Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ପଶ୍ଚିମବଙ୍ଗରେ ନବରାତ୍ରି ପ୍ରସ୍ତୁତି ଚୂଡ଼ାନ୍ତ, ଭିଡିଓ କନଫରେନସିଂରେ ଦୁର୍ଗାପୂଜା ମଣ୍ଡପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

14/10/2020 at 5:40 PM

କୋଲକାତା ୧୪।୧୦: କରୋନା ଭାଇରସ ମହାମାରୀ ସତ୍ୱେ ସାରା ଦେଶରେ ଦୁର୍ଗାପୂଜା ଓ ନବରାତ୍ରିକୁ ନେଇ ଉତ୍ସାହ ଖେଳିଯାଇଛି। ୧୭ ଅକ୍ଟୋବର ଶନିବାର ଆରମ୍ଭ ହେବ ନବରାତ୍ରି। ଏଥିଲାଗି ପଶ୍ଚିମବଙ୍ଗର ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଦୁର୍ଗାପୂଜା ପେଣ୍ଡାଲ ଆନୁଷ୍ଠାନିକ ଉଦଘାଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ପୂଜା ପେଣ୍ଡାଲମାନଙ୍କର ଉଦଘାଟନ କରିଛନ୍ତି। କେନ୍ଦ୍ର ସରକାର ଅନଲକ୍‌ ୫ରେ ଧାର୍ମିକ କାର୍ଯ୍ୟକ୍ରମ  ସର୍ବାଧିକ ୧୦୦ ଲୋକଙ୍କୁ ନେଇ ଆୟୋଜନ କରିବା ଲାଗି ଅନୁମତି ଦେଇଛନ୍ତି। ହେଲେ ପ୍ରଥମେ ମମତା ବାନାର୍ଜୀ ଏଥିରେ ସହମତ ହେଉ ନଥିଲେ ହେଁ ଦୁର୍ଗାପୂଜାକୁ ନଜରରେ ରଖି ଏଥିଲାଗି ରାଜ୍ୟରେ ଅନୁମତି ପ୍ରଦାନ କରିଛନ୍ତି।

ସୂଚନା ଯୋଗ୍ୟଯେ  ରାଜ୍ୟରେ କରୋନା ଭାଇରସ ମହାମାରୀ ପ୍ରକୋପକୁ ଦୃଷ୍ଟିରେ ରଖି ମମତା ବନାର୍ଜୀ ସରକାର ପଶ୍ଚିମବଙ୍ଗରେ  ସମସ୍ତ ପ୍ରକାର କାର୍ଯ୍ୟକ୍ରମ ବାତିଲ କରିଥିଲେ। ଏଥିରେ ଧାର୍ମିକ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ଥିଲା। ତେବେ ପରେ ମୁଖ୍ୟମନ୍ତ୍ରୀ ନିଜର ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି। ମମତା ଏକ ବୟାନରେ ଯଦି ରାଜ୍ୟରେ କରୋନା ଭାଇରସ ଗାଇଡଲାଇନ ପାଳନ କରାଯାଏ ତେବେ ସର୍ବାଧିକ ୧୦୦ ଜଣ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଅନୁମତି ଦିଆଯାଇପାରେ ବୋଲି କହିଥିଲେ। ତେବେ ପୂଜା ପେଣ୍ଡାଲରେ ଯେପରି ଜନଗହଳି ନ ହୁଏ ସେଥିପ୍ରତି କଡାକ଼ଡି ଧ୍ୟାନ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।   

   Related Posts