମତା ବାନାର୍ଜୀଙ୍କ ହାତ ଛାଡି ଅନେକ ବରିଷ୍ଠ ନେତା ବିଜେପିରେ ସାମିଲ ହୋଇଛନ୍ତି ।

   Related Posts