Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଟିଏମସିରେ ବିଦ୍ରୋହର ସ୍ଵର, ଦଳରୁ ମୁହଁ ମୋଡୁଛନ୍ତି ବରିଷ୍ଠ ନେତା

14/11/2020 at 5:16 PM

କୋଲକାତା ୧୪।୧୧: ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ସରଗରମ ବଢିବାରେ ଲାଗିଛି। ତୃଣମୂଳ କଂଗ୍ରେସର ସଭାପତି ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ବାନାର୍ଜୀଙ୍କୁ ଲଗାତାର ଝଟକା ଲାଗୁଛି। ଦଳରେ ବିଦ୍ରୋହର ସ୍ଵର ବଢିବା ସହ ବରିଷ୍ଠ ନେତା ମୁହଁ ମୋଡିବାରେ ଲାଗିଛନ୍ତି। ଏହି କ୍ରମରେ ସିଙ୍ଗୁରରେ ମମତା ବାନାର୍ଜୀଙ୍କ ସାଥୀରେ ରହିଥିବା ରବୀନ୍ଦ୍ର ନାଥ ଭଟ୍ଟାଚାର୍ଯ୍ୟ ଅଲଗା ରାସ୍ତା ଧରିଛନ୍ତି। ଏଥିସହ ନନ୍ଦିଗ୍ରାମ ଆନ୍ଦୋଳନରେ ମମତାଙ୍କ ସହିତ ରହିଥିବା ସୁଭେନ୍ଦୁ ଅଧିକାରୀ ମଧ୍ୟ ପାର୍ଟି ଛାଡି ଦେଇଛନ୍ତି। ଟିଏମସିରେ ଦଳୀୟ କନ୍ଦଳ ବଢୁଥିବା ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ସିଙ୍ଗୁରରେ ମମତା ବାନାର୍ଜୀଙ୍କ ସହିତ ରହିଥିବା ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ପାର୍ଟିରୁ ଇସ୍ତଫା ଦେବାର ସୂଚନା ଦେଇଛନ୍ତି। ରବୀନ୍ଦ୍ରନାଥ ଭଟ୍ଟାଚାର୍ଯ୍ୟ ଟାଟାର ନାନୋ କାରଖାନା ବିରୋଧରେ ତୃଣମୂଳ କଂଗ୍ରେସର ଆନ୍ଦୋଳନରେ ମମତା ବାନାର୍ଜୀଙ୍କୁ ସମର୍ଥନ ଦେଇଥିଲେ। ସୂତ୍ର ଅନୁଯାୟୀ ମମତା ବାନାର୍ଜୀ କିଛି ଦିନ ପୂର୍ବରୁ ଟିଏମସିର ବ୍ଲକ ସଭାପତି ମହାଦେବ ଦାସଙ୍କୁ ପଦରୁ ହଟାଇ ଦେଇଥିଲେ। ମହାଦେବ ରବୀନ୍ଦ୍ରନାଥଙ୍କ ନିକଟତର ଲୋକ ବୋଲି କୁହାଯାଏ।

ସୂଚନା ଅନୁଯାୟୀ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେବାର ସଙ୍କେତ ଦେଇଥିବା ଅନ୍ୟତମ ବରିଷ୍ଠ ନେତା ସୁଭେନ୍ଦୁ ଅଧିକାରୀଙ୍କୁ ମନେଇବା ପାଇଁ ଟିଏମସିର ରଣନୀତିକାର ପ୍ରଶାନ୍ତ କିଶୋର ତାଙ୍କ ଘରକୁ ଯାଇଥିଲେ। ହେଲେ ସୁଭେନ୍ଦୁ ଘରେ ନଥିବାରୁ ତାଙ୍କ ସହ ସାକ୍ଷାତ ହୋଇପାରିନଥିଲା। ପ୍ରଶାନ୍ତ କିଶୋର ଅଧିକାରୀଙ୍କ ପିତାଙ୍କ ସହ ପ୍ରାୟ ଅଧା ଘଣ୍ଟା ପର୍ଯ୍ୟନ୍ତ ଆଲୋଚନା କରିଥିଲେ।

ଉଲ୍ଲେଖନୀୟ ଶୁଭେନ୍ଦୁ ଅଧିକାରୀ ଗତ କିଛି ମାସରେ ପାର୍ଟି ଓ କ୍ୟାବିନେଟ୍‌ ବୈଠକରୁ ଦୂରେଇ ରହିଥିଲେ। ସେ ପୂର୍ବ ମିଦନାପୁର ଜିଲ୍ଲାରେ ରାଲି କରୁଛନ୍ତି। କିନ୍ତୁ ପାର୍ଟିର ବ୍ୟାନର କିମ୍ବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଷ୍ଟର ବ୍ୟବହାର କରୁ ନାହାନ୍ତି। ତାଙ୍କର ଏହି ପଦକ୍ଷେପରେ ପାର୍ଟିର କିଛି ନେତା ସମାଲୋଚନା ମଧ୍ୟ କରିଛନ୍ତି।

   Related Posts