Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

ଜାତୀୟ ସଙ୍ଗୀତକୁ ସମ୍ମାନ ଦେଲେନି ଦିଦି : ବସିକି ଗାଇଲେ, ଅଧାରୁ ଉଠିଆସିଲେ…

2/12/2021 at 9:18 AM

ମୁମ୍ବାଇ ୦୨।୧୨ : ବଢିଲା ଟେନ୍‌ସନ୍‌, ଅଡୁଆରେ ଟିଏମ୍‌ସି ଅଧ୍ୟକ୍ଷ ମମତା ବାନାର୍ଜୀ । ରାଷ୍ଟ୍ରୀୟ ସଙ୍ଗୀତକୁ ଅପମାନ କରିଥିବାର ସଙ୍ଗୀନ ଅଭିଯୋଗ ଆସିଛି । ଖୁବଶୀଘ୍ର ବିଜେପି ନେତା ଏନେଇ ଥାନାରେ ମାମଲା ରୁଜୁ କରିବ ବୋଲି କହିଛନ୍ତି ।

ଖବର ଅନୁଯାୟୀ, ମୁମ୍ବାଇ ଗସ୍ତରେ ଆସିଛନ୍ତି ତୃଣମୂଳ କଂଗ୍ରେସ ଦଳର ଅଧ୍ୟକ୍ଷ ମମତା ବାନାର୍ଜୀ । ଏହି ସମୟରେ ମୁମ୍ବାଇରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏକ ଜାତୀୟ ସଙ୍ଗୀତକୁ ଅପମାନ କରିଥିବାର ଅଭିଯୋଗ ଆସିଛି । ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ବେଳେ ମମତା ବାନାର୍ଜୀ ବସି ରହିଥିଲେ ବୋଲି ବିଜେପି ନେତା ଅଭିଯୋଗ ଆଣିଛନ୍ତି । ଜାତୀୟ ସଙ୍ଗୀତ ଗାନରେ ମମତା ବସିରହିଥିଲେ ଏବଂ ୨-୪ ଲାଇନ୍‌ ଗୀତ ଗାଇବା ପରେ ରହିଯାଇଥିଲେ ।

ସେପଟେ ପଶ୍ଚିମବଙ୍ଗର ବିଜେପି ୟୁନିଟ୍‌ ଏହି ରାଷ୍ଟ୍ରଗାନକୁ ଅପମାନ କରିଥିବା ମାମଲାକୁ ନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ପଶ୍ଚିମବଙ୍ଗ ବିଜେପି ପକ୍ଷରୁ ଏକ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ଜାତୀୟ ସଙ୍ଗୀତ ଗାନ ବେଳେ ମମତା ବାନାର୍ଜୀ ବସିରହିଥିଲେ, ଏହାପରେ ସେ ଉଠିଥିଲେ ଏବଂ ମଝିରେ ରାଷ୍ଟ୍ରଗାନକୁ ବନ୍ଦ କରିଦେଇଥିଲେ । ଜଣେ ମୁଖ୍ୟମନ୍ତ୍ରୀ ଏପରି ଆମର ଭାରତୀୟ ସଂସ୍କୃତିକୁ ଅପମାନ କରିବା ଆଦୌ ଗ୍ରହଣୀୟ ନୁହେଁ, ଏହା ଦେଶର ଗୌରବ ରବିନ୍ଦ୍ରନାଥ ଟାଗୋରଙ୍କ ପ୍ରତି ଅପମାନ । ଏହାକୁ ନେଇ ବିଜେପି ନେତା ଜଣଙ୍କ ଥାନାରେ ଅଭିଯୋଗ କରିବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ସୋସିଆଲ୍‌ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେବାର ଲାଗିଛି । ଯେଉଁଥିରେ ମମତା ବାନାର୍ଜୀ ରାଷ୍ଟ୍ରୀଗାନ ଆରମ୍ଭ କିଛି ସମୟ ପରେ ସେ ନିଜ ଚେୟାରୁ ଉଠୁଛନ୍ତି । କେବଳ ଏତିକି ନୁହେଁ, ଦ୍ରାବିଡ଼ ଉତ୍କଳ ବଙ୍ଗ ପରେ ଜୟ ମହାରାଷ୍ଟ୍ର, ଜୟ ବିହାର ଏବଂ ଜୟ ଭାରତ କହି ରାଷ୍ଟ୍ରଗାନକୁ ବନ୍ଦ କରିଦେଇଥିଲେ । ଜାତୀୟ ସଙ୍ଗୀତକୁ ମମତା ଅପମାନ କରିଥିବା ବିଜେପି ନେତା ଅଭିଯୋଗ କରିଛନ୍ତି ।  

   Related Posts