ଓଡିଶା ସୀମାରେ ରାସ୍ତାକଡ ଦୋକାନରେ ଚା' ତିଆରି କଲେ ମମତା ବାନାର୍ଜୀ !

Published By : Prameya-News7 Bureau | August 22, 2019 IST

ଜଳେଶ୍ବର ୨୨|୮:  ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ  ମମତା ବାନାର୍ଜୀ ଓଡିଶାର ସୀମା ଦିଘା ଗସ୍ତରେ ଆସିଛନ୍ତି । ଏହି ସମୟରେ ସେ ସୀମାନ୍ତର ବିଭିନ୍ନ ଗାଁକୁ ବୁଲିବା ପାଇଁ ଯାଇଥିଲେ। ସାଧାରଣ ଲୋକଙ୍କୁ ଭେଟିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି ।

{"id":147452,"width":577,"height":411}

ସେ ଓଡିଶା -ପଶ୍ଚିମବଙ୍ଗ ସୀମାନ୍ତ ଗ୍ରାମରେ ବୁଲିବା ବେଳେ ରାସ୍ତା କଡରେ ଥିବା  ଥିବା ଏକ ଚା ଦୋକାନକୁ ଯାଇ ନିଜେ ଚା ତିଆରି କରି ପିଇବା ସହ ଅନ୍ୟମାନଙ୍କୁ ମଧ୍ୟ ଚା ପିଆଇଛନ୍ତି । ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ସ୍ଥାନୀୟଲୋକ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ମମତା ତିନି ଦିନିଆ ଦିଘା ପରିଦର୍ଶନରେ ଆସିଛନ୍ତି ।ସେ ଦିଘାର ବିଭିନ୍ନ ସ୍ଥାନ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.