ଆଜି ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ, ୪୩ଟି ଆସନରେ ଚାଲିଛି ମତଦାନ

Published By : Prameya-News7 Bureau | April 22, 2021 IST

କୋଲକାତା ୨୨।୦୪: ପଶ୍ଚିମବଙ୍ଗରେ ଚାଲିଛି ଷଷ୍ଠ ପର୍ଯ୍ୟାୟ ନିର୍ବାଚନ। ଉତ୍ତର ୨୪ ପ୍ରଗଣା, ନଦିଆ, ଉତ୍ତର ଦିନଜପୁର ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାର ୪୩ଟି ଆସନରେ ମତଦାନ। ୧ କୋଟି ୩୦ ହଜାର ଭୋଟର ୪୩ ଜଣ ପ୍ରାର୍ଥୀଙ୍କୁ ଏହି ପର୍ଯ୍ୟାୟରେ ଚୟନ କରିବେ। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଛି । ସଂଧ୍ୟା ସାଢେ ୬ଟାରେ ଶେଷ ହେବ। ଏଥିପାଇଁ ୧୪ ହଜାର ୪୮୦ଟି ପୁଲିଂ ଷ୍ଟେସନ କରାଯାଇଛି।

ଏହି ପର୍ଯ୍ୟାୟରେ ୩୦୬ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ବିଜେପିର ରାଷ୍ଟ୍ରୀୟ ଉପସଭାପତି ମୁକୁଲ ରାୟ, ତୃଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଜ୍ୟୋତିପ୍ରିୟ ମଲିକ ଓ ଚନ୍ଦ୍ରିମା ଭଟ୍ଟଚାର୍ଯ୍ୟ, ସିପିଏମ୍ ନେତା ତନ୍ମୟ ଭଟ୍ଟାଚାର୍ଯ୍ୟଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବାକୁ ଯାଉଛି । ସେହିପରି ଅଭିନେତାରୁ ନେତା ପାଲଟିଥିବା ରାଜ ଚକ୍ରବର୍ତ୍ତି, ଅଭିନେତ୍ରୀ କୌଶନୀ ମୁଖାର୍ଜୀଙ୍କ ଭାଗ୍ୟ ପରୀକ୍ଷା ମଧ୍ୟ ହେବ। ଏମାନେ ତୃଣମୂଳ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି।

କରୋନା କଟକଣା ମଧ୍ୟରେ ନିର୍ବାଚନ ସାରିବାକୁ କମିଶନଙ୍କର କଡ଼ା ନିର୍ଦ୍ଦେଶ ରହିଛି । କରୋନା ସଂକ୍ରମଣ ସଂଖ୍ୟାର ବୃଦ୍ଧିକୁ ଦେଖି ଏପରି ନିଷ୍ପତ୍ତ ନେଇଛନ୍ତି ନିର୍ବାଚନ କମିଶନର । ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସମ୍ବେଦନଶୀଳ ବୁଥ୍‌ରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.