ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ

Published By : Prameya-News7 Bureau | April 14, 2021 IST

କୋଲକାତା, ୧୪/୦୪: ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରଚାର ସମୟରେ ଶହ ଶହ ସଂଖ୍ୟାରେ ଲୋକ ଏକାଠି ହୋଇ ଭିଡ଼ ଜମାଉଥିବା ବେଳେ କୋରନା ନିୟମର ଖୁଲମ୍‌ଖୁଲା ଉଲଂଘନ ହେଉଛି । ଏହାକୁ ନେଇ ନିର୍ବାଚନ କମିଶନ ୧୬ ଏପ୍ରିଲ୍‌ରେ କୋଲକାତାରେ ସର୍ବଦଳୀୟ ବୈଠକ ଡକାଇଥିବା ଜଣାପଡ଼ିଛି । ଆୟୋଗ ଏହି ବୈଠକରେ ସମସ୍ତ ଦଳ ସହିତ କରୋନା ଗାଇଡ୍‌ଲାଇନ୍‌କୁ ପାଳନ କରିବା ପାଇଁ ଆଲୋଚନା କରିବା ନେଇ ଚର୍ଚ୍ଚା ହେଉଛି ।

ରାଜ୍ୟରେ ନିର୍ବାଚନୀ ପ୍ରଚାର ପାଇଁ ସବୁ ଦଳ ପକ୍ଷରୁ ରାଲିର ଆୟେଜନ କରାଯାଉଛି । ଏହି ରାଲିରେ ବହୁ ସଂଖ୍ୟାରେ ଲୋକ ଭାଗ ନୋଉଥିବାରୁ ଭିଡ଼ ଦେଖିବାକୁ ମିଳୁଛି । ଏଥି ସହିତ ପ୍ରଚାର ସମୟରେ ଦଳଗୁଡ଼ିକ କରୋନା ଗାଇଡ୍‌ଲାଇନ୍‌ର ପାଳନ ବିଲ୍‌କୁଲ୍‌ କରୁନାହାନ୍ତି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କୋଲକାତା ହାଇକୋର୍ଟ ସତର୍କ କରାଇବା ସହିତ ସମସ୍ତ ଜିଲ୍ଲାପାଳଙ୍କୁ ରାଜନୈତିକ କାର୍ଯ୍ୟକ୍ରମରେ କରୋନା ନିୟମର ସ୍ଥିତି ଉପରେ ନଜର ରଖିବା ପାଇଁ କହିଛନ୍ତି ।

ହାଇକୋର୍ଟ ଏଥିପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି । ଏଥିରେ କରୋନାର ସ୍ଥିତି ଯାଞ୍ଚ କରିବା ପାଇଁ  ଉଚିତ୍‌ ଲାଗିଲେ ଧାରା ୧୪୪ ଲାଗୁ କରିବା ପାଇଁ ସେ ଉଲ୍ଲେଖ କରିଛନ୍ତି । ନିର୍ବାଚନ କାର୍ଯ୍ୟକ୍ରମ ସମୟରେ କରୋନା ଗାଇଡ୍‌ଲାଇନ୍‌ର ପାଳନ କରିବାର ଦ୍ୱାୟିତ୍ୱ ଜିଲ୍ଲାଧିକାରୀ ଏବଂ ନିର୍ବାଚନ ଅଧିକରୀଙ୍କ ଉପରେ ରହିଛି । ଏହ ସମୟରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ୍‌ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.