Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ମମତା : ଉଠାଇଲେ ପେଗାସସ୍ ପ୍ରସଙ୍ଗ, ମାଗିଲେ ଜନସଂଖ୍ୟା ହିସାବରେ ଭ୍ୟାକସିନ୍‌

27/07/2021 at 7:04 PM

ନୂଆଦିଲ୍ଲୀ ୨୭/୦୭ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି । ଦିଲ୍ଲୀରେ ପହଞ୍ଚି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଦିଦି । ପ୍ରଧାନମନ୍ତ୍ରୀ ମୋଦି ଏବଂ ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପ୍ରାୟ ଅଧ ଘଣ୍ଟା ଧରି ଆଲୋଚନା ହୋଇଥିବା ଜଣାପଡିଛି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପ​‌ରେ ଏହା ଥିଲା ଦିଦିଙ୍କ ପ୍ରଥମ ଦେଖା । ତେ​‌ବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟ କରିବା ପୂର୍ବରୁ ନିର୍ବାଚନୀ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ କଂଗ୍ରେସ ନେତା କମଲନାଥଙ୍କୁ ମଧ୍ୟ ଭେଟିଥିଲେ ମମତା ବାନାର୍ଜୀ ।

ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ପରେ ଦିଦି କହିଛନ୍ତି, ଏହା ଏକ ସୌଜନ୍ୟମୂଳକ ସାକ୍ଷାତକାର ଥିଲା । ଏହା ସହିତ କରୋନା ମହାମାରୀକୁ ନେଇ ମଧ୍ୟ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ମୋଦିଙ୍କ ସହିତ ଆଲୋଚନା ବେଳେ ଦିଦି, ପଶ୍ଚିମବଙ୍ଗକୁ ଅଧିକ ଭ୍ୟାକସିନ ଦେବାକୁ କହିଛନ୍ତି । ଭ୍ୟାକସିନ୍‌ ଦେବାକୁ ପୂର୍ଣ୍ଣ ଭରସା ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ସାକ୍ଷାତକାର ପରେ ମମତା ବାନାର୍ଜୀ କହିଛନ୍ତି ଯେ, ପେଗାସସ୍ ମୁଦ୍ଦାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସର୍ବଦଳୀୟ ବୈଠକ ଡକାଇବା ଆବଶ୍ୟକ । ଏହା ସହିତ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ହେବା ଆବଶ୍ୟକ । ପେଗାସ୍‌କୁ ନେଇ ଆରମ୍ଭରୁ ହିଁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଆସୁଛନ୍ତି ମମତା ବାନାର୍ଜୀ । ମାମଲାକୁ ନେଇ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଏମ୍‌ବି ଲୋକୁର ଏବଂ କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ଜଜ୍‌ ଜ୍ୟୋତିର୍ମୟୀ ଭଟ୍ଟାଚାର୍ଯ୍ୟଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଛି । ଗତ କିଛି ଦିନ ମଧ୍ୟରେ ରାଜ୍ୟର କିଛି ବିଶିଷ୍ଟ ବ୍ୟକ୍ତିଙ୍କ ଫୋନ ଟ୍ୟାପିଂ ଏବଂ ହ୍ୟାକିଂ ମାମଲାର ଯାଞ୍ଚ କରୁଛନ୍ତି ୨ ଜଣିଆ କମିଟି ।

पीएम मोदी से मिलीं ममता बनर्जी

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫ ଦିନିଆ ଦିଲ୍ଲୀ ଗସ୍ତରେ ଅଛନ୍ତି । ଏହି ୫ ଦିନିଆ ଗସ୍ତରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ବିରୋଧୀଙ୍କୁ ଏକାଠି କରିପାରନ୍ତି ଦିଦି । ସଂସଦରେ ମୌସୁମୀ ଅଧିବେଶନ ଜାରି ରହିଥିବା ବେଳେ ଦିଦିଙ୍କ ଦିଲ୍ଲୀ ଗସ୍ତ ବିରୋଧୀଙ୍କୁ ଏକଜୁଟ କରି କେନ୍ଦ୍ର ବିରୁଦ୍ଧରେ ଖାସ ପ୍ଲାନ୍ ପ୍ରସ୍ତୁତ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି ।

୫ ଦିନିଆ ଦିଲ୍ଲୀ ଗସ୍ତରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ମଧ୍ୟ ଭେଟିବେ ଦିଦି । ଏହା ବାଦ ଏନ୍‌ସିପି ନେତା ଶରଦ ପାଓ୍ବାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ, କଂଗ୍ରେସ ନେତା ରାହୁଲ ଗାନ୍ଧି, ଅଭିଷେକ ମନୁ ସିଙ୍ଘଭୀ, ଆନନ୍ଦ ଶର୍ମାଙ୍କୁ ମଧ୍ୟ ସାକ୍ଷାତ କରିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

   Related Posts