ପଶ୍ଚିମବଙ୍ଗ କୋଲସ୍କାମ୍ : ଅନୂପ ମାଁଝୀଙ୍କ ୧୬୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କଲେ ED

Published By : Prameya-News7 Bureau | April 05, 2021 IST

ନୂଆଦିଲ୍ଲୀ ୫।୪: ପଶ୍ଚିମ ବଙ୍ଗ କୋଇଲା ଅନିୟମିତତା ମାମଲାରେ ପର୍ବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ସନ୍ଦିଗ୍ଧ ଅନୂପ ମାଁଝୀଙ୍କ ୧୬୫ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛନ୍ତି। ଏ ନେଇ ଇଡି ସୂଚନା ଦେଇଥିବା ବେଳେ ପ୍ରିଭେନସନ ଅଫ ମନିଲଣ୍ଡ୍ରିଂ ଆକ୍ଟ (ପିଏମଏଲଏ)ରେ ଏହି ସବୁ ସମ୍ପତ୍ତି ଜବତ  କରିଥିବାର କହିଛନ୍ତି।  ଜବତ ସମ୍ପତ୍ତିରେ ମାଁଝୀଙ୍କ ମାଲିକାନାରେ ଥିବା ଭୂ-ସମ୍ପତ୍ତି, ଫାକ୍ଟ୍ରି, ପ୍ଲାଣ୍ଟ, ମେସିନ ଓ ଅନ୍ୟ ସାମଗ୍ରୀ ଥିବାର ସୂଚିତ କରାଯାଇଛି।

{"id":433719,"width":843,"height":372,"sizeSlug":"large","linkDestination":"none"}

ଜବତ ହୋଇଥିବା ସମ୍ପତ୍ତିରେ ଇସ୍ପାତ ଦାମୋଦର ପ୍ରାଇଭେଟ ଲିମିଟେଡ ନାମରେ ଏକ ଲୁହା କମ୍ପାନୀ ସାଙ୍ଗକୁ ସୋନିକ୍‌ ଥର୍ମାଲ ପ୍ରାଇଭେଟ ଲିମିଟେଡ ନାମରେ ଏକ ବିଦ୍ୟୁତ ପ୍ରକଳ୍ପ ମଧ୍ୟ ରହିଛି। ଏଥିରୁ ଗୋଟିଏ ପଶ୍ଚିମବଙ୍ଗ ବାଙ୍କୁରାରେ ଥିବା ବେଳେ ଅନ୍ୟଟି ପୁରୁଲିଆରେ ରହିଛି। ଅଧିକାରୀକ ଭାବେ ମାଁଝି ଉଭୟ କମ୍ପାନୀର ମାଲିକ ଅଛନ୍ତି। ତାଙ୍କଠାରୁ ଜବତ ମୋଟ ସମ୍ପତ୍ତିର ପରିମାଣ ଅନୁନ୍ୟ ୧୬୫.୮୬ କୋଟି ଟଙ୍କା ବୋଲି ସୂଚିତ କରାଯାଇଛି।

{"id":433720,"sizeSlug":"large","linkDestination":"none"}

କୋଇଲା ଅନିୟମିତତା ମାମଲାରେ ପୂର୍ବରୁ ସିବିଆଇ କେତେ ଥର ମାଁଝିଙ୍କୁ ପଚରା ଉଚରା ମଧ୍ୟ କରିଛି। ତେବେ ଏହି ମାମଲାରେ ଗିରଫ ହେବାର ଆଶଙ୍କା ଥିବାରୁ ସେ ସୁପ୍ରିମ କୋର୍ଟରୁ ଅଗ୍ରୀମ ଜାମିନ ପାଇଛନ୍ତି। ମାମଲାର ତଦନ୍ତରେ ସହଯୋଗ ସର୍ତ୍ତରେ କୋର୍ଟ ତାଙ୍କୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଜାମିନ ମଞ୍ଜୁର କରିଛନ୍ତି। ଆସାନସୋଲ ଇଷ୍ଟର୍ଣ୍ଣ କୋଲ ଫିଲ୍ଡରୁ କୋଇଲା ଚୋରି ମାମଲାରେ ତଦନ୍ତରୁ ଖିଅ ମାଁଝିଙ୍କ ପର୍ଯ୍ୟନ୍ତ ପହଞ୍ଚିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.