ଓଡିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଜି ଶ୍ରୀଜିଉଙ୍କୁ କରିବେ ଦର୍ଶନ

Published By : Prameya-News7 Bureau | February 26, 2020 IST

ଭୁବନେଶ୍ବର ୨୬।୨: ଓଡ଼ିଶା ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସି ରାତିରେ ଭୁବନେଶ୍ବରରେ ପହଞ୍ଚିଛନ୍ତି । ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଗୃହ ସଚିବ ସଂଜୀବ ଚୋପ୍ରା, ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ପ୍ରମୁଖ ତାଙ୍କୁ  ଏୟାରପୋର୍ଟରେ ସ୍ବାଗତ କରିଥିଲେ ।

ମମତା ବାନାର୍ଜୀ ସେଠାରୁ ସିଧାସଳଖ ପୁରୀ ଯାଇଛନ୍ତି । ଗତକାଲି ପୁରୀର ଏକ ଘରୋଇ ହୋଟେଲରେ ସେ ରାତ୍ରୀ ଯାପନ କରିଥିଲେ । ଆଜି ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ ମମତା ବାନାର୍ଜୀ ।

ଆସନ୍ତାକାଲି ମମତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତା ୨୮ ତାରିଖରେ ଭୁବନେଶ୍ବରରେ ପୂର୍ବାଞ୍ଚଳ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସମ୍ମିଳନୀରେ ମମତା ବାନାର୍ଜୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.